Unknown

 

 

 

 

 

 

 

 

 

 

ଚଉତିଶା ହାର (ପ୍ରଥମ ଭାଗ)

ଶ୍ରୀ ବିହାରୀ ଦାସ ମହନ୍ତ

 

ସୂଚୀପତ୍ର

 

୧।

ଶ୍ରୀ ଜଗନ୍ନାଥ ପୁରୀ ତୀର୍ଥ ଯାତ୍ରା ଚଉତିଶା

୨।

ବିଷ୍ଣୁଙ୍କ ଜଣାଣ ଚଉତଶା

୩।

ହର ଚଉତିଶା

୪।

ଅଭୟା ଚଉତିଶା

୫।

ଗୋ ସେବା ଚଉତିଶା

୬।

ହର ପାର୍ବତୀ ଚଉତିଶା

୭।

ସୀତା ରାମ ସମ୍ବାଦ ଚଉତିଶା

୮।

ଲଳିତା ଚନ୍ଦ୍ରାବତୀ ସମ୍ବାଦ ଚଉତିଶା

୯।

ନିଶାଖୋର ଚଉତିଶା

 

ଶ୍ରୀ ଜଗନ୍ନାଥ ପୁରୀ ତୀର୍ଥ ଯାତ୍ରା ଚଉତିଶା

ରାଗ-ଶୋକ କାମୋଦି

 

କ୍ଷତ୍ର ମଧ୍ୟ ସାର ଶ୍ରୀନୀଳ କନ୍ଦର ଦର୍ଶନ ପାଇଁଅଇଲି ଧାଇଁ ।

ଖ୍ୟାତ ଜଗନ୍ନାଥ ସାକ୍ଷାତ ଅଚ୍ୟୁତ ନୀଳାମ୍ବର ସୁଭଦ୍ରାଙ୍କୁ ଚାହିଁ ।

ଅଖିଳଦେବୀ ଦେବା । କ୍ଷମାନିଧି ହରି କର୍ତ୍ତା ବୋଲି ।

ଖ୍ୟାତ ସ୍ଥାନ ଛାଡ଼ି ଏଠାବରେ ଜଡ଼ି ଭୁକ୍ତି ଭୋଗ ପାଇ ପ୍ରେମସ୍ଥଳି ।।୧।।

 

ହରିଙ୍କ କୀର୍ତ୍ତନ ହରିଙ୍କ ସ୍ମରଣ କରି ପ୍ରେମେ ମଗ୍ନ ଜନ ରୁଣ୍ଡ ।

ହଜାର ହଜାର ଲୋକଙ୍କ ସଂଚାର ଶୋଭା ପାଉଅଛି ବଡ଼ଦାଣ୍ଡ ।

ହେଲା ଆଦ୍ୟେ ଦେଖାହରଷେ ଅରୁଣସ୍ତମ୍ଭ ମମ ।

ହଜିଗଲା ଜ୍ଞାନ ଏଦେବ ଭିଆଣ ପତିତ ପାବନ ଅଗ୍ର ଧାମ ।।୨।।

 

ସର୍ବଲୋକ ଜୁର କୁଳ ମୂଳ ଚୁର ଭଣ୍ଡୁଳାଦି ପରିପକ୍ୱ ହୋଇ ।

ସଜଡ଼ା ହୋଇଛି ବ୍ୟଞ୍ଜନାଦି ଅଛି ପିଷ୍ଟକାଦି ଚାଖି ନିଅ ଭାଇ ।

ସୁଖାନନ୍ଦ ବହି । ସୁସ୍ଥଚିତ୍ତେ ଖାଅ ପ୍ରେମ ପିଇ ।

ସର୍ବ ପାପୁଁ ମୁକ୍ତ କାଶୀ ବିଶ୍ୱନାଥ ପଟ୍ଟାଭିଷିକ୍ତ ରାମଙ୍କୁ ଚାହିଁ ।।୩।।

 

 

 

ଶକ୍ତି ହୃଦେ ଝେଲା ପଥଶ୍ରମ ଗଲା ସୁଧାସମ ଖାଦ୍ୟ ନୀର ପାଇ ।

ସନ୍ତୋଷ ହୋଇଣ ଦର୍ଶନକୁ ମନ ଉଚ୍ଛନ୍ନ ହେଉଛି ଭାବି ଚାହିଁ ।

ଭୋଗମଣ୍ଡପ ଯେ । ଅଜାଣ ନାଥ ଏ ରଖୁଆଳ ।

ସର୍ବେଶ୍ୱର ଈଶ ଶ୍ରୀଆ ଘେନି ପାଶ ଏଠାବରେ କରନ୍ତି କବଳ ।।୪।।

 

ଷଟ୍‌ପ୍ରଜ୍ଞ କାରଣେ ଜନ୍ମ ମର୍ତ୍ତ୍ୟ ସ୍ଥାନେ ଭାଗ୍ୟବଳେ ଦେଖି ମୁଁ କୃତାର୍ଥ ।

ଷୋଡ଼ଶୋପଚାର ପୂଜାବିଧି ସାର ଦେବା ଦେବୀଙ୍କର ପ୍ରିୟ ଅର୍ଥ ।

ଧନ୍ୟ ମହିମା ଯେ । ଷଟ୍‌ବର୍ଗଙ୍କ ଗୁଣ ଚିହ୍ନ ନାହିଁ ।

ଷୋଡ଼ଶାଙ୍ଗ ଜୂର ବ୍ୟୟ ନିରନ୍ତର ଷୋଡ଼ଶଙ୍କର ଯେ ସୀମା କାହିଁ ।।୫।।

 

ବଟେ କୃଷ୍ଣ ଆହେ ହେ ବଟମଙ୍ଗଳା ବଟ ଗଣେଶ କି ବସିଅଛୁ ।

ବଡ଼ ଆର୍ତ୍ତ ହୋଇ ଆସିଛି ଗୋସାଇଁ ଦୀନ ଅଭାଗ୍ୟେ କି ବିଚାରୁଛ ।

ନରସିଂହନାଥ । ନିରତେ ଯୋଡ଼ୁଛିଁ ପ୍ରଭୁ ହସ୍ତ ।

ବସିବାକୁ ମନ କଳ୍ପବଟ ସ୍ଥାନ କ୍ଷେତ୍ରପାଳ ଏ ଯେ କି ଅନନ୍ତ ।।୬।।

 

ଲୟ କରିଛନ୍ତି ବ୍ରାହ୍ମଣଙ୍କ ପନ୍ତି ଏ କେଉଁ ସ୍ଥାନ କହି ନେ ଭାର ।

ଲକ୍ଷ୍ୟ କଲି ଉଚ୍ଚ କାକ ଚତୁର୍ଭୁଜ ସାକ୍ଷାତ ମୁକ୍ତି ବାଟ ସେ ଏହି ।

ମୁକ୍ତି ମଣ୍ଡପ ଯେ । ଲୟ ଧର୍ମ ଶାସ୍ତ୍ର ବ୍ରହ୍ମଜ୍ଞଙ୍କ ।

ଲକ୍ଷ ଶ୍ରେଷ୍ଠ ଦୋଷ ମୋକ୍ଷ ହେବା ଆସ ଜନଙ୍କ ଖଣ୍ଡିବ ଶଙ୍କା ଦକ ।।୭।।

 

 

ରଖ ଗୋ ବିମଳା ହୋଇ ସୁକୁଶଳା ଭଣ୍ଡ ଗଣେଶଙ୍କୁ ପାଖେ ରଖି ।

ରକ୍ତ ନେତ୍ରେ ବହେ ହନୁମାନ ଚାହେଁ ଦେବ ଭୋଗ ଖାଅ ଚାଖି ଚାଖି ।

ଭୁବନେଶ୍ୱରୀ ଗୋ । ବେଢ଼ା କାଳୀକାଦି ସରସ୍ୱତୀ ।

ରକ୍ଷାକାରୀ ମୋର ଜାଣୟୀ ନିଜର ମହାଲକ୍ଷ୍ମୀ ଘେନ ମୋ ବିନତି ।।୮।।

 

ଜୟ ଗୋ ଶୀତାଳା ମୋ ଭାଗ୍ୟେ କି ଭଲା ଶୀତଳତା ଗୁଣ ନାହିଁ କିଛି ।

ଯଥାର୍ଥ କଳ୍ପନା ଜାଣିମା ତୁ ଅନା ବିରଞ୍ଚି ନାରାୟଣ ଚାହୁଛିଁ ।

କୋଇଲ ବୈକୁଣ୍ଠ । ପଣ୍ଡା ବଂଶଙ୍କର ପ୍ରାପ୍ତି ପୃଷ୍ଠ ।

ଯଶ ରଖି ଘେନ ଧ୍ୱଜ ଚକ୍ର ଚିହ୍ନି ଯାହା ଦାନ ହେବ ଏ ଉତ୍କୃଷ୍ଟ ।।୯।।

 

ମମ ଗଳାହାର ତୁଳସୀଚଉରା ସ୍ନାନ ମଣ୍ଡପ ନିର୍ମଳସ୍ଥଳ ।

ମନେହେଲା ମୋର ଏ ପାତାଳେଶ୍ୱର ସ୍ୱର୍ଣ୍ଣ କୂପ ଜଳ ପରିମଳ ।

ବେଢ଼ା ଲୋକନାଥ । ପୂର୍ଣ୍ଣ ନୋହିବ କି ମନୋରଥ ।

ମହାଭୟ ମୋର ହେ ଈଶାନେଶ୍ୱର ଆଗେ ଦେଖୁଅଛଁ ବେକ୍ରହସ୍ତ ।।୧୦।।

 

ଭୟ ମନେ ହେଲା ଜନ ଭେଳା ଭେଳା ଯାଆନ୍ତି ଆସନ୍ତି ପଲ ପଲ ।

ଭଲା ମୋ କପାଳ ବେତ୍ରହସ୍ତ ଫଳ ନପାଇ ଯିବିକି ଶୁଭ ସ୍ଥଳ ।

ଜଗନ୍ନାଥ ଧ୍ୟାୟି । ସ୍ୱଧୀରେ ଭିତରକୁ ଅଇଲି ।

ଭବ ଦମ୍ଭହରା ଶିବ ବ୍ରହ୍ମାପରା ଭାଗ୍ୟରେ ମୁଁ ଦର୍ଶନ ପାଇଲି ।।୧୧।।

 

 

ବଡ଼ ହେଲା ଦମ୍ଭ ଏ ଗରୁଡ଼ ସ୍ତମ୍ଭ ଚନ୍ଦନ ଅର୍ଗଳିଯାଏ ଗଳି ।

ବଡ଼ ଶୋଭାବନ ରତ୍ନସିଂହାସନ ବେଦପତି ନ ପାରିବ କଲି ।

ବେଦ ବାଦନ ଯେ । ଘନାଘନ ରାବ ହେଉଅଛି ।

ବସିଣ ବ୍ରାହ୍ମଣକରୁଛନ୍ତି ଧ୍ୟାନ-କେପୂଜା ବିଧି କି ଯୋଗାଡ଼ନ୍ତି ।।୧୨।।

 

ଫଳ ମୁଁ ପାଇଲି ଫୁରୁଣା ହୋଇଲ ଫର୍ଚ୍ଚାରୂପେ ଦର୍ଶନ ମୁଁ କରେ ।

ଫଳଦ ହେ ହରି କରି ଭବୁଁ ପାରି ସାଷ୍ଟାଙ୍ଗ ଦଣ୍ଡବତ ପୟରେ ।

ପୂଜ୍ୟ ସିଂହାସନ । ପାପଗ୍ରସ୍ତ ଦେହି ଲାଗୁ ପୁଣ ।

ଫରମାସ ହେଉ ଆହେ ମହାବାହୁ ଅଧମକୁ ଦିଅ ୟେ କାରଣ ।।୧୩।।

 

ପ୍ରକାଶ କଗଦା ଆହେ ମୋକ୍ଷଦାତା ପ୍ରଣବ ପୁରୁଷ ବିଭୁନାଥ ।

ପ୍ରତିଷ୍ଠା ତୁମ୍ଭର ମୋର କରିବାର ଜଣାଣ ତୁମ୍ଭଙ୍କୁ ନିଅ ବତ୍ତ ପିଣ୍ଡିକାକୁ ଦେଇ ।

ପଣ୍ଡାଏ ଯାଅ ବୋଲି କହଇ । ପଣ୍ଡା ପେଣ୍ଡା ପେଣ୍ଡା ।

ଭୁସୁରଙ୍କ ଭେଣ୍ଡା ବେଢ଼ା ଯାଏଁ ମୁଁ ପଳାଇ ।।୧୪।।

 

ନମସ୍ୟ ହେ ଦେବ ନାଶକ ପ୍ରଳମ୍ବ ନିଗମ ନିର୍ବିକଳ୍ପ ହେ ହରି ।

ନରୋତ୍ତମ ନାଥ କର ହେ କୃତାର୍ଥ ନିୟମାଦିର ହେ ଅଧିକାରୀ ।

ନିଛାଟ ଯେ ବେଢ଼ା । ସ୍ମରଣ କଲା ହେଉଁ ବାହୁଡ଼ା ।

ନମସ୍ୟ ବୋଲିଣ ଶ୍ରୀମୁଖ ଚାହିଁଣ ପଛ ଚାଲି ଆସି ଦ୍ୱାରେ ଛିଡ଼ା ।।୧୫।।

 

 

ଧଇର୍ଯ୍ୟ ହୋଇଲା ଯାଉଁ ଏବେ ଭଲା ଧୃତା ଧ୍ୟେୟ ସର୍ବ ପ୍ରାପ୍ତି ହୋଇ ।

ଧର୍ମାର୍ଥରେ ଆସି ପ୍ରଭୁ ନାମେ ଘୋଷି ଧାମ ପ୍ରଦକ୍ଷିଣ କରୁଁ ଯାଇ ।

ଏହା ଭାବିଣ ଯେ । ବେନଳୁଁ ନ ହାର ହେଲା ଆସି

ଧର୍ମାଧର୍ମଫଳ ଦେବା କର୍ତ୍ତାମୂଳ ବୋଲି ଲୋକନାଥ କାଶୀବାସୀ ।।୧୬।।

 

ଦର୍ଶକ ହୋଇଣ ଯାଉଁ ଏବେ ପୁଣ ଦୁଃଖୀଶ୍ୟାମ ମଠ ଚାହିଁ ପୁଣି ।

ଦର୍ଶନ ଶୋଭନ କପାଳ ମୋଚନ ମଣିକର୍ଣ୍ଣିକା ଗୋ ଶିରୋମଣି ।

ସିଦ୍ଧ ଯୋଗେଶ୍ୱରେ । ରତ୍ନାକର ତଟ ଜଗି ଅଛ ।

ବର ଘୋର ନାଦ ଶୁଭଇ ପ୍ରମାଦ ଶୋଭାନିଧି ଚାହିଁ ମୋହୁ ଅଛ ।।୧୭।।

 

ଥଳ କୂଳ ନାହିଁ ବନ୍ୟା ପୂର୍ଣ୍ଣ ସେହି ଉତ୍ତୁଙ୍ଗ ଲହଡ଼ି ମାଡ଼ି ଆସେ ।

ଥୟ କରି ମନ ଦେଖି ମୁଁ ଉଚ୍ଛନ୍ନ ଘୁଁ ଘୁଁ ନାଦେ ଦେହ କମ୍ପେ ତ୍ରାସେ ।

ତୀର୍ଥକାସିଏଯେ । ଲହଡ଼ା ଭାଙ୍ଗକୁ କରି ମନ ।

ଥୋଇ ବାସ ବେଶି ବଳାଇ ସାହସ ସାଗରେ ପଶି ହୁଅନ୍ତି ଛନ୍ନ ।।୧୮।।

 

ତଞ୍ଚକ ପରାୟେ ବ୍ରାହ୍ମଣେ ଟାଣିଲେ ନରହୁ ଅନ୍ୟ ତୀର୍ଥ ଦର୍ଶନ ।

ତଟେ ସ୍ୱର୍ଗ ହାର ଟଙ୍କିଳ ସୁସାର ଦେବ ମର୍ଦ୍ଦନ ଉନ୍ମାଦ ସ୍ଥାନ ।

ତହିଁ ଯାଚକ ଯେ ପର୍ଯ୍ୟନ୍ତ ନାହିଁ କି କରେ ମୁହିଁ ।

ତଥ୍ୟସ୍ଥାନମାନ କରିବା ଦର୍ଶନ ଶ୍ୱେତ ଗଙ୍ଗାଜଳ ଭଲ ନାହିଁ ।।୧୯।।

 

 

 

ଅଣ ହେଳା ହେଲେ ଅଭଡ଼ା ନମିଳେ ବେଗଗାମୀରେ ଯେ ଶୁଭି ଅଛି ।

ଆଣିହରାସ୍ଥାନେ ଜଗତରେ ଜାଣ ତିନି ଦିନାନ୍ତରେ ନାହିଁ କିଛି ।

ପଢ଼ିଥାରୀ ଆମ୍ଭ । ବୋଲିବେ ଏଠାରୁ ଛାଡ଼ି ଦମ୍ଭ ।

ଅଣାକାରହରି ତାଙ୍କ ଗୁଣ ସ୍ମରି ଚକ୍ରତୀର୍ଥସ୍ଥାନ ଏହୁ ଶୁଭ ।।୨୦।।

 

ଢ଼ଙ୍ଗରଙ୍ଗ ଦେଖ ସାଧୁ ସନ୍ଥ ଲୋକ ନାନାଜାତୀୟ ପୁଣି ଏ ପୁରୀ ।

ଢ଼ମପଣେ କେତେ ଉଦର ନିମନ୍ତେ ଭ୍ରମୁଛନ୍ତି ପ୍ରସାଦକୁ ଧରି ।

ବିଲେଶ୍ୱର ଦେଖ । ଦରୀୟା ମହାବୀର ଉଲ୍ଲେଖ ।

ଢଳିଲା ମୋ ମନ ମାର୍କଣ୍ଡେୟ ସ୍ଥାନ ନରେନ୍ଦ୍ରେ ବସି ଲଭିବା ସୁଖ ।।୨୧।।

 

ଡର ଲାଗୁଅଛି ପରମା କି ଅଛି ଯାଚକେ ଜଗିଛନ୍ତି ସେବାଟ ।

ଡକାପକା ହେଲେ ଅଛି ଅଣ୍ଟାମୂଳେ ଆଉ ନାହିଁ କିଛି ସେ ସଙ୍କଟ ।

ମାର୍କଣ୍ଡେୟ ସ୍ଥାନ । ମାର୍କଣ୍ଡେଶ୍ୱରଙ୍କର ଦର୍ଶନ ।

ଡକା ଦୁଃଖିଙ୍କର ଶୁଣିଲି ଏଥର ପାଉଲା ଲେଖାଏଁ ଦିଏଁ ଦାନ ।।୨୨।।

 

ଠକା ଠକିକରି ଯାଉଁ ସେ ବାହାରି ପଞ୍ଚତୀର୍ଥ ବେଢ଼ା ଅଛି ପୁରୀ ।

ଠଉରାଇ ବାର ନରେନ୍ଦ୍ର ପୁଷ୍କର ତହିଁ ଦେଖିବା ନିର୍ମଳ ବାରୀ ।

ଠିକ୍ ନରେନ୍ଦ୍ର ଯେ । ଠାବ ଚନ୍ଦନ ଯାତ ଏଠାରେ ।

ଠକ ବେଶ୍ୟାଗଣ ହୋଇଣ ଉଚ୍ଛନ୍ନ ଦେଖ ବସିଛନ୍ତି ଯେ କୋଠାରେ ।।୨୩।।

 

ଟପି ପ୍ରେମାଶୟ ମାଉସୀ ଆଳୟ ଦର୍ଶନ ସାରି ଶରଧା ବାଲି ।

ଟଳ ଟଳ ନୋହି ଏ ଠାବରେ ଭାଇ ପ୍ରେମ ଆଲିଙ୍ଗନ ପ୍ରିୟସ୍ଥଳି

ଗଡ଼ାଗଡ଼ି ହେବା । ତହୁଁ ଗୁଣ୍ଡିଚାଳୟ ଏ ପୁର ।

ଟାଳି ସେଠାକାର୍ଯ୍ୟ ଲାଗି ପ୍ରେମ ରଜ ଗୁଣ୍ଡିଚା ଦେଖ କି ମନୋହର ।।୨୪।।

 

ନିୟମ କରିଣ କହୁଥିଲା ପୁଣ ଗାଲମାଧବ ସେ ଏହି ରାଜା ।

ନିୟମେ ନିପୁଣ କୃତଜ୍ଞତା ଜନ ଇନ୍ଦ୍ରଦ୍ୟୁମ୍ନ ଧାର୍ମିକଙ୍କ ପୂଜା ।

ତାଙ୍କ ପୁଷ୍କରିଣୀ । କମଠେ କି ରୂପେ ଟଣାଟଣି ।

ନିୟମିତ ସାରି ଖାଦ୍ୟ ସଙ୍ଗେ ବାରୀ ପାଇ ଯାଉଁ ଦେଖୁଁ ଚକ୍ରପାଣି ।।୨୫।।

 

ଝଗଡ଼ା କରିଣ କହିଣ ବ୍ରାହ୍ମଣ ଆଦି ନୃସିଂହନାଥ ଏ ଦେଖ ।

ଝଡ଼ିପଡ଼ୁ ଥାଉ ଅଣ୍ଟାରୁ ପଇସା କେତେ ଦିଅଙ୍କ ଦେଖିବା ମୁଖ ।

ନୀଳକଣ୍ଠେଶ୍ୱରେ । ମହା ପୂଜ୍ୟମାନ ଏ ଈଶ୍ୱର ।

ଝଗଡ଼ା ନକର ସୁବେଦୀ ବ୍ରାହ୍ମଣ ପଞ୍ଚ ତୀର୍ଥ ଯାତ୍ରା ହେଲା ପୁର ।।୨୬।।

 

ଜଗିପଡ଼ହାରୀ କରେ ତହିଁ ହୁରି ଭଲରୂପେ କ୍ଷେତ୍ର ବେଢ଼ କଲ ।

ଜଗତରେ ଯଶ ରଖି ଘେନି ବସ ପ୍ରମାଦ ଦିଅ କରି କବଳ ।

ତୁମ୍ଭ ପ୍ରଣାପତେ । ତୀର୍ଥ ଯାତ୍ରା ଶେଷ ହେଲା ଆଜି ।

ଯଶ ତୁମ୍ଭ ଗାଇ ଯାମିନୀ ପୁହାଇ କାଲି ଦେବ ତୁମ୍ଭ ପ୍ରେମଜେ ।।୨୭।।

 

ଛଟକ ଦେଖାଇ ପଣ୍ଡାଏ ବସଇ ଡାକଇ ଆସ ହେ ତୀର୍ଥବାସୀ

ବଡ଼ା ଶ୍ରୀକପଡ଼ା ପ୍ରସାଦ ପାଇବା ଯାହା ଦେବ ତାହା ଦିଅ ହସି ।

ଆଟିକା ବଢ଼ାଅ । ତୁମ୍ଭ ଯଶ ଗୁଣ ଗାଉଥିବୁଁ ।

ଛନ୍ଦ ନରଖିଣ ଟଙ୍କା ସବୁ ଗଣ କୋଇଲି ବୈକୁଣ୍ଠ ବେଗେ ଯିବୁଁ ।।୨୮।।

 

ଚମକକୁ ଦେଖଇ ପ୍ରାଣ ଗଲା ଶୁଖି ଦୁଃଖିତ ଭାବେ କହି ହାରିଲି ।

ଚଳୁକରି ଦେବ ଯାହା ଦ୍ରବ୍ୟ ଥିବ ଯାହା କିଛି ଦେଇଯାଉଁ ଚଳି ।

ଏହି ସ୍ଥାନରେ ଯେ । ତିଳେ ରହିବାର ସୁଖ ନାହିଁ ।

ଚାଷୁଷ ଦର୍ଶନ ନିଅ ପଣ୍ଡା ଗଣି ଚତ୍ୱର ନେଇ ଯାଅ ହେ ଭାଇ ।।୨୯।।

 

ଉଇଁ ଥିଲା ଯେଉଁ ଦର୍ଶନକୁ ମନ ଉଆଁସ ପ୍ରାୟେ ହୋଇଲା ଜାଣ ।

ହୃଦୟ ଗୃହର ଜଞ୍ଜାଳ ଏଥର ବାଟ କଟାଯିବା ଭାବୁ ମନ ।

ସଙ୍ଗେ ଥିବା ଜନ । ସମସ୍ତ ପଥଗାମୀ ହୋଇଲେ ।

ଉଦବେଗ ହୋଇ ସତ୍ୟବାଦୀ ଚାହିଁ ସାଷ୍ଟାଙ୍ଗେ ଦର୍ଶନକୁ ସେ କରିଲେ ।।୩୦।।

 

ଘସା ଚୂଡ଼ାଟାଏ ଭୋଗକୁ ସଭିୟେ ମିଳି କରି ଦେଇ ପୁଣ୍ୟ ଲୁଟ ।

ଘରଠୁଁ ଆସିଛ କୁଣ୍ଠିତ ହେଉଛି ଶାସନା ବ୍ରାହ୍ମଣଙ୍କର ପେଣ୍ଠ ।

ଯାହା ଅଛି ଦିଅ । ଶୁଭେ ଆଶୀର୍ବାଦ ନେଇ ଯାଅ ।

ଘରବାଡ଼ୀ ଦେଖ ନଡ଼ିଆ ଅଲେଖ ମିଷ୍ଟଭାଷା କୁହାମାନେ ଖଣ୍ଟ ।।୩୧।।

 

 

ଗମିଲ କି ଭାଇ ନରହୁଁ ଏଠାଇଁ ଗୋଳମାଳ ଲାଗିଲାଣି ଦେଖ ।

ତଣ୍ଟିକଟାଚୋର ଏସ୍ଥାନରେ ଘର ଯାଉଁ ବେଳବାଟ ମହାସୁଖ ।

ଏଣୁ ଯାଇଣ ଯେ । ଭୁବନେଶ୍ୱର ହେଲା ଦର୍ଶନ ।

ଗମିଲ କି ଭାଇ ଦେଉଲ ଯେ ଏହି ପୁରୀ ଠାରୁ ଉଚ୍ଚ ସୁଗଠଣ ।।୩୨।।

 

କେତେ ପ୍ରବୀଣ ଖ୍ୟାତାପନ୍ନ ଜନ ଭୂତକାଳ କାରିଗରି ଚାହିଁ ।

ଖଚିତ ମୂରତି ରହିଛି କୀରତି ଏଭଳି କାର୍ଯ୍ୟକୁ ନାହିଁ ମୁହଁ ।

ଖଣ୍ଡଗିରି ଅଛି । ଏଠା ସଙ୍ଗେ ଗୁଣ ପ୍ରବାଶୁଛି ।

ଖଞ୍ଜା ପୂର୍ବ ବିଭୁ ପୂଜା ନୀତି ସବୁ ସୁଚାରୁ ଖ୍ୟାତି ଏ ମୋହୁ ଅଛଇ ।।୩୩।।

 

କଉଡ଼ି ସରିଲା ଖ୍ୟାତ ସ୍ଥାନ ଗଲା ଯାଉଁ ନିଜ ସ୍ଥାନ କର୍ମମାର ।

କହି ସମାଚାର ହେଲି ମୁଁ ଅନ୍ନର ଦୟା ରହିଥିବ ତବ ଭର ।

କଲି ପ୍ରକାଶ ଯେ । ବିଜ୍ଞଜନେ ନ ଧରିବ ଦୋଷ ।

କର୍ତ୍ତା ସର୍ବେଶ୍ୱର ତାଙ୍କର କିଙ୍କର ସେବି ଜଣାଏ ବିହାରୀ ଦାସ ।।୩୪।।

 

ବିଷ୍ଣୁଙ୍କ ଜଣାଣ ଚଉତିଶା

ରାଗ-କାମୋଦୀ

 

କୃଷ୍ଣ କମଳା ଈଶ କେଶବ ହୃଷୀକେଶ କରୁଣା କର ଭାବଗ୍ରାହୀ ।

କଂସାଇଁ ଦଇତାରି କାମନା ପୂର୍ଣ୍ଣକାରୀ ମୁରାରି କରଭବୁଁ ସାଦ୍ଧ ହେ ।

ଜମ୍ବୁଧୀର । କୁମ୍ଭୀର ମୁର୍ଖୁ କଳିକର । କରିଛ ରାକ୍ଷସ ହେ ଈଶ୍ୱର ।

କଟି ବସନ ଦେଇ ଦୌପଦୀ ଲଜ୍ଜା ଫେଇ ଦୀନାର୍ତ୍ତ ରକ୍ଷାକାରୀ ହେ ।।୧।।

 

ଗଜେନ୍ଦ୍ର ପୃଷ୍ଠାସନ ଶ୍ରୀମୂର୍ତ୍ତିନାରାୟଣ ଅଖିଳାନାଥ ହେ ଗୋସାଈଁ ।

ଗଳ ନାଶନ ପାଇଁ ଅବତୀର୍ଣ୍ଣ ସେ ହୋଇ ରକ୍ଷଳ ରକ୍ଷାକାରୀ ମହୀ ହେ ।

କ୍ଷିତିପାଳ । ଖ୍ୟାତାପନ୍ନହେ ନେଭୂପାତ । ଖଣ୍ଡ ମୋ ଦୁଃଖଆଦିମୂଳ ।

କ୍ଷୋଭିତ ଦୀନ ଜନ ଜଣାଏଁ ଖଗାସନ ନଶୁଭେ ତବ କର୍ଣ୍ଣମୂଳ ହେ ।।୨।।

 

ଗରୁଡ଼ଧ୍ୱଜ ହରି ଗୋବିନ୍ଦ ଗିରିଧାରୀ ଗୋପାଳ ଗୋଗୋଷ୍ଠ ପାଳକ ।

ଗିରିଟୋକା ଅଚ୍ୟୁତ ଗୁଣ ତବ ଅଦ୍ଭୁତ ନିବାସ ତବ ସେଗୋଲୋକ ହେ ।

ଗୁଣଲବ୍ଧ । ଗୋପୀବଲ୍ଲଭ କର ବୋଧ । ଗୋପତି ନାମ ସେ ପ୍ରସିଦ୍ଧ ।

ଗୋପାଳକ ମୁଁ ଚାହିଁ ଅରକ୍ଷ ପ୍ରାୟେ ହୋଇ ମାୟା ସାଗରେ ହୁଏଁ ବଦ୍ଧ ହେ ।।୩।।

 

 

 

ଘନଶ୍ୟାମ ଘଟଣ ଶୋଭା ତବ ବଦନ ନୃସିଂହ ଘଟନାଙ୍ଗ ସାପ ।

ଘାଣ୍ଟି ହେଉଛି ଗାତ୍ର ନ ପାଇ ପୁଣ କ୍ଷେତ୍ର ବୃଥାରେକାଳ ମୋର ଗତ ହେ ।

ଆଦିନାଥ । ଘୃଣା କର ମାୟା ଏ ବ୍ୟର୍ଥ । ଘୋଟି ଦେବ ନାଶନେ ଅର୍ଥ ।

ଘଟାକ ସେ ନପାରି ସନ୍ତତେ ହୁଏଁ ଘାରି ହୋଇଣ ଭବରେ ଅନାଥ ହେ ।।୪।।

 

ଉଇଁଲା ଦିନୁ ଜୀବ କରୁଛି ଭୀମରାବ ଠାବ ନ ପାଇ ଭ୍ରମୁଅଛି ।

ଅନନ୍ତ ଭବ ଚାହିଁ ଅନିୟମକୁ ବୋହି ବିତ୍ତାଦି ପସରା ମେଲିଛି ହେ ।

ଭାଗ୍ୟବନ୍ତ । ଅନାଦି ଅଲେଖ ଅବ୍ୟକ୍ତ । ଅବ୍ୟୟ ହେ ଅପରାଜିତ ।

ଆତ୍ମଯୋନି ସେ ଆତ୍ମା ତନ୍ମୟ ଅନ୍ତରାତ୍ମା ଦାସକୁ ନକର ଚକିତ ହେ ।।୫।।

 

ଚକ୍ରଧର ଦରାରି ଷଣ୍ଢାରି ଶକଟାରି ତୃଣାରି ବକାରି ଶ୍ରୀପତି ।

ଚରଣ ତବ କରି ହେଲେ କି ଭବୁଁ ପାରି ଚିନ୍ତାମଣି ହେ ଜଗତ୍‌ଜ୍ୟୋତି ହେ ।

ଚକ୍ରପାଣି । ଜତ୍ୱାର ଦେବାକୁ ଅଗ୍ରଣୀ । ଚତୁର୍ଦ୍ଧାମୂର୍ତ୍ତି ହୃଦଠାଣି ।

ଚତୁର୍ବ୍ୟୁହ ସେ ଚିନ୍ତି ନ ପାଇବ କି ମୁକ୍ତି ଅଭାବ ମୋ କର୍ମକୁ ଜାଣି ହେ ।।୬।।

 

ଛଦୋଗ ତବ ଅଙ୍ଗ ଛଟାରୀ ନାରୀ ସଙ୍ଗ ଛଇତ ନାଗର କୁହାଇ ।

ଛଳ ମାୟା ବେଟାଇ ଛନ୍ଦାନ୍ୟୁର୍ତ୍ତୀ ହୋଇ ବରଜବନ୍ଧୁ ଗୋପସାଇଁ ହେ ।

ଗୋକୁଳେଶ । ଛନକା ଦେଖାଇ କି ନାଶ । ଛେଉଣ୍ଡ ଜାଣ ତୁମ୍ଭ ଦାସ ।

ଛଡ଼ା ଉଚ୍ଛିଷ୍ଟ ଅନ୍ନ ଭକ୍ଷି ଉଦର ପୂର୍ଣ୍ଣ ସେବାକୁ ବଳିଛି ମାନସ ହେ ।।୭।।

 

 

ଜଗଦାତ୍ମା ଜଗତ ଯଦୁପତିଶ୍ରୀମନ୍ତ ଜଗଦୀଶ ସେ ଜାମକାରି ।

ଜଗତକର୍ତ୍ତା ହୋଇ ତାନପଦ ଦେଖାଇ ଜଗନ୍ନାଥ ବୋଲାଅ ହରି ହେ ।

ଜଗଦ୍ଭୁପ । ଜଗବାଧାର ଖଣ୍ଡ ତାପ । ଜାନକୀପତି କିପାଁ କୋପ ।

ଜାହ୍ନବୀ ନଖୁଁଦେଲ ସାଗର ଉଦ୍ଧରିଲ ମୋ ଅଭାଗ୍ୟେ କି ଏ ପ୍ରଳାପ ହେ ।।୮।।

 

ଝାଡ଼ ବନସ୍ତରରେ ୠଷି ମଣ୍ଡଳୀ ଭରେ କଳ୍ପନା ଦାତା କୁହାଇଲ ।

ଝାଡ଼ ବୃନ୍ଦାବନରେ ରାସଲୀଳା ଛଳରେ ଗୋପୀଙ୍କ ବାଞ୍ଛା ପୂର୍ଣ୍ଣ କଲ ହେ ।

ଝହ୍ଲିଚଲା । ଝାଡ଼ ବିନୋଦିଆ ସେ ଲୀଳା । ଝୁଣିବା ମାୟା ଦେଖାଗଲା ।

ଝୁରୁଛି ମୋର ଆକ୍ଷି ତୁମ୍ଭ ମହିଁମା ଲକ୍ଷି ଝଗଡ଼ା ଚାହିଁ ଦିନ ଗଲା ହେ ।।୯।।

 

ନିୟାମକ ହୋଇଣ ନିଗମ ବ୍ରହ୍ମ ଗୁଣ ନିର୍ବିକଳ୍ପ ହେ ନିରଞ୍ଜନ ।

ନିତ୍ୟାନନ୍ଦ ମୂରତି ଦେଖାଅ ତବ ଜ୍ୟୋତି ଦାସକୁ ନ କର ନିଧନ ହେ ।

ନିତ୍ୟାଧାର । ନିଜ ଦାସକୁ ରକ୍ଷାକର । ନିବାସ ଦିଅ ଶ୍ରୀପୟର ।

ନିରଙ୍କୁଶେ ଭ୍ରମିଲେ ଅଶୋଭା କାହା ମୂଳେ ଏହା ସେ ହୃଦୟେ ବିଚାର ହେ ।।୧୦।।

 

ଟାଣ ଭାଙ୍ଗି ବ୍ରହ୍ମାର ଇନ୍ଦ୍ରଙ୍କ ଗର୍ବ ଦୂର କର୍ତ୍ତା ବୋଲାଇଛ ସେ ପରା ।

ଟଙ୍କିଳ ପଡ଼ିଥିଲା ଛୁ ଥାନ୍ତେ ନାରୀ ହେଲା କୀରତି ରହିଅଛି ଧରା ହେ ।

ଗର୍ବହନ୍ତା । ଟଳ ଟଳ ମଦର ଗିରି । ଟେକିଲ ଦନ୍ତେ ବସୁନ୍ଧରୀ ।

ଟକ ଟକା ମୁଁ ହୋଇ ସେସବୁ ଭାବୁ ଥାଇଁ ମୋ ଭାଲେ ନିରାଶ କିପରି ହେ ।।୧୧।।

 

 

ଠାକୁର ଠାବଦାତା ଠୂଳ ବ୍ରହ୍ମ ହେ ଜ୍ଞାତା ଶୋଭା କି ଏହା ତବ ସ୍ଥଳେ ।

ଠଉରାଇବା କଥା ଜାଣିବା ସମର୍ଥତା ପଣ ଦେଖାଅ କାହା ତୁଳେ ହେ ।

କର୍ମରୂପୀ । ଠିକ୍‌ଜଣାଇ ଦିଅ ମୋରେ । ଠିକଣା ନ ପାଇ ମୁଁ ସରେଁ ।

ଠୁକର ଦେବା ପାଇଁ ଯେବେ ଆଜ୍ଞାଟି ଏହି ନିନ୍ଦା ଦେବି ମୁଁ କାହା ପରେ ହେ ।।୧୨।।

 

ଡରି ଜରାସନ୍ଧରେ ରହି ଦ୍ୱାରାବତୀରେ ରଣଛୋଡ଼ଟି ବୋଲାଇଲା ।

ଡାକୁ ବ୍ରଜମଣ୍ଡଳେ କ୍ଷୀରଚୋରା ସେ ସ୍ଥଳେ ଆବର ଗୋପୀନାଥ ହେଲ ହେ ।

ଯାଚକରେ ଡାକରା ପକାଇ ବସିବି। ଡେଇଁ କରି ପାତାଳେ ରଖି ।

ଡରାଇ କସ୍କିନ୍ଦାରେ ବାଳି ଧ୍ୱଂସ ଶ୍ରୀବରେ ଡାକି ନେଲ ବ୍ରଜ ବାଳୀକି ହେ ।।୧୩।।

 

ଢୋକାଇ ପ୍ରେମରସ କାହାଠାରେ ସନ୍ତୋଷ ଢମପଣରେ କାହାପରେ ।

ଢଙ୍ଗରଙ୍ଗଚାହିଁଣ କେତେଠାରେ ନିଧନ ଦୁଷ୍ଟଭାବନା ଭାବିଉରେ ହେ ।

ରାବଣାରି । ତପ ତୁମ୍ଭ ଅଗମ୍ୟ ପୁଣି ! ଢାଳେ ଅନାଅ ଭାବ ଟାଣି ।

ଢ଼ୁକି ଚରଣାମୃତ କରଯୋଡ଼ି ରହେଁତ ନିରାଶେଯୋଡ଼ିଅଛି ପାଣି ।।୧୪।।

 

ଅଣାକାର ପୁରୁଷ ଅଣିମା ତୁମ୍ଭ ପାଶ ଅଣିମାଦି ଦେବାର କର୍ତ୍ତା ।

ଅଣିୟାନ୍‌ତ୍ରିପୁରରେ ରହିଛ ସବୁଠାରେ ଆଣି ନାଶନେ ଜଗତ୍‌ଜିତା ହେ ।

ଅଗମ୍ୟରେ । ଅଣୁବୀକ୍ଷଣ ରୂପଧାରୀ । ଅଣୁ ପ୍ରମାଣେ ଅଛ ପୂରି ।

ଆଣିନାହିଁ ମୋହର କୃପାନିଧି ମୋ ଠାରୁ ଦୟା ନୋହୁଛି ତାକପରି ହେ ।।୧୫।।

 

 

ତ୍ରିଲୋକନାଥ ପ୍ରଭୁ ଦେଖାଇ ମାୟାବିଭୁ ତ୍ରିପଥ ଭାବେ ଖେଳା ଜାଣ ।

ତତ୍‌ପୁରୁଷ ହେ ତତ୍ତ୍ୱ ତତ୍ତ୍ୱାବଶେଧାରକ ତତ୍ତ୍ୱଜ୍ଞ ତତ୍ୱଜ୍ଞାନୀ ଯେନ ହେ ।

ତତ୍ତ୍ୱବେତ୍ତା । ତତ୍ତ୍ୱଜ୍ଞାନୀ ତବ ବିଭୁରେ । ତାହା ମୋ ଇଛା ନାହିଁ ଉରେ ।

ତତ୍‌କ୍ରିୟ ସେ ମୂହିଁଟି ତତ୍‌ପରାୟଣେ ଯୋଟି ରକ୍ଷକହୋଇ ରଖ ମୋରେ ହେ ।।୧୬।।

 

ଥାଟ କୁରୁସାଗରେ ଦାରୁଳ ରଥପରେ ବିଚିତ୍ର ମହିମା ଦେଖାଇ ।

ଥାଇ ସାକ୍ଷୀରୂପରେ ଆର୍ତ୍ତନାଦ କର୍ଣ୍ଣରେ ଡାକିଲା ଭାରିଜିଆ ତହିଁ ହେ ।

ପକ୍ଷୀଦୁଃଖ ସ୍ଥିରକଲ ଘଣ୍ଟ ତନରେ । ସ୍ଥଳ ପାଇଲା କାବଳରେ ।

ଥିଲା ପାପିଷ୍ଠ ଦ୍ୱିଜ ଅଜାମ୍ବିଳକୁ ହେଜ ନାମ ଧରନ୍ତେ ରକ୍ଷାକାରେ ହେ ।।୧୭।।

 

ଦାମୋଦର ତରାରି ଦୀନବନ୍ଧୁ ବିହାରୀ ତ୍ରି ଧାମ ହେ ଅରୂପାନନ୍ଦ ।

ଦଣ୍ଡବିଧି କିକରି ଚତୁର୍ଦ୍ଦଶ ଯେ ପୁରୀ ତ୍ରିମୂର୍ତ୍ତି ହୋଇଣ ଆନନ୍ଦ ହେ ।

ଦୟାନିଧି । ଦଧିବାମନ ଚାହିଁ ସିଦ୍ଧି ଦାନବାରି ହେବାକୁ ବୁଦ୍ଧି ।

ଦେଖାଇ ହେ ଦର୍ପହା ଦର୍ଶନ ହେବ କାହା ଦର୍ପକ ଦେଇଅଛ ନିଧି ହେ ।।୧୮।।

 

ଧରଣୀଶ୍ୱରଧର ଧରଣୀ ଧରାକାର ଧରାଧର ଅନନ୍ତମୂର୍ତ୍ତି ।

ଧନେଶ ଧର୍ମାଧ୍ୟକ୍ଷ ଧାତାରୂପ ପ୍ରତ୍ୟୁକ୍ଷ ଧୃତାଥେୟ ତବ ସେ କୀର୍ତ୍ତି ହେ ।

ଧେନୁକାରି । ଧ୍ୟାନ କରୁଛିଁ ରାତ୍ରଦିବା । ଧ୍ୱାନ୍ତହାରୀ ଆଉ କେଅବା ।

ଧର୍ମବହି ମୁଁ ଚାହିଁ ଧ୍ୱଂସ ହେଉଛିଁ ମୁହିଁ ଧନ୍ୟ ଧର ନାମ ସେ ପ୍ରଭା ହେ ।।୧୯।।

 

ନନ୍ଦନନ୍ଦନ ଶୁଣ ନନ୍ଦ କି ଯେ ନନ୍ଦନ ନନ୍ଦିତ ନମତ ପ୍ରକାଶ ।

ନରକଜାତି ହରି ନରକାନ୍ତକଧାରୀ ନର ନାରାୟଣ ସେ ଈଶ ହେ ।

ନରହରି । ନରେଶ ନରୋତ୍ତମ ସୂଚି । ନଳିନେଶୟ ଆଣଧରି ।

ନାରାୟଣ ବୋଲିଣ ନିରେଖୀ କରେ ଧ୍ୟାନକିମ୍ପାନ ଶୁଣ ନାରକାରି ହେ ।।୨୦।।

 

ପ୍ରାଣେଶ ପ୍ରିୟବନ୍ଧୁ ପ୍ରହ୍ଲାଦ ରଖି ହନ୍ଦୁଁ ପ୍ରଣବ ପୁରୁଷ ଗୋସାଇଁ ।

ପ୍ରଭାବକୁ ଦେଖାଇ ପ୍ରତ୍ୟାଶା ରଗ ଏହି ପ୍ରତୀତ ହୁଅ ମୋ ଦେହି ହେ ।

ପୁରନ୍ଦର । ପୁଣ୍ୟକନେଶ୍ୱର ଶ୍ରୀନାଥ । ପୁଣ୍ଡରୀକାକ୍ଷ ପୁରୁଷାର୍ଥ ।

ପୁନର୍ବସୁ ସେ ନାମ ପରମେଶ୍ୱର ଧାମ ପୁରୁଷୋତ୍ତମ ହେ ଭାବାର୍ଥ ହେ ।।୨୧।।

 

ଫଳଦ ପ୍ରିୟାତ୍ମକ ପ୍ରବେଶ ପ୍ରଭୁ ଲୋକ ପାଳନ ପ୍ରଳୟ ହେ କର୍ତ୍ତା ।

ଫଣୀନ୍ଦ୍ର କାଜିଦଳା ଫାନ୍ଦିମାୟା ମହିଳା ଲଗାଇଅଛ କି ବ୍ୟବସ୍ଥା ହେ ।

ପ୍ରେମନିଧି । ଫାନ୍ଦି ଯନ୍ତ୍ରଣା ଏକି ସିଦ୍ଧି । ଫେଡ଼ି କଷ୍ଟ ଦେଖାଅ ବୁଦ୍ଧି ।

ଫଜିୟତ ହେଉଛି ତବାଶ୍ରୟୀ ବହିଛି ଦେଖାଅ କୃପାମୟ ନିଧି ହେ ।।୨୨।।

 

ବିମ୍ବାଧର ଯେ ବଭ୍ରୁ ବଳାନୁଜ ଆତ୍ମଭୁ ବଳିଧ୍ୱଂସୀ କଳିହା ହୋଇ ।

ବହୁରୂପ ଅଚ୍ୟୁତ ବହୁ ମୂର୍ଦ୍ଧ । ଅଦ୍ଭୁତ ବାସୁଦେବ ଶୁଣ କି ନାହିଁ ହେ ।

ବଳିନ୍ଦମ୍ । ବାଳମୁକୁନ୍ଦ ବ୍ରହ୍ମନାଭ । ବ୍ରାହ୍ମଣ୍ୟ ବ୍ରହ୍ମଭୂଜ ଦେବ ।

ବଡ଼ ଆର୍ତ୍ତନାଦରେ ଗୁହାରି ମୁଁ ଯେ କରେଁ ନ ପାଏଁ କୁପାମୟ ଲାଭ ହେ ।।୨୩।।

 

 

ଭଗବାନ ହେ ଭରୁ ଭବ୍ୟ ଦାୟକ ଗୁରୁ ବିବଭାନ ହେ ରଖ ଦାସ ।

ହନୁ ଜାତୀର ବୁଲା ଭାର୍ଗବ ଉଗ୍ରଜଳା ଭାବୁକ ଯାଉଅଛି ନାଶ ହେ ।

ଭାବଗ୍ରାହୀ । ଭୂରି ଭବ ଭୂରି ଶେଖର । ଭୂତାତ୍ମା ଭୁବନଈଶ୍ୱର ।

ତୁକ୍ତଭୋଗୀ ଭୁବନ ଭୀଷଣଦାତା ପୁଣ କରିପାର ହେ ପରିହାର ହେ ।।୨୪।।

 

ମଞ୍ଜୁକେଶ ମାଧବ ମଣ୍ଡଳେଶ ଏ ଭବ ମଦନ ମୋହନ ମୁରାରି ।

ମଧୁକତ୍ ମଧୁସୂଦନ ମନସିଜ ମୋହନ ମଥୁରାବାଳୀ ମନୋହାରୀ ହେ ।

ମାୟାଧର । ମହକ ହେ ମାୟା ପୁରୁଷ । ମହାପ୍ରଭୁ ମହିଭୁତେଶ ।

ମହାବ୍ୟାହୁତିଭୁତ ମହିଁମା ତବ କୀର୍ତ୍ତି ମାଧୁରୀ ଶୋଭାକୁ ପ୍ରକାଶ ହେ ।।୨୫।।

 

ଯଜ୍ଞେଶ୍ୱର ଜାମଳ ଯାଦପତି ସେ ହେଲ ଯଦୁପତି ଆହେ ଯୋଗେଶ ।

ଯୋଗୀଣ ଯୋଗଦାନ କର୍ତ୍ତା ହୋଇ ସେ ପୁଣ ଯାଚକ ଦାସ କିମ୍ପା ନାଶ ହେ ।

ଯାଦବେନ୍ଦ୍ର । ଜଗି ତୁମ୍ଭ ସେବାକୁ ଧ୍ୟାୟି । ଯଥାର୍ଥ ନାହିଁ ମୁଁ କାଶ୍ରୟୀ ।

ଜନକାତ୍ମକାପତି ଘେନ ମୋର ବିନତି କୃପାସିନ୍ଧୁ ନାମ କି ନାହିଁ ହେ ।।୨୬।।

 

ରମାଧବ ଶ୍ରୀରାମ ଆବର ପର୍ଶୁରାମ ରଘୁନାଥ ସେ ଦାଶରଥି ।

ରଘୁକୁଳ ତିଳକ ରଘୁନନ୍ଦନ ଲକ୍ଷ ରଘୁବଂଶ ରଙ୍ଗଜ ମୂର୍ତ୍ତି ହେ ।

ରାଘବେନ୍ଦ୍ର । ରକ୍ଷହନ୍ତା ଯେ ଉପଇନ୍ଦ୍ର । ରଥାଙ୍ଗପାଣି ଗୋପଚନ୍ଦ୍ର ।

ରଥାଙ୍ଗ ରମାପ୍ରିୟ ରମେଶ ମହାକାୟ ରମ୍ୟ ଶ୍ରୀମୁଖ ଶୋଭା କେନ୍ଦ୍ର ହେ ।।୨୭।।

 

 

ଲକ୍ଷ୍ମୀକାନ୍ତ ଲକ୍ଷ୍ମୀଶ ଲଳିତ ପୀତବାସ ଲୀଳାନିଧି ସେ ଲୋକନାଥ ।

ଲାବଣ୍ୟ ରୂପ ମହୀ ଲୟ ଲଳିତ ଦେଇ ନାଶକୁ କରିବା କି ସ୍ୱାର୍ଥ ହେ ।

ନୀଳାମ୍ବର । ଲାବଣ୍ୟବତୀ ଗୋପବାଳୀ । ଲାଗି ତହିଁରେ କର କେଳି ।

ଲଟ ଲଗା ସେ ହେବ ମୋର ପାଇଁ ଅଭାବ ନାମ କି କରୁଣା ବାରିଧି ହେ ।।୨୮।।

 

ବ୍ରଜନାଥ ବ୍ରଜେନ୍ଦ୍ର ବ୍ରଜମୋହନ ଚନ୍ଦ୍ର, ବ୍ରଜବଲ୍ଲଭ ବଂଶୀଧାରୀ ।

ବ୍ରଜକିଶୋର ବ୍ରହ୍ମ ବୈକୁଣ୍ଠ ନାମ ଧାମ ବେଦବିଦ୍ ନିଶ୍ୱତାପହାରୀ ହେ ।

ବିଶ୍ୱରୂପ । ବୃନ୍ଦାବନେଶ୍ୱର ବରେହା । ବିଷ୍ଟରଶ୍ରବା ବିଷ୍ଣୁ ଦେବା ।

ବିଶ୍ୱପା ବିଶ୍ୱମ୍ଭର ବିଶ୍ୱରାଜ ଶେଖର ବିରାଟବୃପ ମୁନି ସ୍ପୃହା ହେ ।।୨୯।।

 

ସର୍ବେଶ୍ୱର ଶ୍ରୀଧର ସତଧାମା ଶ୍ରୀକର ଶମ୍ଭୁ ବିରଞ୍ଚି ବିଶ୍ୱକେସନ।

ଶର୍ମ୍ମଦଶଷ ବିନ୍ଦୁ ଶୈଳଧର ସୁଇନ୍ଦୁ ଶ୍ରୀକାନ୍ତ ଶ୍ରୀଗର୍ଭ ସେ ଯେନ ହେ ।

ଶ୍ରୀ ବରାହ । ଶ୍ରୀନିକେତନ ହେ ଶ୍ରୀମୂର୍ତ୍ତି । ଶ୍ରୀବାସ ଶ୍ରୀଣ ଶୋଭାଜ୍ୟୋତି ।

ଶ୍ରୀରାମ ଶ୍ରୀନିବାସ ସତ୍ୟଭାମାଙ୍କ ଈଶ ନିର୍ଦ୍ଦୟ କିମ୍ପା ସେ ମୋ କତି ହେ ।।୩୦।।

 

ଷଡ଼ଙ୍ଗଜିତ୍ ହେ ହରି ଷଡ଼୍‌ଭୁଜ ରକ୍ଷାକାରୀ ଅରକ୍ଷ ମୋ ଦୁର୍ଭାଗ୍ୟେ କନା ।

ଷଡ଼ବିନ୍ଦୁ ଅଜିତ ଅରକ୍ଷ ଅବିକୃତ ଏହାକି ତୁମ୍ଭର ଭାବନା ହେ ।

ରଘୁନାଥ । ଷଟ୍‌କର୍ମ ତୁମ୍ଭ ହେତୁ ଖ୍ୟାତ । ଷଡ଼୍‌ଭୁଜ ଅଖଣ୍ଡ ଅଜ୍ଞାତ ।

ଷଡ଼ଙ୍ଗ ହୃଦ ଦେଇ ମାୟା ରସେ ମଜ୍ଜାଇ କାଳକୁ କର କିପାଁ ହତ ହେ ।।୩୧।।

 

ସାରିଦାନନ୍ଦ ନିତ୍ୟଆତ୍ମା ଯୋନି ଯେ ସର୍ତ୍ତ୍ୱ ସଦାତନ ସୁଦାମପ୍ରିୟ ।

ସନାନ୍ତନ ଆତ୍ମଭୁ ସମାଧି ଦାନେ ପ୍ରଭୁ ସାତ୍ୱିକ ଭକ୍ତି ହୃଦେ ଦିଅ ହେ ।

ସଦାଚାର । ସଚରାଚରେ ଶୋଭାକ୍ରାନ୍ତି । ସାର ବିଷୟ ଭବଗତ ।

ସୁବର୍ଣ୍ଣ ବିନ୍ଦୁସୁର ସୁଭଦ୍ର ସୁରେଶ୍ୱର ତୁମ୍ଭେ ପରା ସେ ବେଦସୂକ୍ତି ହେ ।।୩୨।।

 

ହଂସାବଳାରଧାରୀ ହୟଗ୍ରୀବ ହେ ହରି ଅମିତ ବିକ୍ରମ ସେ ଅଜା ହେମାଙ୍ଗ ।

ହେମଶଙ୍ଖ ହୃଷୀକେଶ ହେ ରଖ ହର୍ତ୍ତା ହୋଇ ହର୍ମିତ ନ୍ୟାଯ୍ୟ ହେ ।

ହରିହର । ହରିଣ ହରିତ୍ ରୂପାକ୍ରାନ୍ତ । ହୟଶୀର୍ଷ ହଂସ କି ଅନ୍ତ ।

ହରି ସଂକୀର୍ତ୍ତନରେ ହର୍ଷକ ଭାବି ଉରେ ଚାହୁଁଛି ତବ କୃପାମୃତ ହେ ।।୩୩।।

 

କ୍ଷୀରାର୍ଣ୍ଣନ ଶୟନ କ୍ଷମାନିଧି ସେ ପୁଣ କ୍ଷୋଭିତ ହୋଇ ମୁଁ ଜଣାଏଁ ।

କ୍ଷିତି ଚକ୍ର ନାଶକ ଖ୍ୟାତାପନ୍ନ ଅଲେଖ କ୍ଷୁଧ ହୃଦୟ କର ଲୟେ ହେ ।

କ୍ଷିତନାଥ ।କ୍ଷତ ପାଇ ହୁଏଁ ନିତାଶ ! ଖ୍ୟାତି କରାଏଁ ତୁମ୍ଭ ପାଶ ।

କ୍ଷମିତା ରୂପ ଚାହେ କରଯୋଡ଼ି ଜଣାଏଁ ଦୀନହୀନ ବିହାରୀ ଦାସ ହେ ।।୩୪।।

 

ହର ଚଉତିଶା

ଓଁ ଦିଗମ୍ବରାୟ ନମଃ

ରାଗ-ପାହାଡ଼ିଆ କେଦାର

 

କାଳ କଣ୍ଟକ କୁଶଳେଶ୍ୱର ଅପରାଜିତ ହେ କୁଳେଶ୍ୱର

କଙ୍କାଳମାଳୀ ହର ଈଶ୍ୱର ହେ କାଶୀନାଥ ହେ ।

କେଦାରନାଥ ଅଜାତଶତ୍ରୁ କାର୍ତ୍ତିକେଶ୍ୱର ଗଣେଷ ପିତୃ

କୃତଜ୍ୱର ସେ ପ୍ରଭୁ ଅଜିତ ଶଶାଙ୍କ ନାଥ ହେ ।

କାଳଞ୍ଜୟ ଶ୍ରୀ ମୃତ୍ୟୁଞ୍ଜୟ ଅଘୋର ହେ ।

କନ୍ଦର୍ପ ମଥନ ଯେ କର୍ମଅମ୍ଭର ହେ ।

କୃତ୍ତିବାସ ସେ ଅଜେୟ ଶିବ ରୁଦ୍ରାବତାର ଅରକ୍ଷ ଜୀବ ଭାସୁଛି

ନାଥ ରକ୍ଷାକୁଙ୍କର ଅଭୟ ବର ହେ ।।୧।।

 

ଟ୍ୱୋଙ୍ଗଭୃତ୍ ପାର୍ବତୀ ଈଶ କୃଶାନୁରେତାଃ ପ୍ରଭୁ ମହେଶ

ଅଭିରୂପକୁ କର ପ୍ରକାଶ ମୁଁ ତବ ଦାସ ହେ ।

ଖାଇ ଗରଳ ହେଲ ବିଭୋଳ ଅଭୟବର କରି ସଙ୍କୋଚ

ନ ଦେଇ ନାଥ ଟାଳି ଦେଉଛ ହୁଏଁ ନିରାଶ ହେ ।

ଖଟ ପଲଙ୍କ ଛାଡ଼ି ଶ୍ମଶାନଶାୟୀ ହେ ।

ଖାଦ୍ୟ ଦୁଦୁରା ସଙ୍ଗତରେ ଗଞ୍ଜାଇ ହେ ।

ଖାଉନ୍ଦ ମୋର ଶୁଣୁଛ ନାହିଁ କ୍ଷୋଭିତ ଦେହେ କର ଯୋଡ଼ଇଁ

ଖେଦ ପାଇଣ କରେଁ ରୋଦନ ଜାଣବି ନାହିଁ ହେ ।।୨।।

 

ଗୁଣ ଗାମ୍ଭୀର୍ଯ୍ୟ ହେ ଗୌରୀପତି କାର୍ତ୍ତିକେଶ୍ୱର ତାଳ ଗୋପକି

ଗଙ୍ଗାଧର ଯେ ସେ ଗୁହ୍ୟଗୁରୁ ଭୁବନେଶ୍ୱର ହେ ।

ଗିରୀଶ ନାଥ ସେ ଗଣନାଥ ତ୍ରତୁଧ୍ୱଂସୀ ଯେ ହେ

ଗୋପାଳବ କକୁଦ୍ୱାନଙ୍କ ପତି ବୋଲାଅ କେଦାରେଶ୍ୱର ହେ ।

କିଂପୁରୁଷ ଈଶ୍ୱର ବୋଲାଅ ଶିବ ହେ ।

ଅହିତୀୟବାଦୀ ଆଉ କେ ହୋଇବ ହେ ।

ଗିରିଜାପତି ଗୁହାରି ଶୁଣ ଗୁଣ ତୁମ୍ଭର ଚାହିଁ ମୁଁ ପଣ ସଦା ଆଶ୍ରୟୀ

ଅରଯ ଘେନ ମୁଁ ପାପୀଜୀବ ହେ ।।୩।।

 

 

ଘଣ୍ଟେଶ୍ୱର ଯେ ପରଆତ୍ମଭୁ ସେ ଆଦିଦେବ ଅନନ୍ତ ବିଭୁ

ଆତ୍ମ ଯୋନି ସେ ଆସ୍ତିକ ଇହା ନେ ବାମଧ୍ୱଂସୀ ହେ ।

ଘନ ବାହିନ ଈଶ ଈଶାନ ଈଶ୍ୱର ଯେନ ଉପଦେବତା ସଙ୍ଗେ

ଭ୍ରମିଣ ଆଦି ବୋଲାଅ ହେ ଅବିନାଶୀ ହେ ।

ଉର୍ଦ୍ଧ୍ୱରେତା ନାଥ ହେ କରୁଣା କର ହେ ।

ଉପନିଷଦ ନାମ ହୃଦୟେ ଧରି ହେ ।

ଘାଣ୍ଟି ହେଉଛିଁ ମୁଁ ରାତ୍ରଦିନ ଉମାଉମେଶ କରି ସ୍ମରଣ

ନପାଇ ଚିହ୍ନ ଲଭେଁ ଅଜ୍ଞାନ ହେ ବୃଷଧର ହେ ।।୪।।

 

ନିଗମବ୍ରହ୍ମ ଉଗ୍ରଶେଖର ଅସ୍ଥିମାଳୀ ହେ ଶିବ କେଦାର

କାଳେଶ ହର ଯେ କାଳେଶ୍ୱର ପ୍ରଭୁ କପାଳୀ ହେ ।

ନିର୍ବିକାରକ ୠଷଭ ଧ୍ୱଜା କଳୁଷକଣ୍ଠ ବାଲିଞ୍ଜରଯା

ପାଦରେ ତୁମ୍ଭ ଶରଣ ପଶି ଦୀନତା ଅଳି ହେ ।

ଉଗ୍ରଧନ୍ୱା କପଦ୍ଦୀ କଳା ତ୍ୱତ୍ ତେବ ହେ ।

କାଶୀଣ ଏକା ଧୃକ୍ ଐଶ୍ୱର୍ଯ୍ୟ ଭବ ହେ ।

ନିରାଶ ହୁଏଁ ହେ ଐଶଐଶୀ କର ବିଚାର ହେ ।

କାଶୀବାସୀ ଋତଧ୍ୱଜ ହେ । ସେ କ୍ରତୁଧ୍ୱଂସୀ ନିଅ ସେ ଠାବ ହେ ।।୫।।

 

ଚନ୍ଦ୍ରଶେଖର ନେତନ ମୂର୍ତ୍ତି ଚକ୍ଷଷ ଦେଇ ଦେଖାଅ କୀର୍ତ୍ତି

ଏକା ଦୃକ୍ ଆହେ ପୁଣ୍ୟ ନିଭୁତ ଦେଇଣ ରଖ ହେ ।

ଚକର ପାଇ ହେବି ମୁଁ ନାଶ ଶୋଭା ତୁମ୍ଭଙ୍କୁ ହୁଏ କି

ଦୃଶ୍ୟ ରଙ୍ଗ ହୃଦୟେ କର ବିଚାର ପତିତ ଦେଖ ହେ ।

ଗନ୍ଧ ମୈଥୁନ ପରେ ଭ୍ରମଣ କରି ।

ତ୍ରତୁଧ୍ୱଂସା ମୋ ଶୁଣ ମୋର ଗୁହାରି ହେ ।

ଚଳାଚଳରେ ତୁମ୍ଭର କ୍ରାନ୍ତି ଦେଖାଯାଉଛି ହେଚଣ୍ଡ ପରି ଚରଣ

ସେବି ଚାହୁଁଣ ଅଛି ଖଣ୍ଡ ମୋ ଅରି ହେ ।।୬।।

 

ଛନ୍ଦସହର କ୍ଲେଶକୁ ହର ଛନ୍ଦ ମାୟାକୁ କରି ପ୍ରଚାର

ଯଙ୍ଗୁଳ ଖାର ତେଜ ପ୍ରଖର ଛବି ଅପାର ହେ ।

ଛନ୍ଦସାଳଭି ହେ ଜଗତ୍‌କର୍ତ୍ତା ଜିତେନ୍ଦ୍ରିୟ ଯେ ସେ ଜଗତ୍‌ଜିତା

ଛିତ୍ୟର ନୁହେ ଛନ୍ଦ ନ କରି ବାରେ ଉଦ୍ଧର ହେ ।

ଛନ୍ଦାନୁ ସରଣରେ ଗମନକାରୀ ହେ ।

ଛଳି ଶଠ ଦାନବଙ୍କର ବଇରି ହେ ।

ଛୁପ୍‌ସେ ଭିଆଇ ଦୁଷ୍ଟକୁ ନାଶି କ୍ଷିତି ସଙ୍କଟ ନାଶନେ

ବସି ସନ୍ତରକ୍ଷକ ହେ ଅବିନାଶୀ ତ୍ରିଶୂଳଧାରୀ ହେ ।।୭।।

 

ଜଟାଜୁଟରେ ଶୋଭିତ ଶିର ଜାହ୍ନବୀ ତହୁଁ ବହୁଛି ନୀର

ଜଗତୋଦ୍ଧାର ଭାବିଣ ସାର ଭାବ ସେ ଉର ହେ ।

ଜୟନ୍ତ ନାମ ନିଗମ ଧାମ ଜ୍ୱାଳି ଶ୍ରୀମନ୍ତ ଦିଅ ବିଶ୍ରାମ

ଅନନ୍ତ ମାୟା ଚାହିଁଣ ଭ୍ରମ ହୁଏ ମୋହର ହେ ।

ଜଳେଶ୍ୱର ସେ ରକ୍ଷା କର ଗୋସାଇଁ ହେ ।

ଜଟାଧର ସେ କିପାଁ ଶୁଣୁଛ ନାହିଁ ହେ ।

ଜୟନ୍ତନାଥ କର ମୋର ସ୍ୱାର୍ଥ ତୁମ୍ଭ ଥାଅନ୍ତେ ହେବି ଅନାଥ

ବୁଝ କି ଅର୍ଥ ଚାହଁ ଭାବାର୍ଥ କୃପଣ ନୋହି ହେ ।।୮।।

 

ଝାଡ଼େଶ୍ୱର ହେ ଶୁଣ କି ନାହିଁ ଝଞ୍ଜଟମାୟା ଏ କି ଦେଖାଇ

କୋୟର ନାଶ କି ଭାବ ପାଇ ଗୋକର୍ଣ୍ଣେଶ୍ୱର ହେ ।

ଝୁରୁଛିଁ ତୁମ୍ଭ ମହିମା ଦେଖି ପ୍ରେମପଦକୁ ହୃଦ ?

ଲକ୍ଷି ଦେଇଣ ସାକ୍ଷୀ କହେଁ ଏଥର ଦୟା ସେ କର ହେ ।

ଝାଡ଼ଖଣ୍ଡନାଥ ବୋଲାଉଛୁ ପରା ହେ ।

ଝାଡ଼ପତିପତିଙ୍କ ସେ ମନୋହରା ହେ ।

ଝାସ ଦେଉଛି ମାୟାସାଗରେ ଏହା ସେ ଶୋଭା ତବ ସେ ଉରେ

ଭାରଣ ପାର ଭାବକୁ ଚାହିଁ ପ୍ରେମ ପସରା ହେ ।।୯।।

 

ନିସର୍ଗ ଚାହିଁ ନିବାସ ଦିଅ ନିଗମ ଭାବ କର ଉଦୟ

ନିଷ୍କରୁଣାକୁ ହୃତେ ନ ବହ ନିଶ୍ଚିନ୍ତ କର ହେ ।

ନିଷ୍କ୍ରିୟଭାବେ ସେ ଜଳନ୍ଧର ଚଳନ୍ତେ ତାକୁ କଲ ସଂହାର

ନିଷ୍ଠୁର ହେଲ ଆତ୍ମଜପଦ ଭାବେ ମୋ ଉର ହେ ।

ନିୟାତ୍ମିକ ପୁରୁଷ ହେ ଜଗତ୍‌ଜିତା ହେ ।

ନିସ୍ତବ୍ଧେ ଚାହେଁ ତବ ପ୍ରେମ ପୁନୀତା ହେ ।

ନିଷ୍କର୍ମ ମୁହଁ କିନା ସଂସାରେ ନିରନ୍ତରରେ ଗୁହାରି କରେଁ

ନିରକ୍ଷରକ୍ଷା କର୍ତ୍ତା କାପରେ ପାର୍ବତୀ ଭର୍ତ୍ତା ହେ ।।୧୦।।

 

 

ଟଙ୍କଧର ଯେ ନେ ଟଙ୍କଧାରୀ ଟାଣ ଭଙ୍ଗାକୁ ନାହିଁ କେସରି

ଟେକା ଟେକିରେ ରାବଣ ଆଣି କଲ ସେ ଧ୍ୱଂସ ହେ ।

ଟକୁର ଭାବି ସେ ଭସ୍ମାସୁର ପ୍ରତିଜ୍ଞାକରି କଲା ସମର

ବିନାଶ କଲ କି ଭାବ ଉର ଭାବି ରାବଣ ତାବଶ ହେ ।

ଟେକି ନୁହଇ ତବ ଦାସାନୁଦାସ ହେ ।

ଟଙ୍କିଳ ପ୍ରାୟେ ହୋଇ ନକର ନାଶ ହେ ।

ଟକିଂଳ ରୁଣେ ବାସ କରିଣ ଧୀତଡ଼ି ପୁଣ ନିୟମମାନ ହୁଏ

ନିଧନ ଧର୍ମାଧ୍ୟକ୍ଷକୁ ନାଶିନ ବସ ହେ ।।୧୧।।

 

ଠୁଳ ବ୍ରହ୍ମଙ୍କ ନାଭିରୁ ଜାତ ଭିଆଣ କଲ ମାୟା ଅନନ୍ତ

ତ୍ରିମୂର୍ତ୍ତି ବ୍ରହ୍ମ ସ୍ୱରୂପଜିତ ଅଗମ୍ୟ ହୋଇ ହେ ।

ଠୁଳ ସେ କଲ ଭୁତାଦିଗଣ ଅଂଶାନୁଯାୟୀ ଭାବ ଦେଇଣ

ଉତ୍ପତ୍ତିକର୍ତ୍ତା ଦେଖି ବ୍ୟବସ୍ଥା ନାଶକ ସାଈଁ ହେ ।

ଠିକ ଦେଖାଅ ଅସ୍ଥିମାଳୀ ଏଥର ହେ ।

ଠକା ଠକି ବିଷୟ ତାକୁ ନ ଧର ହେ ।

ଠକ ମୁଁ ନୁହେଁ ସେବି ମୁଁ ଅଛିଁ ଯଥାର୍ଥ ବୁଝ ଯାହା କହୁଛିଁ

ଆଶୁତୋଷ ହେ ଭାବକୁ ଧର ନୁହ ପଥର ହେ ।।୧୨।।

 

ଡମରୁଧରତେଜପ୍ରଖରଡାହାଣୀ ଭୂତଗଣ ଅପାର

ଚଣ୍ଡୀ ଚାମଣ୍ଡା ବେତାଳଙ୍କର ସଙ୍ଗରେ ରହି ହେ ।

ଡଙ୍ଗର କର୍ମ ଯାହାଙ୍କ ଦେଖ ନାଶକ ହୁଅ ହୋଇ ଅଲେଖ

ତମ ନାଶନେ ହୁଅ ଯେ ଦକ୍ଷ ଛବି ଅମୋହ ହେ ।

ଡିମି ଡିମିଡମରୁ ନାଦ ଶୁଣିଲେ ହେ ଡରି ।

ଦନୁଜ ଦୁଷ୍ଟେ ଲୁଚି ରହିଲେ ହେ ।

ଡାକପକାଇ ବେତାଳମାନେ ଖୋଜି ମାରନ୍ତି ନିର୍ଦ୍ଦୟ ଧ୍ୟାନେ

ରକ୍ଷକ ନାହିଁ ତ୍ରୟ ଭୁବନେ କର୍ମର ଫଳେ ହେ ।।୧୩।।

 

ଢାଳେ ଅନାଥ ଆହେ ତ୍ରିନେତ୍ର ବିଭେଦ ହୁଅ ଦେଖିଣ

ପାତ୍ର ଦୟାକୁ ବହି କିଞ୍ଚିତ୍ ମାତ୍ର ତତ୍ତ୍ୱ ଦର୍ଶିନାଥ ହେ ।

ଢୋକିଣ ହରି ରସକୁ ପାଇ ତପସ୍ୱୀନାଥ

ଏଣୁ ବୋଲାଇ ଗରଳ ଝାଳ ଅମୃତ ଦେଲ ଯୋଗୀ ପୃଷାର୍ଥ ହେ ।

ଢୋକାଇ ଦିଅ ବାରେ ପ୍ରେମିକ ରସ ହେ ।

ଢୁଳୁ ଢୁଳୁ ନେତ୍ରରେ ନୁହ ଅବଶ ହେ ।

ଢାଙ୍କି ଯେ ଅଛ ତୁମ୍ଭ ବିଜ୍ଞାନ ଦାନ କରୁଛ ଅଜ୍ଞାନ ବନ

ଏହା ସେ ନୁହେଁଶୋଭା ସଦନ ଭାବି କି ବସ ହେ ।।୧୪।।

 

ଆଣି ପୂର୍ଣ୍ଣ ସେ ଶୋଭିତ ଅଙ୍ଗ ଅଣିମା ଦାନେ ନୋହିବିଭଙ୍ଗ

ଅଣିମାଦି ଯେ ରଖିଣ ଚଲା କୌଳାସବାସୀ ହେ ।

ଅଣ ପ୍ରପାଣେ ତ୍ରିପୁରେ ପୂରି ଲୋକାଦି ମଧ୍ୟେ ହାରକାରୀ

ଘେନ ଗୁହାରି ତବାଶ୍ରେକାରୀ ହେ ଅବିନାଶୀ ହେ ।

ଅଣଆୟତ୍ତେ ପଡ଼ିଅଛି ତା ବୁଝ ହେ ।

ଆଣିନାହିଁ ଯେ ମୋର ହେ ଯୋଗିରାଜ ହେ ।

ଅନଭିଜ୍ଞକୁ ବିଜ୍ଞ କରାଅ ଅଦାନାଠାରେ ଦାନା ବୋଲାଅ

ପ୍ରେମଜ ହୁଅ ସଦୟ ବହ କରିଣ ନ୍ୟାର୍ଯ୍ୟ ହେ ।।୧୫।।

 

ତ୍ରିପୁଣ୍ଡ୍ରଦେବ ହେ ତ୍ରିପୁଣ୍ଡ୍ରକ ତ୍ରିପୁରଘ୍ନ ସେ ତ୍ରିପୁରାନ୍ତକ

ତ୍ରିପୁରାରି ଯେ ତ୍ରିମୂର୍ତ୍ତିଧୃବ ତ୍ରିଶୁଳି ଶିବ ହେ ।

ତ୍ରିୟମ୍ବକ ସେ ତ୍ରିଲୋଚନ ଦେଇ ଦର୍ଶନ ରଖିଣଘେନ ମୋ

ନିବେଦନ ନୋହୁ ତା ଆନ ହେ ଦେବଦେବ ହେ ।

ତ୍ରିନେତ୍ରଧାରୀ ଆହେ ବିନାଶକାରୀ ହେ ।

ତ୍ର୍ୟମ୍ବକ ତିତିକ୍ଷୁ ଭାବ ନୁନି କିପରି ହେ ।

ତୁଙ୍ଗିମନ୍ତ୍ରୟୀ ତୁମ୍ଭେ ସେ ପରା ତାରକବ୍ରହ୍ମ ହୃଦୟଧରା

ଦୀନପସରା ଫେଡ଼ ମୋ ଭାରା ଦୋଷ ନ ଧରି ହେ ।।୧୬।।

 

ଥୋବରା ହେଲି କରି ଜଣାଣ ତ୍ରିଧାମମୂର୍ତ୍ତି ମୁଁ ଚାହେଁ

ପୁଣ ଭାବି ଭେଦନ କରିଛ ଭିନ୍ନ ନୁହେ ଉଚିତ ହେ ।

ଥଣ୍ଡା ହୋଇଣ ଜଣାଣ ଘେନ ତଣ୍ଡୁକପତି ଏହା ଯେ

ଜାଣ ତାଙ୍କୁ ନ ଦେଲେ କି ଶୋଭାବନ ଭାବି ଚାହିଁକି ହେ ।

ତ୍ରିନୟନଧାରୀ ସଂହାରକାରୀ ହେ ।

ଜଣା ତା ଅଛି ଜଡ଼ୀଭୁଜ ନଧରି ହେ ।

ଥିବି ମୁଁ ସେବି ଫଳ ପାଇବି ଏହା ମୁଁ ଭାବି ଦେଖୁଛିଁ ଛବି

ଆଶାକୁ ଧରି ନାଶ ମୁଁ ହେବି ହେ ମାର ଅରି ହେ ।।୧୭।।

 

ଦେବେଣ ଦିଗମ୍ବର ଦିଗ୍ବାସ ରଖି ବିଶ୍ୱାସ ହୋଇ

ମୁଁ ଥିବି ତବାଗ୍ରେ ଦାସ ଦେଇଣ ପ୍ରାସ ଇଚ୍ଛାକୁ ଧର ହେ ।

ଦେଖିବ ନାଥ ଯେ ପ୍ରଭୁପଣ ଦର୍ପକହନ୍ତା

ଏହା ମୋ ପଣ ଦଣ୍ଡପାଣିଙ୍କ ଈଶ ବୋଲାଅ ଅଛି ଛାମୁର ହେ ।

ତାରକାରି ପିଅର ମୁଁ ଅନୁସରି ହେ ।

ତାରଣକର୍ତ୍ତା ଭାବ କରେଁ ଗୁହାରି ହେ ।

ଦରାଣ୍ଡି ହୁଏଁ ଆଶାକୁ ପାଇ ଦେଖି ଶ୍ରୀରୂପ ଛାଡ଼ିବି ନାହିଁ

ଯିବି ମୁଁ କାହିଁ ନିରାଶ ବହି କହ ବିଚାରି ହେ ।।୧୮।।

 

ଧରଣୀଧର ଧରଣୀଶ୍ୱର ଧର୍ମବାହନ ବିଚାର କର

ଧନେଶ ନାମ ପ୍ରକାଶିବାର ଭାବି ମୋ ଡର ହେ ।

ଧୂର୍ଜଟୀ ପରି ପ୍ରସିଦ୍ଧ ଦେବ ଦୀନ କାହିଁକି ଦୀନାର୍ତ୍ତେ ଥିବ

ଏହା ଭାବିଛି ହୃଦୟ ଠାବ ଯାତ୍ରା ସେ କର ହେ ।

ଧରି ତ୍ରିଶୂଳ ଗଦା ଧନୁ ପିନାଙ୍ଗ ହେ ।

ଧେୟ ପଶୁପତ୍ର ଅକ୍ଷୟ ସେ ଅଙ୍ଗ ହେ ।

ଧ୍ୟାନ ମୁଁ କରେଁ ତବ ପୟରେ ରକ୍ଷକ ବୋଲି ଭାବିଣ

ଉରେ ନିଦର୍ଶନରେ କହେଁ ଆଗରେ ନୁହ ବିଭଙ୍ଗ ହେ ।।୧୯।।

 

ନନ୍ଦନ ନନ୍ଦି ନନ୍ଦିକେଶ୍ୱର ଈଶ ବୋଲାଅ ନାଗେବିହର

ନନ୍ଦୀଶ ମୋର ଯେ କଷ୍ଟ ଘୋର ହେଉଛି ଭାର ହେ ।

ନରେଶ ନାଗ ଚୂଡ଼ ସ୍ମରିଶ ଜଣାଉ ଥିବି ମୁଁ

ପୁନଃ ପୁନଃ ହେ ପଞ୍ଚାନନ ଗୁଣବାନଶୁଣ ଜଣାଣ ମୋର ହେ ।

ନୀଳକଣ୍ଠ ଚାହିଁବା ମୁଁ ନ ଛାଡ଼ିବି ହେ ।

ନିର୍ବାଣ ପାଇଲେ ସନ୍ତୋଷ ଲଭିବ ହେ ।

ନିଗୂଢ଼ଗିର କହିଲି ଏହା ନିଜର କରି ବୁଝ ସେ

ତାହା ଶୁଣି ବିରକ୍ତ ହେଲେ କି ହେବ ଅଭୟେ ଥିବି ହେ ।।୨୦।।

 

ପରମେଶ୍ୱର ଯେ ପଶୁପତି ପଞ୍ଚମୁଖୀ ସେ ପାର୍ବତୀପତି

ପୁନବର୍ସୁ ସେ ପଞ୍ଚାସ୍ୟ ନାଥ ମୁରାରି ଶୁଣ ହେ ।

ପୁର ଶାସନ ଚାହିଁଣ ମୁହିଁ ଥରକୁ ଥର ଜଣାଏଁ ରହି ଜଣା କି

ନାହିଁ ଭାବ କିପାଇଁ ଜଣାଣ ଘେନ ହେ ।

ପ୍ରଜ୍ଞାପୂରା ସୁହୃଦ ବଧିର ହେଲ ହେ ।

ପିନାକୀ ପୁରହିଷ ଲୁଚି କି ବୁଲ ହେ ।

ପାଶୁପାତ ହେ ପିଙ୍ଗ କଟାକି ମୋ ଅଭ୍ୟର୍ଥନା ଘେନ ନାହିଁ କି

ମୁଁ ଅନୁମରି ଗୁହାରି କରି ହେଲି ବାଚାଳ ହେ ।।୨୧।।

 

ଫଟ ଲଗା କି ହେଲ ପ୍ରବେଶ ଫାନ୍ଦି ମାୟାରେ

କରିବା ନାଶ ପ୍ରଣବ ବୁଝ ବିଷୟ ହେଜ ପିନାକଧାରୀ ହେ ।

ଫଳୋଦୟକୁ ହୃଦେ ନ ହେଜି ରାଗକୁ ଧରି ଗୁମାନ

ଭଜି ନ ହୁଅ ରାଜି କି ଭାବ ମଜ୍ଜି ଅଛ କିପରି ହେ ।

ଫାଙ୍କାସିଉଡ଼େ ଦେଖି ତୁମ୍ଭ ଚରିତ୍ର ହେ ।

ଫଜିୟତ ହେବା ସାର ହେଲାଣିତ ହେ ।

ଫେରାଫେରି କି କହୁଣ ଥିବି ପ୍ରଭାବ ତବ କେତେ ଗାଇବି

ପ୍ରତ୍ୟାଖ୍ୟାତରେ ଯିବି କି ଥିବି ଭାବ ସେ ଗାତ୍ର ହେ ।।୨୨।।

 

ବାଲୁଙ୍କେଶ୍ୱର ବିମଳେଶ୍ୱର ହେ ବଟେଶ୍ୱର ବିଜୟ

ବର ଭାବନା କର ବୁଝ ଏ ଥର ଯେ ବିଶ୍ୱନାଥ ହେ ।

ବହୁ ରୂପକୁ ଅନାଇଅଛିଁ ପ୍ରଭୁତ୍ୟ ତୁମ୍ଭ

ନ ହୁଏ ମୂର୍ଚ୍ଛି ଆଶା ପାଇଣ ଚାହୁଣ ଅଛିଁ ବୁଝ ସେ ତତ୍ତ୍ୱ ହେ

ବୁଧୁବ୍ରଧ୍ନ କିପାଁ ମଉନ ହୋଇଲ ହେ ।

ବଳିବର୍ଦପରି ମୁଁ ପାଉଛିଁ ସଲ ହେ ।

ବଦ୍ଧମୂଷ୍ଟିକି ହୃଦୟେ ଧରି ବଧକ ହେବ ବିଜୟକାରୀ

ତାକୁ ନ ଡରି ମୁଁ ଅନୁସରି ଥିବ କେବଳ ହେ ।।୨୩।।

 

ଭୌତିକ ଭବ ଭୈରବ ଭର୍ଗ ଭାନୁଭାଳାଙ୍କ ଭୂତେଣଦେବ

ଭୃଗୁ ଭୃଙ୍ଗୀଶ ଭୂତାତ୍ମା ଚାହିଁ ଥିବି ଏ ସ୍ଥଳ ହେ ।

ଭୂଗରପାନେ ସେ ଭୋଳାନାଥ ଭୂରିଭୂତେଶ ହେ

ଭୂତନାଥ ମୋ ମନୋରଥ କରିବ ସ୍ୱାର୍ଥ ବିଶ୍ୱାସଭାଳ ହେ ।

ଭଗବାନ ଭୀମଆହେ ଭଦ୍ରେଶ୍ୱର ହେ ।

ଭୂରୁ ଭୃଙ୍ଗରିଟି ହେ ଭୁବନେଶ୍ୱର ହେ ।

ଭସ୍ମାଙ୍ଗରେ ସେ ଭୁଜଙ୍ଗ ଛନ୍ଦି ଭୌଜ୍ୟ ଭୌତିକ ଭାବୁକାନନ୍ଦ

ଭୂରି କି ଧରି ଭୁଷୁଛ ଛନ୍ଦ ଭେଦ ନ କର ହେ ।।୨୪।।

 

ମଧ୍ୟମେଶ୍ୱର ହେ ମହାକାଳ ମହାଦେବ ଯେ ମହେଶ

ସ୍ଥଳ ମାନଧାତା ସେ ଭାବ କେବଳ ଅଛିଁ ମୁଁ କିନା ହେ ।

ମଶାଣିବାସୀ ଯେ ମହାବ୍ରତୀ ମହାନାଟ ହେ

ଘେନ ବିନତି ମଞ୍ଜୁଳ ମୂର୍ତ୍ତି ମନିଶିତଯା ଫେଡ଼ ଯାତନା ହେ ।

ମାରକିତ ମହେଶ ହେ ମଣ୍ଡଳେଶ ହେ ।

ମିଡ଼୍ୱାନ ମୃତ୍ୟୁଞ୍ଜୟ ହୃଦୟେ ଘୋଷ ହେ ।

ମହାମୋହକୁ ହୃଦୟେ କରି ମହାଶ୍ମଶାନବାସୀ ବିଚାରି

ମନ୍ୟୁକୁ ତଡ଼ି ପ୍ରେମକୁ ଧରି ଦିଅ ଆଦେଶ ହେ ।।୨୫।।

 

ଯୋଗେଶ ଯଜୀ ଯତକୁ ହେଜି ଯତି ବୋଲାଅ ଯୁକ୍ତି କି

ଭଜି ଯୋଗରେ ରହି ଯୋଗକୁ ସୁଜି ଯୋଗାରୂଢ଼ କି ହେ ।

ଯାମାନ୍ତୁକ ହେ ତେଣୁ ଯୋଗୀଣ ବୁଲାଇ ନାଥ ଦେଉଛ

ପ୍ରାସ ଅଜିତ ନାମ ହୃଦେ ବିଶ୍ୱାସ ରହିଛି ଟାକି ହେ ।

ଯାମଳାଙ୍ଗରେ ଯକ୍ଷ କର୍ଦ୍ଦମ ନେଇ ହେ ।

ଯୁଦ୍ଧରଙ୍ଗ ପିୟର ବୋଲିବି ମୁହିଁ ହେ ।

ଯାଚିତ ହୋଇ କହୁଛିଁ ମୁହିଁ ସୁମନ ଭାବେ କୁସୁମ

ନେଇ ପୂଜକ ପଣେ ଥିବି ମୁଁ ରହି ସଦା ଆଶ୍ରୀୟୀ ହେ ।।୨୬।।

 

ରସନାୟକ ଏକାଦଶ ଯେ ରୁଦ୍ର ସ୍ମରିଣ ପୟର ଭଜେ

କହେ ଅଗ୍ରଜେ ପ୍ରେମରେ ମଜ୍ଜେ ବୁଝ ମୋ ଗିର ହେ ।

ଅହିବ୍ରଧ୍ନ ଯେ ଅପରାଜିତ ଶିବ ହରସେ ଶମ୍ଭୁ

ତ୍ର୍ୟମ୍ଭୁକ ଅଜପିନକୀ ସେ ମହେଶ୍ୱର ହର ଈଶ୍ୱର ହେ ।

ବୃଷା କପିଏ ମିଶି ଗଣଦେବତା ହେ ।

ରୁଦ୍ରାବତାର ହୋଇ ପ୍ରେମ ପୁନୀତା ହେ ।

ରସାୟନ ସେ ଭଲତା ଜାଣ ରସକୁ ତଡ଼ି ଯୁଞ୍ଜା

ନ ଘେନି ରକ୍ଷକ ନାଶ ନ ଶୁଣ ରଡ଼ି କି ଶୋଭିତା ହେ ।।୨୭।।

 

ଲୋକନାଥ ହେ ଲୟ ଲଗାଇ ଅନୁସରଣେ ଅଛିଁ

ମୁଁ ରହି ଭୀମରାବରେ ଡାକି ମୁଁ ବାଇ ଆୟତ୍ତ ନାହିଁ ହେ ।

ଲୋ କମଳ ସେ ଲଗାଅ ଲଟ ଚାହେଁ ଯୋଡ଼ିଣ କର ସମ୍ପୁଟ

ମୋ ଛଟପଟ ଦେଖ ସେ ହଟ ଶବ୍ଦ ନ ପଡ଼େ କି ର୍ଣ୍ଣପୁଟ ଗିରିଜା ସାଇଁ ହେ ।

ଲିଙ୍ଗ ପୂଜାକୁ ପାଇ ଲୟ କାଠାରେ ହେ ।

ଲିଙ୍ଗରାଜ ବୋଲାଅ କିନା ସଂସାର ହେ ।

ଲମ୍ବୋଦରଙ୍କ ତାତି ଏଥର କୃପାମୟକୁ ହୃଦୟେ ଧର

ମୋ ପାଇଁ ବାରେ କରୁଣା କର ହୁଅ ଭାବରେ ହେ ।।୨୮।।

 

ବିରୂପାକ୍ଷ ଯେ ବାମ ବାରୀଣ ବିରଞ୍ଚି ଭୁ ଶମ୍ଭୁ

ବିଶ୍ୱେଣ ବିଶ୍ୱର୍ମୋ ସେ ବୃଷବାହନ ବୃଷଭ ଗତି ହେ ।

ବିରଭଦ୍ର ହେ ବିଷନୟନ ବୃଷଧ୍ୱଜ ସେ ସମକୁ ଘେନ

ବିଚାର ପୁଣ ଲଗାଅ ଧ୍ୟାନ ଶିବାଙ୍କପତି ହେ ।

ବିଳକଣ୍ଠ ବୀରେଶ୍ୱର ବିଭୁ ଶୁଣ ହେ ।

ବାମଦେବ ବୈଦ୍ୟନାଥ ତ୍ରିଲୋଚନ ହେ ।

ବିଷମନୟ ନୟା ଯେ ଘେନ ବ୍ୟସନେ ଗତି ତାକୁ ଯେ

ପୁଣ୍ୟ କର ଧ୍ୱଂସନ ସମକୁ ଘେନ ସିଦ୍ଧିକି ମଣ ହେ ।।୨୯।।

 

ଶଶିଭୂଷଣ ହେ ଶୈଳଧନ୍ୱା ଶିତିକଣ୍ଠ ଯେ

ସେ ଶୂଳଧନା ଶୂଳପାଣି ସେ ହେ ଶକ୍ତିଗ୍ରହ ଭାବକୁ ବୁଝ ହେ ।

ସର୍ବଶୂଳଧୁକ୍ ଶ୍ରୀକଣ୍ଠ ଶୈବ ଶୁଳିଶ୍ରୀମାନ ଶ୍ରୀବାସ ଶିବ ଶ୍ମଶାନବାସୀ ହେ

ଶୂଳଧର ଶୁଚି କି ହେଜ ହେ ।

ଶାମ୍ଭବରେ ମର୍ତ୍ତ ହୋଇଣ ରହିଲ ହେ ।

ଶୁଦ୍ଧି ବିଷୟ କେବେକା ନ ଚାହିଁଲ ହେ ।

ସର୍ବନାମକୁ ଦବିଣ ମୁହିଁ ଅଦାତା ଗୁଣ ରୂପକୁ ଚାହିଁ

ଜଣାଏଁ କେତେ ଶୁଣୁଛ ନାହିଁ ଶୁଭ କି ଭାଲ ହେ ।।୩୦।।

 

ଷଡ଼ାନନଙ୍କ ପିୟର ଶୁଣ ଷଡ଼ଗୁଣକୁ ହୃଦୟେ ଘେନ

ଷଡ଼ଦୁର୍ଗ ସେ ତୁମ୍ଭ ଭିଆଣ ଷଡ଼୍‌ଦର୍ଶନରେ ହେ !

ଷଡ଼ଭିଜ୍ଞକୁ ବହି ଏଥର ଷଟ୍‌ପ୍ରଜ୍ଞଦାତା ପ୍ରଭୁ ଈଶ୍ୱର

ଷଡ଼୍‌ଭୁଜମୂର୍ତ୍ତି ଷଟ୍‌କର୍ମଧର ସଂଜ୍ଞାଭାବରେ ହେ ।

ସଂଶିତ ବିଷୟକୁ କହ ଗୋସାଇଁ ।

ସଂଶ୍ରୟ ପାଇ ମୁଁ ଯେ ହେଉଛିଁ ଦହି ହେ ।

ସମସ୍ୟା ସବୁ ବୁଝାଇ ଦେଲି ସଂଗ୍ରହିତା ସେ ବିଚାର କଲି

ଏହା କହିଲି ବୁଝ ମୋ ଅଳି ରୁଦ୍ରାଣୀସାଈଁ ହେ ।।୩୧।।

 

ସର୍ବତୋମୁଖ ହେ ସିଦ୍ଧଦେବ ସିତିକଣ୍ଠ ଯେ ସ୍ୱାମୀ ସୁଗ୍ରୀବ

ସୋତସ୍ୟଦେବ ହେ ସୁପ୍ରସାଦ ସଙ୍କେତ ଦିଅ ହେ ।

ସଦାନନ୍ଦ ଯେ ସେ ସନାତନ ସମ୍ବେଶରେ କି ହେଲ

ଅଜ୍ଞାନ ସାଂଘାତିକ କି ହେବ ଆପଣ ସାରକୁ ଚାହିଁ ହେ ।

ସମଦର୍ଶନ ସମର୍ଥ ଜାଣି ମୁହିଁ ହେ ।

ସନ୍ତାପ ଜଡ଼ିତରେ ଥିବି କି ରହି ହେ ।

ସର୍ବଶ୍ୱେର ହେ ସର୍ବଜ୍ଞବର ସୁରେଶ୍ୱର ଯେ ସ୍ରଷ୍ଟା ସର୍ବଗ

ସାର୍ବଭୌମକି ନ ଚାହିଁଯୋଗହିତକୁ ବହି ହେ ।।୩୨।।

 

ହିରଣ୍ୟବାହୁ ହରିଣହର ହେମକେଶ ଯେ ହେ

ହରିହର ହିତସ୍ମର ସେ ହେ ଛତ୍ୱାଧର ସେ ହରିହର ହେ ।

ହରିପ୍ରିୟ କି ହୋତ୍ରୀ ବୋଲାଅ ହଂସ ନାମକୁ କାହିଁକି

ବହ ହଟହଟା ସେ ପାଇ ମୁଁ କିନା ଏ ହାହାକାର ହେ ।

ହିରଣ୍ୟରେତା ବୁଝ ବାରେ ମୋ ଗିର ହେ ।

ହରିହର ଯୁଗଳ ମୂର୍ତ୍ତିଆକାର ହେ ।

ହୃଦରେ ମୁହିଁ ବିଚାର କରେଁ ସମାନ ଗୁଣ ଥିଲେ ତବରେ

ହିଂସାକର୍ମେ କି ନାଶନ୍ତି ମୋରେ ହେ ମହେଶ୍ୱର ହେ ।।୩୩।।

 

କ୍ଷିତିପାଳ ହେ କ୍ଷୁବ୍ଧକ୍ଷୁଭିତ ଜଣାଇଦେଲି ତୁମ୍ଭ ଅଗ୍ରତ

କ୍ଷମାକୁ କର ଗଣେଶ ଜାତ ଲଡ଼ୁକେଶ୍ୱର ହେ ।

କ୍ଷତ୍ରତତ୍ତ୍ୱକ ନ ଚାହିଁ ମୁହିଁ କ୍ଷତ୍ରଜ୍ଞ ପାଇ ଭ୍ରମଇ

ମହୀ କ୍ଷାନ୍ତ ମୁଁ ହେଲି ବିଚାର ଏହି ହେ କ୍ଷେତ୍ରେଶ୍ୱର ହେ ।

କ୍ଷୋଭସ୍ୱରରେ ଖ୍ୟାତି କଲି ମହେଶ ହେ ।

କ୍ଷମା ମାଗଇ ତବ ଦାସାନୁଦାସ ହେ ।

କ୍ଷତ୍ରପାଳଙ୍କ ଆଗରେ କିନା ଖ୍ୟାତ ମୁଁ କଲି ପ୍ରେମ ବାସନା

କ୍ଷୁଦ୍ର ଭାବରେ କରି ଭାବନା ବିହାରୀ ଦାସ ହେ ।।୩୪।।

 

ଅଭୟା ଚଉତିଶା

ଓଁ ଦୁର୍ଗାଭ୍ୟୋ ନମଃ

ରାଗ-ଚିନ୍ତା ଦେଶାଷରି

 

କାତ୍ୟାୟନୀ ଅର୍ନ୍ତଦା ଅନନ୍ତା ।

କାଳିକା ଆଦ୍ୟା ଅପରାଜିତା ।

ଅପର୍ଣ୍ଣା ଅର୍ଣ୍ଣପୂର୍ଣ୍ଣା ଗୋ

ଭଗବତୀ ବିଶ୍ୱେଶ୍ୱରୀ ଅଭୟା ଅମ୍ବିକା ଗୋ ।।୧।।

 

ଖଡ଼୍ଗଧାରୀ ଖପର ସେ ହସ୍ତା ।

ଖେଦ ପାଇ ମୁଁ ହେଲି ଅନାସ୍ତା ।

ଖେଦିନାଶକ ଗୋ

କ୍ଷାତାପନ୍ନ ହୁଅ ସଂସାରେ ବିଜୟୀ ଆଦିମାତା ଗୋ ।।୨।।

 

ଗଣନାୟିକା ଗିରିଜା ଶୁଣ ।

ଗିରିସୁତା ଗୌତମୀ ଆପଣ ।

ଗତି ମାଗଇଁ ସରାଗେ

ମୋ ଗତିକୁ ଚାହିଁ ଅନ୍ୱିକ୍ଷିକେ ଗୁଣ ଘେନ ଗୋ ।।୩।।

 

 

ଘନାଘନ ସେ ଚୂର୍ଣ୍ଣକୁନ୍ତଳ ।

ଘୋଟି ଚର୍ମଦେଶ ଶୋଭାସ୍ଥଳ ।

ଘନାଗମକି ସେ

କନକଗିରିରେ ନବ କାଳିକା ଘନ ଚହଳ ଗୋ ।।୪।।

 

ଉଇଁଥିବା ବଳଭାନୁ ପ୍ରାୟେ ।

ଉଦୟ ମୁଖ ଶୋଭାକୁ ବହେ ।

ଉତ୍ତଂସକମାଦିଛରିତ ସେ

ଅଙ୍ଗ ଅତୁଳରୂପ କହିତ ନୁହେ ଗୋ ।।୫।।

 

 

ଚଣ୍ଡନାୟିକା ଗୋ ଚଣ୍ଡବତୀ ।

ଚରିତ ଚର୍ରା ଚଟୁଳ କାନ୍ତି ।

ଚଣ୍ଡିକା ଚଣ୍ଡୀ ଚଣ୍ଡମଣ୍ଡପତୁ ଯେ

ଚକ୍ରେଶ୍ୱରୀ ଚତ୍ୱାନ ତୋ ଭୃତି ଗୋ ।।୬।।

 

ଛିନ୍ନମସ୍ତା ଈଶାନୀ ଈଶ୍ୱରୀ ।

ଛାୟାବତୀ ଅଦି,ଜା ସୁନ୍ଦରୀ ।

ଛାନିୟାରେ ମୁଁ ଜଣାଏଁ

ଗୋ ଅବରା ଅଗାତ୍ମତା ମା ତୁ ରକ୍ଷାକାରୀ ଗୋ ।।୭।।

 

ଜଗଦମ୍ବା ଜୟା ଜଗତ୍ ଗୌରୀ ।

ଜୟଶିଳା ଜଗତ୍‌ମାତ ଶିରୀ ।

ଜଗଦ୍ଧାତ୍ରୀ ଜଣାଏଁ

ତବ ଆଗରେ ରକ୍ତକାର୍ଯ୍ୟହନ୍ତା ଖଣ୍ଡଅରି ଗୋ ।।୮।।

 

ଝଙ୍କଡ଼ବାସିନୀ ଗୋ ଶାରଦା ।

ଝଲ୍ଲକାଙ୍ଗୀ ଇନ୍ଦ୍ରାତ୍ରୀ ଶୁଭଦା ।

ଝଲରୂପ ଉମା

କଙ୍କାଳମାଳିନୀ ଏକା ଐଶାନୀ ହର ପ୍ରମତା ଗୋ ।।୯।।

 

ନିୟାମକ ଗୋ କେଦାର ଗୌରୀ ।

ନିୟତି ନିୟମକୁ ସେ ଧରି ।

ନିୟୋଗ କାରକ

କପାଳମାଳିନୀ କପାଳିନୀ କର୍ବୁର ଈଶ୍ୱରୀ ମୋ ।।୧୦।।

 

ଟଙ୍କଧରପ୍ରିୟା ଗୋ କିରାତି ।

ଟାଣ ଟିପଣା ହୃଦୟ ସ୍ଥିତି ।

ଟେକି ହେଲେ

ମହିଷାସୁରାଦି ଶୁମ୍ଭନିଶୁମ୍ଭଙ୍କୁ ନାଶି ଉରାମୂର୍ତ୍ତି ଗୋ ।।୧୧।।

 

 

ଠାବେ ଠାବେ ଯଶ ସେ ବିଖ୍ୟାତ ।

ଠାବ ଜାଣି ନାମ କଲ ଖ୍ୟାତ ।

ଠକିବା ଉପାୟ

ଦାନବେ ନ ପାଇ ସହସ୍ରାରାବଣାଦି ସେ ହତ ଗୋ ।।୧୨।।

 

ଡକା ପକାଏଁ ମୁଁ ତବ ଆଗେ ।

ଡାକ ନ ଶୁଣକି ମୋ ଅଭାଗ୍ୟେ ।

ଡାଆଣିଗଣଙ୍କ

ସଙ୍ଗରେ ବିହରୁ କୁଳାକୋଟୁବି ଶୁଣ ସରାଗେ ଗୋ ।।୧୩।।

 

ତୃପ୍ତ ବିଷମ କୃଷ୍ଣପିଙ୍ଗଳା ।

ଢାଳେ ଅନା କୋଟବି କୁଶଳା ।

ଢେଣ୍ଡୁରା ବଜାଇ

ଶତ୍ରୁନାଶ ଯାର ଖଣ୍ଡିତରେ କ୍ଷମିତା ସୋମଳା ଗୋ ।।୧୪।।

 

ଅଣିମା ଐଶ୍ୱର୍ଯ୍ୟା ପାଖେ ରଖି ।

ଅନ୍ତର୍ଗତ ଭାବ ହୃଦେ ଲଖି ।

ଅନ୍ତର୍ଯ୍ୟାମୀ ସ୍ୱରୂପେ

ଦାତବ୍ୟତା ତୋ ତୁହିଁ ଅଦ୍ରିଜା ଅନନ୍ତ ମୁଖି ଗୋ ।।୧୫।।

 

 

କ୍ରୟୀ ତ୍ରିନୟ । ଦକ୍ଷକନ୍ୟା ।

ତ୍ରିଲୋକରେ ଶୋଭିତ ସୁମନା ।

ତ୍ରିକାଳଜ୍ଞତା ଗୋ ତାରାତାରିଣୀ ତାଢ଼ାଙ୍କପ୍ରିୟା ଫେଡ଼ ଯାତନା ଗୋ ।।୧୬।।

 

ଥୟ ନ ପାଇଲେ ସୁରନର ।

ଥୟ କାରିଣୀ କରାଅ ସ୍ଥିର ।

ଥଣ୍ଡାମୂର୍ତ୍ତି ନୋହି

ଉଗ୍ରଚଣ୍ଡୀ ହୋଇ ଉଗ୍ରମୂର୍ତ୍ତିରେ ତୁ ରକ୍ଷାକର ଗୋ ।।୧୭।।

 

ଦୁର୍ଗା ଦୁର୍ଗତି ନାଶିନୀ ମାତଃ ।

ଦର୍ଦ୍ଦୁରା ଦଶଭୁଜା ବିଖ୍ୟାତ ।

ଦେବୀ ଗୋ

କର୍ବର ଗୋରୀ ସରସ୍ୱତୀ ଘେନ ଅଭ୍ୟର୍ଥନା ତତ୍ତ୍ୱ ଗୋ ।।୧୮।।

 

ଧୂମାବତୀ ଧର୍ମାଧିକାରିଣୀ ।

ଧର୍ମଜାତି ଧର୍ତ୍ତବାତା ଘେନି ।

ଧୂର୍ଜଟି ଧେୟ

ସଦାକାଳେ କୁମାରୀ ଚଣ୍ଡମୁଣ୍ଡ ନିପାତକାରିଣୀ ଗୋ ।।୧୯।।

 

 

 

ନନ୍ଦନନ୍ଦନୀ ନନ୍ଦାନାୟିକା ।

ନବ ରାତ୍ରିକା ଗୋ ନାଗମାତା ।

ନଗଜାନିୟତି ନବ

ଦୂର୍ଗାମୂର୍ତ୍ତି କାମାକ୍ଷା କାଳଞ୍ଜଳିତୁଜେନା ଗୋ ।।୨୦।।

 

ପାର୍ବତୀ ଗୋ ପର୍ବତୋ ପ୍ରଭା ।

ପଦ୍ମଲାଞ୍ଛନ ପୂର୍ଣ୍ଣ ପ୍ରତିଭା ।

ପଦ୍ମବାସ ।

ପଦ୍ମାବତୀ ଯେ ରୁଦ୍ରାଣି ଦେବୀ ବଳାଧାରୀ ହୁଅ ଉଲା ଗୋ ।।୨୧।।

 

ଫଳଦାତା ଅଙ୍ଗ ଚାହିଁ କରି ।

ଫେଡ଼ କଷ୍ଟ ମାଗୋ ତୁ କଂସାରି ।

ଫଳଦ ହୃଦୟ

ଚାହିଁ ମୁଁ ଜଣାଏଁ ବର ଅଭୟନିସ୍ତା ନିହାରି ଗୋ ।।୨୨।।

 

ବଭବି ବିନୟା ଗୋ ବାସନ୍ତୀ ।

ବେଦମାତା ବନଜ୍ୟୋତି ।

ଧବଳମୁଖି ବାମା

ସେ ବିଶାଳୀ ବୈଷ୍ଣବୀ ଯେ ଶୋକ ଯେମଜା ମୁର୍ତ୍ତି ଗୋ ।। ୨୩ ।।

 

 

ଭଗବତୀ ଗୋ ଭୁବନେଶ୍ୱରୀ ।

ଭଦ୍ରକାଳୀ ଭବାନୀ ସୁନ୍ଦରୀ ।

ଭବାରୁପଧାରୀ ଆଗୋ

ଭୟଙ୍କରୀ ଭାସି ଯାଉଛିଁ ରଖ ଈଶ୍ୱରୀ ଗୋ ।। ୨୪ ।।

 

ମଙ୍ଗ ମଙ୍ଗଳା ଗୋ ମହାକାଳୀ ।

ମଙ୍ଗ ଚଣ୍ଡିକା ଦକ୍ଷ ଦୁଲ୍ଲାଳୀ ।

ମହାଦେବୀ ମହାମାୟା

ମହାମାୟୀ ମୃଡ଼ାନା ତୁ ଯେ ମାହେଶ୍ୱରୀ ଗୋ ।। ୨୫ ।।

 

ଯମଶ୍ୱମା ଜଗତ୍‌କର୍ତ୍ତା ରଖ ।

ଯୋଗମାୟା ଦାସକର ଲକ୍ଷ ।

ଯୋଗନିଦ୍ରା ଜୟା

ବିଜୟାକାରଣୀ ତୁମ୍ଭ ଥାନ୍ତେ କି ହେବି ନିରେଖ ଗୋ ।। ୨୬ ।।

 

ରୁଦ୍ରପ୍ରିୟା ରୁଦ୍ରାଣି ରେବତୀ ।

ରୌଦ୍ରୀ ବେଳେ ହର ମୋ ଦୁର୍ଗତି ।

ରଣ କର୍କଶରୂପକୁ

ଯେ ନ ଧରି ଦେଖାହୁଅ ପ୍ରେମମୟମୂର୍ତ୍ତି ଗୋ ।। ୨୭ ।।

 

 

 

ଲକ୍ଷ୍ମୀ ଲକ୍ଷ୍ମୀଶ ଲକ୍ଷଲଗଡ଼ ।

ଲମାଳୟ ଲଷିତରେ ଦୃଢ଼ ।

ଲୀଳାବତୀ ଗୌରୀ

ଲଳିତନିନାଚି ଲୋକସଂକଟ କାରଣେ ଦୃଢ଼ ଗୋ ।।୨୮।।

 

ବ୍ରହ୍ମରଚିଣୀ ଗୋ କାତ୍ୟାୟନୀ ।

ବିଦ୍ୟଚନ୍ଦ୍ର ଘଣ୍ଟା ସିଦ୍ଧିଦାନି ।

ବିକାଶ ମହାଗଉରୀ

କାଳରାତ୍ରୀ ସ୍କନ୍ଦମାତା କୁଷ୍ମାଣ୍ଡ ସେ ପୁଣି ଗୋ ।। ୨୯ ।।

 

ଶୈଳପୁତ୍ରୀ ନବ ଦୁର୍ଗା ଦେବୀ ଦେଖ ।

ଶିବଶିବାନୀ ସିଦ୍ଧି ପ୍ରତ୍ୟକ୍ଷ ।

ଶମ୍ଭୁପ୍ରିୟା ଶାକମ୍ବରୀ

ଶୁଭ କର ଶୃଳଧାରୀ ଶୃଳଧୃତ ଲକ୍ଷ ଗୋ ।। ୩୦ ।।

 

ଶିବନିବାସିନୀ ଶୁଳପାଣି ।

ଶ୍ୟାମା ଆଗୋ ବିଷମ ନୟନୀ।

ଶୈଳସୁତା ଶୈଳେୟ

ଯେ ବିଶାଳାକ୍ଷୀ ନିତାକ୍ଷୀ ତୁହି ବନ୍ଧ୍ୟବାସିନୀ ଗୋ ।। ୩୧ ।।

 

ସର୍ବମଙ୍ଗଳା ସିଂହବାହିନୀ ।

ସୁନନ୍ଦା ସୁବନ୍ଦନା ସର୍ବାଣୀ ।

ସର୍ବେଶ୍ୱରୀ ମାଗୋ

ଶ୍ମଶାନବାସିନୀ ଶାରଦା ତୁ ବିଶାଳଲୋଚନୀ ଗୋ ।। ୩୨ ।।

 

ହୁଣ୍ଡି ହିମଳହିମଶୈଳଜା ।

ହରଗୌରୀ ଚାରି ଉଡ଼େ ହେଜା ।

ହାତଯୋଡ଼ି ଜଣାଏଁତବ

ଆଗରେ ରକ୍ଷାକାରୀ ନୋହୁବି ତୁ ଆର୍ଯ୍ୟା ଗୋ ।। ୩୩ ।।

 

କ୍ଷାନ୍ତ ହେଲି ମାତଃ ମୁଁ ଜାଣଇଁ ।

କ୍ଷମାକର ଆଗୋ କୃପାମୟୀ ।

କ୍ଷିତିରେ ନିରାଶ ମୁଁ

ବିହାରୀ ଦାସତବ ଚରଣେ ସଦା ଆଶ୍ରୟୀ ଗୋ ।। ୩୪ ।।

 

ଗୋସେବା ଚଉତିଶା

ଓଁ ଗୋପାଳାୟ ନମୋ ନମଃ

ରାଗ-ରାମକେରି

 

କରଇଁ ଜଣାଣ ହେ ସଭ୍ୟଗଣ ହୃଦୟେ ଘେନ ।

କୀର୍ତ୍ତି ଦେଖାଉଛ ଯା ବଳେ ତାକୁ ହୃଦୟେ ଗୁଣ ।। ୧।।

 

ଖଟ୍ୱାରୂଢ଼ ହୋଇ ନ ଭ୍ରମ ଖଗବତୀଙ୍କୁ ଦେଖ ।

ଖଚିତ ଜୀବାଦି ଅନାଅ କିପାଇଁ ପ୍ରେମମୁଖ ।। ୨ ।।

 

ଗାବ ଗଙ୍ଗା ଗଣ୍ଠି ରତନ ଗନ୍ଧବତୀ ସେ ଜାଣ ।

ଗମାଗମ ତାର ପାଇଁକି ଭାବି ଚାହିଁ ଆପଣ ।। ୩ ।।

 

ଘୋଡ଼ା ହୋଇ ପ୍ରେମରଙ୍ଗରେ ଆତ୍ମଜ୍ଞାନ ପାଶୋର ।

ଘନାଗମ ହେଲେ କାବଳେ କୃଷିକର୍ମେ ଚତୁର ।। ୪ ।।

 

ଉଇଁ ଥିଲେ ତୁମ୍ଭ ବିଜ୍ଞାନ ସୁରଭି ଆଦିମାତା ।

ଉଆଁସରଜ୍ୟୋତ୍ସ୍ନା ପରିକି ଦୁଃଖେ ସେ ଲୁଚିଥାନ୍ତା ।। ୫ ।।

 

 

ଚିରକାଳ ତୁମ୍ଭ ରକ୍ଷକ ଚିତ୍ରଶାଳିକା ହେବ ।

ଚଷକ କାହା ବଳେ ହୋଇ ଚାହୁନ୍ତୁ ପ୍ରେମଭାବ ।। ୬ ।।

 

ଛଳ ମୁଁ ନକରେ ହେ ଭାଇ ଭାବ ଭବ ମଧ୍ୟରେ ।

ଛାୟାପଥ ଛାୟା କର ଯେ ହୋଇଛ କାବଳରେ ।। ୭ ।।

 

ଜଗତ ଜୀବାଦି ରକ୍ଷକ ଜନ୍ମାବଚ୍ଛିନ୍ନେ ହେଜ ।

ଜୟଲୀଳ ଜାଣ ଗୋମାତା ଜୟପାଳ ତା ଖୋଜ ।। ୮ ।।

 

ଝାଚିକାର ତୁମ୍ଭ ପାଳନେ ମର୍ମାହତ ସେ ହୋଇ ।

ଝାସ ଦେବା ପାଇଁ ବସିଛି ତୁମ୍ଭ ପ୍ରେମକୁ ଚାହିଁ ।। ୯ ।।

 

ନିୟମ କରିଣ କହୁଛିଁ ନିରେଖ ଗାଈମାତା ।

ନିୟମ ପାଳିଣ ଦେବି ଦେଖ ଯେ ପିଟୁ ତା ଦୂରାବସ୍ଥା ।। ୧୦ ।।

 

ଟଳିଯାଉଅଛି ତୁମ୍ଭର ଧର୍ମର ମୂଳସ୍ଥାନ ।

ଟେକି ମୁଣ୍ଡ ଚାହିଁ ରହିଛି ନହୁଅ କି କରୁଣ ।। ୧୧ ।।

 

ଠାବ ଖୋଜିଲେ ଯେ ତୁମ୍ଭର ନାହିଁ କାହିଁରେ ଗତି ।

ଠାବ ଖୋଜ ଧର୍ମଶାସ୍ତ୍ରରେ ତା ବିନା କାହିଁ ମୁକ୍ତି ।। ୧୨।।

 

ଡେଙ୍ଗୁରା ବଜାଇ କହୁଛିଁ ଡିଆଁମାରି କାବଳେ ।

ଡାକରା ପକାଇ ବନ୍ଧୁଙ୍କୁ କି ଦେବତାଙ୍କ ମୂଳେ ।। ୧୩ ।।

 

ଢମପଣ ଛାଡ଼ ହେ ବନ୍ଧୁ ଢେମଣ କାର୍ଯ୍ୟେ ରତ ।

ଢପ ଦେଖାଉଛ କାହାକୁ ନ ବୁଝି ଶୁଭ ତତ୍ତ୍ୱ ।। ୧୪ ।।

 

ଅଣଆୟତ୍ତେ ପଡ଼ିଅଛି ତାକୁ କର ପାଳନ ।

ଅଣୁପ୍ରମାଣେ ଉପହାର ଦେଇ ଯଶକୁ ଘେନ ।। ୧୫ ।।

 

ତ୍ରୈଲକ୍ୟ ଠାକୁର ଯେ ନିରି ତା ସେବାଛନ୍ତି କରି ।

ତ୍ରିଲୋକରେ ଯାର କାନ୍ତିକୁ ଚାହିଁଣ ଅନୁସରି ।। ୧୬ ।।

 

ଥୟ କର ନିଜ ମନକୁ ଥଳକୁଳକୁ ହେଜ ।

ଅନ୍ତରା ଗାବମାତା ଦୁଃଖ କେମନ୍ତ ଯିବ ନ୍ୟାଯ୍ୟ ।। ୧୭ ।।

 

ଦଇନି ଘେନ ମୋର ଭାଇ ଦରାଣ୍ଡି ତୁହି ଆଉ ।

ଦୃଢ଼ ପ୍ରତିଜ୍ଞାରେ ଚାହିଁଲେ ଫିଟିଯିବ ତା ଦାଉ ।। ୧୮ ।।

 

ଧନ ଦେଇ ଧ୍ୟାନ କରିଣ ଧର୍ମମଳକୁ ରଖ ।

ଧାରଣୀୟ ଚାହିଁ ଆନନ୍ଦଭରେ ମୁଖକୁ ଟେକ ।। ୧୯ ।।

 

ନରପୁଙ୍ଗବ ବୋଲାଇଣ ନବାନ୍ନହୁଞ୍ଜିବହି ।

ନମସ୍କାର କର ପାଦରେମାତାଙ୍କ ଦ୍ରୋହୀ ତୁହି ।। ୨୦ ।।

 

ପଣ୍ଡିତ ହୋଇଣ ରହିଛି ବୋଲାଅ ଆତ୍ମଜ୍ଞାନୀ ।

ପଠାଣ ମାରି ଖାଇଗଲେ ବା ଧର୍ମେ ହେବ ହାନି ।। ୨୧ ।।

 

ଫଡ଼ ଫଡ଼ ହୋଇ ନକହ ଫେଡ଼ିଦିଅ ସନ୍ଦେହ ।

ଫଳ ପାଉଅଛ ଯା ବଳେ ତା ଦୁଃଖକୁ ଅନାଅ ।। ୨୨ ।।

 

ବଦ୍ଧପରିକର ହୋଇଲେ ସିଦ୍ଧି କି ସେ ଭଜିବ ।

ବହୁପୁଣ୍ୟ ଏଥି ପାଇବ ବହୁଳା ଦୁଃଖ ଯିବ ।। ୨୩ ।।

 

ଭବଭୁତି ପାଇ ସଂସାରରେ ଯଶକୀର୍ତ୍ତି ପ୍ରକାଶ ।

ଭାଗ୍ୟବାନ ହେବ ଏଠାରେ ପରେ ଅମର ବାସ ।। ୨୪ ।।

 

ମଙ୍ଗଳ ସଦାକାଳେ ତୁମ୍ଭ ହେବ ଜାଣ ନିକର ।

ମାତା ସୁରଭି ଆଶୀର୍ବାଦେ ମହାନନ୍ଦକୁ ଧର ।। ୨୫ ।।

 

ଯାଚକ ହେଉଁଛି ତୁମ୍ଭର ପ୍ରେମରଙ୍ଗକୁ ଚାହିଁ ।

ଯୋଗ ହେଜି ଯଶକୁ ରଖ ଗାନ ସେବାକୁ ଧ୍ୟାଇ ।। ୨୬ ।।

 

ରଖିଣ ହୃଦୟେ ତୁମ୍ଭଙ୍କୁ କାଳ ଯିବ ମୋ ସରି ।

ଭକ୍ତ ହୋଇ ତୁମ୍ଭ ପ୍ରେମରେ କଲି ମୁଁ ଯେ ଗୁହାରି ।। ୨୭।।

 

ଲକ୍ଷ କରିଅଛିଁ ଗୋସେବା ଠାରୁ ନାହିଁ ଯେ ଗତି ।

ଲାଗିକରି ଭାଇ ଏ କାର୍ଯ୍ୟେ ଲଗାଅ ତୁମ୍ଭ ମତି ।। ୨୮।।

 

ବିବେଚନାକରି ବୁଝ ହେ ସଭ୍ୟ ସମାଜଗଣ ।

ବିସ୍ତାରିତ ଧର୍ମ ଶସ୍ତ୍ରାଦି ଖୋଜି ଦେଖ ଯେ ପୁଣ ।। ୨୯ ।।

 

ସଦାଚାର ମାର୍ଗ ଯା ଅଛି ଭବରେ ଭାବି ଖେଳ ।

ଶୋକ ଦୁରକରି ତୁମ୍ଭର ଚାହିଁ ଏ ଗାବ ପଲ୍ଲ ।।୩୦।।

 

ଷଣ୍ଢଗାବପଲ୍ଲ ତୁମ୍ଭର ରକ୍ଷକ ବୋଲି ଜାଣ ।

ଷଡ଼ରସ ଭୋଗକାରକ ତାହା ହେତୁ ଯେ ଘେନ ।। ୩୧ ।।

 

ସଂଶ୍ରବ ପୂର୍ଣ୍ଣକରି ବନ୍ଧୁ ଭାବି ତୁମ୍ଭ ହୃଦୟ ।

ସଂସାରରେ ଶୋଭା ଯା ହେବ ତାକୁ କର ଉଦୟ ।। ୩୨ ।।

 

ହନ୍ତାଇ ଆତ୍ମଜ୍ଞାନ ମୋର କହିଲ ଏତେ କଥା ।

ହୋଇବ ମୋ ପରେ ସଦୟନ ଘେନ ମନେ ବ୍ୟଥା ।।୩୩।।

 

କ୍ଷମା ମାଗୁଛିଁ ମୁଁ ତୁମ୍ଭଙ୍କୁ ବହି ପ୍ରେମ ମାନସ ।

କ୍ଷମାଶୀଳ ହୁଅ ବାନ୍ଧବେ କହେ ବିହାରୀ ଦାସ ।। ୩୪ ।।

 

ହର ପାର୍ବତୀ ଚଉତିଶା

ଓଁ ନମ ମହେଶ୍ୱରାଦି ନମଃ

ରାଗ-ଚୋଖି

 

କହୁଛନ୍ତି ସେ ପାର୍ବତୀ ଶୁଣ ଶିବମହାଶକତି ବୁଝାଇ କହି ମୋକତି ବିବେକ ଧ୍ୟାଇ ।

କର ବିଜ୍ଞାନ ପ୍ରଦାନ ଲଭିବି ମୁଁ ଆତ୍ମଜ୍ଞାନ ସନ୍ତୋଷ ହୋଇଣ ଜାଣହେବି ପ୍ରଣୟୀ ।

କରଇଁ ମୁହିଁ ଯେ ଜଣାଣ । କିପରି ରାମ ଲକ୍ଷ୍ମଣ ଭର ତ ପୁଣ ।। ୧ ।।

 

ଖଟ୍ୱାଙ୍ଗଭୃତ ସେ କହିଲେ ଶୁଣସିରେ ପ୍ରିୟବାଳେ ରାମ କେମନ୍ତେ ତୋ କୁଳେ ଚାହିଁ ତୋ ଘଟ।

ଖଟ୍ୱା ରୂଢ଼କୁ ନଚାହିଁପ୍ରେମାପ୍ଳୁବବାଣୀ କହି ବିଜ୍ଞାନ ସ୍ଥିତ ଯେ ଗିର ରାମ ପ୍ରକଟ ।

ବିଚାର ଯେ ଲକ୍ଷ୍ମଣ ଜାଣ । ହୃଦୟ ଭରତ ଏ ଯେ ଭରତ ପୁଣ ।। ୨ ।।

 

ଗୌରି ବୋଲନ୍ତି ହେ ସତି ଶୁଣି ଲଭିଲି ତୃପତି ଆବର ଯେ କହନାଥ ବୁଝାଇ ମୋରେ ।

ଗମି ନ ପାରିଲି ମୁହିଁ। ଶତ୍ରୁଘ୍ନଛନ୍ତି ସେ କାହିଁ ଦଶରଥ ପିତା ତାଙ୍କ ଦେଖାଅ ଉରେ ।

ସୀତୟା ସେରାମ ଦୁଲ୍ଲଣୀ । କିପରି ତା ଫେଡ଼ି କହ ହେ ଶୂଳପାଣି ।। ୩ ।।

 

ଘନକେଶୀ ପୁତ୍ର ଦେଖ ଦଶମେନ୍ଦ୍ରିୟକୁ ଯୋଖି ଦଶରଥ ସେହିବନ୍ଧୁ ଭାବନା କର ।

ଘଟମଧ୍ୟେ ଯେ ରାମାଦି ଦୁଷ୍ଟେଛନ୍ତି ସେ ଆଚ୍ଛାଦି ତାହା ଦୂରକର୍ତ୍ତାଶତ୍ରୁଘ୍ନସେ ବିଚାର ।

ଶୀଳଗୁଣ ସୀତୟା ଜାଣ । ରାମ ପ୍ରେମଗିରି ସଙ୍ଗେ ବିବାହ ଘେନ ।। ୪ ।।

 

ଉଦୟ କରାଅ ତହିଁ ଉର୍ମିଳାଛନ୍ତି ଯେ କାହିଁ ଶୁଭବାର୍ତ୍ତା କଉଁଠାରୁ ମାଣ୍ଡବୀ ପୁଣ ।

ଲକ୍ଷ୍ମଣ ଭରତ ଯେନ ତହିଁ ସଙ୍ଗେ ଶତ୍ରୁଘ୍ନେ ନ ବିବାହ ହୋଇଣ ଛନ୍ତି କର ବଖାଣ ।

ଶୁଣିଲେ ମୋ ସଂଶୟ ଯିବ । ହସି କହୁଛନ୍ତି ତହୁଁ ସେ ସଦାଶିବ ।। ୫ ।।

 

ଚମତ୍କାର ୟାତୁ ଦେଖ ଉର୍ମିହୃଦୟରେ ଯୋଗ ତରଙ୍ଗ କାମନା ଉର୍ମିଳାଟା ଯେ ସେହି ।

ଚକ୍ଷୁ ଫିଟାଅ ସୁନ୍ଦରୀ ଯଶକୀର୍ତ୍ତି କର୍ଣ୍ଣେଭରି ଶ୍ରତ କୀର୍ତ୍ତୀ ତାହା ବୁଝ ହୃଦୟେ ଧ୍ୟାଇ ।

ଦମନ ଯାହାକୁ ସେ କହି । ମାଣ୍ଡବୀ ସେହିଟି ଜାଣ ବିଚାର ତହିଁ ।। ୬ ।।

 

ଛନ୍ଦ ଏତିକି ରହିଲା ଜନକ ଋଷିର ବଳା କେମନକରି ତା ହେଲା କହି ଫିଟାଇ ।

ଛାଡ଼ ରାମ ଗୃହଦେଶ ସେ ଯେ ଗଲେ କଉଁବାସ ସୀତୟା ଲକ୍ଷ୍ମଣ ଧରି କି କଲେ ସେହି ।

ସଂଶୟ ଏଥିରେ ମୋ ହେଲା । ବୁଝାଇଣ କହନାଥ ଭସ୍ମାଙ୍ଗ ଭୋଳା ।। ୭ ।।

 

ଜାଣି ନ ପାରିଲି ସହୀ ଜନକ ସଂସାର ଏହି ସଂସାର ଶରୀର ଏହା ଦେଖ ଭିଆଣ ।

ଜଗତ ଶରୀର ଠାରେ ସମସ୍ତ ଜନ୍ମିଥିବାରେ ସ୍ୱଭାବଆଦି ବିକାଶ କଲା ତା ଗୁଣ ।

ବିଚାର ଶୀଳତାକୁ ଧରି । ରାମ ନାଶ କଲେ ଦେଖ ସଂସାରପୁରି ।। ୮ ।।

 

ଝାଡ଼ବଣ କିଏ ହେଲା ବନବାସ କେ ପାଇଲା ବୁଝାଇଣ କହି ନାଥ ହୃଦୟଗତ ।

ଝଗଡ଼ା କଲା ରାବଣ ତାହାର କେମନ୍ତ ଗୁଣ ବିଷୟ ତହିଁରେ ମୁଁ ଯେ ହୁଏଁ ଭାବିତ ।

ବୁଝାଇଣ କହ ଗୋସାଇଁ । ପାଦପଦ୍ମେ ସେବି ଥିବ ହୃଦୟେ ଧ୍ୟାଇ ।। ୯ ।।

 

 

ନିଶ୍ଚୟ କରି ତୁଜାଣମାୟାଏଯେ ଝାଡ଼ବଣ ପ୍ରକାଶ ସଂସାର ତାହା ଦେଖ ସୁମୁଖୀ ।

ନିୟମ ସଂସାର ସାର ଲୋକ ରସ ସ୍ନେହାଗାର ଯାକୁ କଲା ଯେହୁ ଦୂର ସିଦ୍ଧାନ୍ତ ଯୋଖି ।

ସେହି ହେଲା ଯେ ବନବାସ । ରୋଗାଦି ଅଟନ୍ତି ସେ ରାବଣ ବଂଶ ।। ୧୦ ।।

 

ଟଙ୍କଧର ଯା କହିଲ ଭାବିଲ ହୃଦୟ ସ୍ଥଳ ରାବଣ କିପରି ତାହା ବୁଝାଇ କହ ।

ଟାଳି ନେଲା ଯେ ସୀତାଙ୍କୁ ରାମ ନାଶ କଲେ ତାକୁ ଏବିଷୟ ଲାଗୁଛି ଯେ ମତେ ସନ୍ଦେହ ।

ଭଲ କରି ବୁଝିବ ନାଥ । ଯୋଡ଼ିଛୁଁ ତୁମ୍ଭ ପାଦରେ ମୁଁ ବେନି ହାତ ।। ୧୧ ।।

 

ଠାବ ଖୋଜୁଥିବ ମତି ରାଗ ରାବଣ ତା କରି ପ୍ରବେଶ ହୋଇଲେ ସତୀ ବୁଝ ତୋ ମତି ।

ଠିକଶୀଳତା ବେଭାର ରହିପାରେ କି ତା ଉର ଲକ୍ଷ୍ମଣ ସୁସ୍ୱର ନାମ ଥୟ କି ପାନ୍ତି ।

ରାବଣମୂଳକୁ ଯେ ଦେଖ । ଘୋରନାଦ ସ୍ୱର ମେଘନାଦ ପ୍ରତ୍ୟକ୍ଷ ।। ୧୨ ।।

 

ଡରିଲେ କପିବାନର କର୍ଣ୍ଣ ନାସାରୁ ବାହାର ଯେଉଁ ଦନ୍ଦୁଜ ରାବଣ ତାଁ ଜ୍ୟେଷ୍ଠଭାଇ ।

ଡରିକରି ପଳାଇଲା ରାମରେ ଶରଣ ଗଲା ସେ ବୀର କିପରି ତାହା କହ ଗୋସାଇଁ ।

ଦମୟନ୍ତି ନନ୍ଦିନି ଯାର । ନ କହିଲେ ଭୋଳାନାଥ ବିବେକ ବର ।। ୧୩ ।।

 

ଢମପଣେ ତେଜ୍ୟାକାର ରାବଣ ଜ୍ୟୋଷ୍ଠ ସୋଦର କୁମ୍ଭକର୍ଣ୍ଣ ନାମ ତାର ପ୍ରକାଶମାନ ।

ଢାଳି ହୃଦୟ ବିଚାର ଲଡ଼ି ଦେଇ ଭୟଙ୍କର ସୁବୁଦ୍ଧି ବିଚାର ଯେନ ସେ ବିଭୀଷଣ ।

ଦମନାମକ ଗର୍ଭପୂର୍ଣ୍ଣ । ତହିଁରୁ ଯେ ମନ୍ଦୋଦରୀ ଭିଆଣ ଜାଣ ।। ୧୪ ।।

 

 

ଅଣିମାଦିପ୍ରେମପଦ ହୃଦୟ କରେ ସେ ବୋଧ ଶାସ୍ତ୍ରୋକ୍ତ ନ୍ୟାୟ ବିଜ୍ଞାନ କଲ ଭାଷଣ ।

ଆଣିଣ୍ଡିଲ ଯେ ମୋର ଶୁଣିଲଁ ମୁଁ ତଥ୍ୟଟିର ଶରୀର ସଂସାରଠାରେ ସବୁ ଭିଆଣ ।

ଅନୁମାନ କଲି ମୁଁ ପତି । ଅନୁମାନରେ ଚାହୁଁଛି ହୃଦୟ କ୍ଷିତ ।। ୧୫ ।।

 

ତ୍ରିଲୋଚନ ତାହା ଶୁଣି ବୋଲନ୍ତି ତୁ ଭାବନା ତତ୍ତ୍ୱଜ୍ଞାନା ତତ୍ତ୍ୱଦର୍ଶି ହେଲୁ ଆଲୋ ତୁ ପ୍ରିୟଆଳୀ ।

ତଡ଼ିତଗତ୍ରି ଚାହାଁ ସଂସାରସଂଳାପ ଯାହା ତଥ୍ୟ କରି ବୁଝ ଏହା ହୃଦୟେ କଳି।

ତାପିତ ଶରୀର ତୁହୋଇ । ତତ୍ତ୍ୱଗିର ନଚାହିଁଣ ହଉ ବଦହି ।। ୧୬ ।।

 

ଥୟକରିବ ମୋତେ ଶୁଣ ଆହେ ପ୍ରାଣପାରି କରୁଛୁଁ ମୁହିଁ ବିନତି ଜଣାଏଁ କତି।

ଥାଇ ରଖିଲା ମୋ ଧନ ତୁମ୍ଭ ଗର୍ଭସ୍ଥ ବିଜ୍ଞାନ ପାଇବାକୁ ମୁଁ ଭାଜନ ହେ ଶିବ ଯତି ।

ଥଣ୍ଡା ହୋଇଥିବ ସଙ୍ଗରେ । ସ୍ଥିରଚିତ୍ତ ହେବା ଭଳି ଦେଖାଅ ମୋତେ ।। ୧୭ ।।

 

ଦିନନି ପାର୍ବତୀ ବାଣୀ ଦିଗମ୍ବର ତାହା ଶୁଣି ଦେବାନ୍ତ କାଳକୁ ଜାଣି ସେ ପ୍ରେମ ଘେନି ।

ଦିନନି ଦ୍ୱୟ କଲେ ବୁଝିବୁରେ ପ୍ରିୟ ବାଳେ ଦୟାମୟ ଭାବମୁଳେ ହୁଅ ବିଜ୍ଞାନୀ ।

ଦର୍ଶନୀୟ ସଂସାରସାର । ଦର୍ଶୀ ହେବୁ ଲୋ ପାର୍ବତୀ ଭାବ ତୋ ଉର ।। ୧୮ ।।

 

ଧାର୍ମିକ ଯେ ମହାଜନ ମହାନନ୍ଦ ଉଚ୍ଚ ମନ ଧୃତ୍ୟାଧେୟ ସ୍ମରି ସେ ଯେ ଅମର ହୋଇ ।

ଧ୍ୟାନରେ ଭାବନ୍ତି ଜ୍ଞାନ ତାହା ସେ କେବଣ ଗୁଣ । ସେ ସବୁ ବୁଝାଇ ମୋତେ କହି ଗୋସାଇଁ ।

ଧର୍ତ୍ତବ୍ୟତା ହେଲେ ମୋହର ଧୀଗୁଣେ ତୁମ୍ଭ ସେବାରେ ସଂଳାପ ଉର ।। ୧୯ ।।

 

 

ନରହରି ନରାଧାମ ନିଗମେନାଗି ଶିବନାମ ନରକ ଭୋଗଉପରେ ସେ ନରାନ୍ତକ ।

ନକେଶରୀ ବୋଲାନ୍ତି ତାହା କୁ ଦେଖ ପାର୍ବତୀ ନରଲୋକେ ନରାଧମ ନାମ ଲ୍ଲେଶ ।

ନର ନାରାୟଣ ତୁ ଚାହାଁ ନିଗମ ଭାରତ ଏଯେ ନରର ବାୟା ।। ୨୦ ।।

 

ପାର୍ବତୀ ବୋଲନ୍ତି ଯତି ଭାବିତ ହେଲା ତୋମରି ବୁଝାଇକହି ମୋହର ସେ ବଣ ନର ।

ପ୍ରକାଶ ହେଲେ ଅର୍ଜୁନ ପାଣ୍ଡବ ନାମ ବହିଣ ତାହା ଭାବିଲା ତୋ ମନ କହଶଙ୍କର ।

ପାଣ୍ଡବ ଯେ ସେ ପାଞ୍ଚଭାଇ । ବିଖ୍ୟାତ କିପରି ହେଲେ କହ ଗୋସାଇଁ ।। ୨୧ ।।

 

ଫେଡ଼ିକହୁଛି ତ ଶୁଣ ଚାହାଁ ତୁ ଧର୍ମ ଲକ୍ଷଣ ଧର୍ମନିଷ୍ଠ ଭାବି ମନ ହୃଦୟ ଜ୍ଞାନ ।

ଫେଇଁ ଚାହିଁ ଯୁଧିଷ୍ଠିର ମାନବ ରୂପ ପ୍ରକାର ଚାହୁଁ ତାହା ପୁଣ ସେ ଯେ ସେ ଭୀମସେନ ।

ଉଦ୍‌ଯୋଗ ସାହସ ଯେନ । ଫଳୋଦୟ ସଙ୍ଗେ ରହେ ସେ ଅକଳୂନ ।। ୨୨ ।।

 

ବିକାଶ କଲୟା ଘଟେ କହୁଛି କରସମ୍ପୂଟେ ସହଦେବ ନକୁଳଯେ କାହିଁ ଅଛନ୍ତି ।

ବିବାହ ସେ ପାଞ୍ଚ ଭାଇ ପାଞ୍ଚାଳୀ କିପରି ସେହି ଫେଡ଼ି କହ ଫେଡ଼ୁ ମୋର ହୃଦୟଭ୍ରାନ୍ତି ।

ବିଶ୍ୱମ୍ବର ହେ ଭୋଳାନାଥ । ବିଶେଷେ ବୁଝିଣ ସାଧେ ମୋ ମନ ସ୍ୱାର୍ଥ ।। ୨୩ ।।

 

ଭବାନୀ ଭାବ ତୋ ଉରେ ଭବିତବ୍ୟ ଭବିକରେ ଭୟାନକ ନ ବିଚାରେ ସହନ ।

ଗୁଣେ ଭାବ ସହଦେବ ବୀର ଭୟଙ୍କର ଗର୍ବ ଦୂର ଚାହିଁ ଭାବତ ଯେ ଡର ନକୁଳ ଧ୍ୟାନ ।

ପଞ୍ଚେନ୍ଦ୍ରିୟ କାମନାକରୀ । ଭଲେ ପାଞ୍ଚାଳୀ ବିବାହ ପାଣ୍ଡବେ ଧରି ।। ୨୪ ।।

 

 

ମହେଶ୍ୱର ବାଣୀ ଶୁଣି ପାର୍ବତୀ କହନ୍ତି ପୁଣି ମହାଭାରତେ ସକଳ ଘଟରେ ପୂର୍ଣ୍ଣ।

ମତେ ଯାହା ଦେଖାଇଲ ଏପରି ହୃଦେ ସଙ୍କୁଳ ହୋଇଥିବା ଶୁଣି ନ ଥିଲା ଯେ ମୋ ବର୍ଣ୍ଣ ।

ମତେ ଭଲ ଆଶ୍ଚର୍ଯ୍ୟ ଗତି । ମର୍ମରେ ଭାବିଣ ନାଥ ଲଭେ ତୃପତି ।।୨୫।।

 

ଯୁବତୀବର ତୁ ଜାଣ ଏ ଘଟ ସକଳ ପୂର୍ଣ୍ଣ ଧିଆନ କରିଣ ଶାସ୍ତ୍ର ବକ୍ତା ଯେ ହୋଇ ।

ଜାଣ ବିଜ୍ଞାନ ସୁନ୍ଦରୀ ଭବ ଉଦ୍ଭବ ଯେକାରୀ ବିରାଟ ନରରୁପଟି ବିଚାର ସହି ।

ଜଗତ ଯେ ସଂସାରୀ ପୁରୀ ଜାଣି ହୃଦୟରେ ତାହା ପ୍ରକାଶକାରୀ ।। ୨୬।।

 

ଗକ୍ଷାରକ୍ଷ ଭାବ ଦୁଇ ହୃଦୟେ ବିକାଶ ହୋଇ ବିଶ୍ୱ ସ୍ୱରୁପେ ଏଭବ ବିକାଶକାରୀ।

ଭକ୍ତ ଭାବିଣ ତହିଁରେ ରକ୍ତବିଜ ହୃଦୟରେ ରଖୁଆଳ ହୋଇଛନ୍ତି ସେ ନରହରି ।

ରଙ୍ଗସବୁ ଦେଖାଇ ନାଥ । ରଚନା କିପରି କଲେ ଫେଡ଼ ବୃତ୍ତାନ୍ତ ।। ୨୭ ।।

 

ଲଳିତ ବିଷୟ ତେଜି ପାର୍ବତୀ କାହୁଁ ତୁ ଖୋଜି ଲଗାଇଣ ପ୍ରେମରଥ ହୃଦୟେ ମୋର ।

ଲାବଣ୍ୟ ବ୍ରହ୍ମ ଗ୍ରନ୍ଥିତ ଭାବିବାକୁ ତୋର ଚିତ୍ତ ପ୍ରକାଶମାନ ହେଉଛି ତୋହରି ଉର ।

ହସ ହସ ମୁଖୀ ତୁ ଦେଖ। ଲିପି କର ପ୍ରଭୁ ମାୟା ସେ ଯେ ଅଲେଖ ।। ୨୮ ।।

 

ବିଶ୍ୱମ୍ବର ଯା କହିଲ ଭାବିଲି ମୋ ହୃଦସ୍ଥଳ ବିଚେଷ୍ଟିତ ନାରୀ ହୃଦ ଜାଣ ହେ ନାଥ ।

ବିକଶିତ ତବ ଦାସୀ ରଖ ପ୍ରଭୁ ମନ ତୋଷି ରହିଛୁଁ ଶରଣ ପଶି କର କୃତାର୍ଥ ।

ବିଭସବୁ ତବ ପ୍ରସାଦ । ବିଷୟ ହୃଦୟ ଚାହିଁ ସେବିଛିଁ ପାଦ ।। ୨୯ ।।

 

 

ଶଙ୍କର ଚାହିଁ ପାର୍ବତୀ ବୋଲନ୍ତି ଲୋ ମହାସତୀ ବୁଝାଇଲି ଯେ ତୋ କରି ଗୂଢ଼ ବିଜ୍ଞାନ ।

ସର୍ବେଶ୍ୱର ଈଶ ଗତି ସଂସାରପୂର୍ଣ୍ଣବ ଭାରତୀ ଅଲେଖ ବିଷ୍ଣୁ ବିଭୁତି ଅଦ୍ଭୁତ ଜାଣ ।

କହିବାକୁ ବା କେ ଭାଜନ । ସକଳ ବେଦ ସାଚିଲେ ଚତୁରାନନ ।। ୩୦ ।।

 

ଷଣ୍ଢପତି ପ୍ରେମ ଭକ୍ତି ଚାହିଁ ଲଭିଲି ତୃପତି କହିଣ ତହୁଁ ପାର୍ବତୀ ପ୍ରଣାମ କଲେ ।

ଷଡ଼ଗୁଣଭାବ ବହି ଷୋଡ଼ଶାଙ୍ଗ ତହିଁ ଥୋଇ ପୂଜା ନୀତି କର୍ମ କରି ମନ ତୋଷିଲେ ।

ଶମ୍ଭୁ ଅଙ୍ଗେ ଅଙ୍ଗ ଲଗାଇ । ସାଷ୍ଟାଙ୍ଗ ହୋଇଣ ପାଦେ ପଡ଼ିଲେ ଶୋଇ ।। ୩୧ ।।

 

ସଦାଶିବ ଆନନ୍ଦରେ ଉଠାଇ ଲଗାନ୍ତି ଉରେ ସଦାପ୍ରିୟାତ୍ମିକ ଧନୀ ଭାବନା କର।

ସଂସାର ଶରୀର ବୁଝି ସଦାଚାର ଦୃଢ଼େ ହେଜି ସମାଚାର ଗୁଣ ଚାହିଁ ସାପନପୁର ।

ଲକ୍ଷଣୀୟ ଲକ୍ଷିତ ଗିର । ସବୁ ବୁଝାଇ କହିଲ ରଖ ତୋ ଉର ।। ୩୨ ।।

 

ହରଙ୍କ ବଚନ ଶୁଣି ପାର୍ବତି ପ୍ରିୟ ତା ମଣି ଆନନ୍ଦରେ ପ୍ରେମ ଧ୍ୟାନେ ହୋଇଲେ ତୁନି ।

ହର୍ଷାସ୍ପଦରେ ବିନୟୀ ହୋଇଣ ରହିଲେ ତହିଁ ସେବାକର୍ତ୍ତା ହେଲେ ଯୋଗକାଳକୁ ଜାଣି ।

ବିଜ୍ଞାନ ଏଭାବ ବିନୋଦ । ରସକ୍ରୀଡ଼ାରେ ଉଭୟେ ହୁଅନ୍ତି ବୋଧ ।। ୩୩ ।।

 

କ୍ଷେତ୍ର କାଶୀସ ଚରଣ କରିଣ ହୃଦେ ସ୍ମରଣ ଖ୍ୟାତ କଲି ଭାବ ମନ ଏ ପ୍ରେମରସ ।

କ୍ଷୋଭିତ ହୃଦୟ ବହି ତରାଣ୍ଡି ବୁଲୁଛିଁ ମୁହିଁ ସ୍ଥାନ ମତେ ମିଳୁ ନାହିଁ ଆହେ ମହେଶ ।

ରଖି ଘେନ ଦାସାନୁଦାସ । କ୍ଷୁଦ୍ର ହୃଦୟ ଡାକୁଛିବିହାରୀ ଦାସ ।। ୩୪ ।।

 

ସୀତା ରାମ ସମ୍ବାଦ ଚଉତିଶା

ରାଗ-ପୋଇ

 

କହୁଛନ୍ତି ରାମ ରାକ୍ଷସଙ୍କ ଧାମ

ସୀତୟା ଦେଖେରେ ପ୍ରାଣ ହି ।

କରିଣ କପଟ ରଖି ଚିତ୍ରପଟ

ଥାଅ ବସୁନ୍ଧରା ଗର୍ଭେ ତୁହି ।।୧।।

 

କ୍ଷିତିର ନନ୍ଦିନୀ କହୁଚନ୍ତି ପୁଣି

ଲୋକନାଥ କାହିଁକି ୟା କହିଲ ।

ଖ୍ୟାତ ଯେ କୋଶଳ ସେଠାରୁ ଆଣିଲ

ଏହାକି ତୁମ୍ଭଙ୍କୁ ଦିଶେଭଲ ।।୨ ।।

 

ଗମିନାହୁଁ ଧନ ଏବେ ଏହା ଜାଣ

ରାକ୍ଷସକୁଳହନ୍ତା ମୁଁ ହୋଇ ।

ଗହନ କାନନ ଅଟଇ ଏବନ

ରାକ୍ଷସପଲଛନ୍ତି ଏଠାଇଁ ।। ୩ ।।

 

 

 

ଘଉଡ଼ିବ ମୋତେ ରହିବ କେମନ୍ତେ

ତାହା ବୁଝାଇଣ କହ ନାଥ ।

ଘୋର ବନସ୍ତରେ ଛାଡ଼ିବ ଯେ ମୋତେ

କେରହିବ ତୁମ୍ଭ ପ୍ରାଣହିତ ।। ୪ ।।

 

ଉଦେହେଲା କାଳ ଧରି ମାୟାଜାଲ

କରିବ କ୍ରନ୍ଦନ ଜାଣ ସହି ।

ଉଦେ ଅସ୍ତ ମୋର ନାହିଁ ସୁଖଘର

ବୁଝିଣ ହୃଦୟେ ଥାଅଧ୍ୟାଇ ।।୫।।

 

ଚମତ୍କାରବାଣୀ କହୀ ନୃପମଣି

ସନ୍ଦେହ ଲାଗୁଛି ମତେ ତାହା ।

ଚକିତ ହୋଇଲି ବୁଝି ନ ପାରିଲି

ବୁଝାଇକହ ହେ ପ୍ରାଣନାହା ।। ୬ ।।

 

ଛଳ ନ କରିଣ କହୁଛୁଁ ରେ ଧନ

ତୋ ଚିତ୍ରପଟ ରାକ୍ଷସ ନେବ ।

ଛାଡ଼ିଣ ଅପୋଷ କରିବି ମୁଁ ବଧ

ଘୋର ସମର ତହିଁରେ ହେବ ।।୭ ।।

 

 

ଜଡ଼ୀଭୂତହେଲି ବୁଝି ନ ପାରିଲ

ମାୟାସତୀ ଏୋ ଚୋରାଇ ନେବ ।

ଜନ୍ମିବ ବିବାଦ ଲଭିବ ଯେ ଖେଦ

କେଉଁ ପରି ସେ ମତେ ଆଣିବ ।। ୮ ।।

 

ଝାଡ଼ିବନସ୍ତରେ ତୋ ଚିତ୍ରପଟରେ

ରାବଣ ରାକ୍ଷସ ମାୟାରୁପେ ।

ଝାତିକାରେ ଆସି ନେବ ଲୋସାକେଶୀ

ଅଶୋକବନେ ଥିବୁ ବିଳାପେ ।।୯ ।।

 

ନିଶ୍ଚୟ ତ କହୁ ଅଛି ତୁମ୍ଭେ ଦ୍ୱୟ

କେମନ୍ତେ ଆସି କରିବ ଚୋରି ।

ନିପାତ ନକରି ହେ କୋଦଣ୍ଡଧାରୀ

ଚାହୁଁଥିବ ଯେ କେମନ୍ତ କରି ।।୧୦ ।।

 

ଟାଳିବ ଆମ୍ଭଙ୍କୁ ଦେଖାଇ ମାୟାକୁ

ସୁବର୍ଣ୍ଣରଙ୍ଗରେ ମୃଗ କରି ।

ଟାକିଥିବ ସେହି ଆମ୍ଭ ଶୁନ୍ୟ ଚାହିଁ

ମାୟା ସୀତାକୁ ଯେ ନେବ ଧରି ।। ୧୧ ।।

 

 

ଠାବରେ ଯେ ମୋର ଲକ୍ଷ୍ମଣ ସେ

ବୀର ନରଖିଯିବ କି ଦୁଇ ଭାଇ ।

ଠକିକରି ନେବ ଜାଣିକରିଯିବ

କେମନ୍ତ କରି କହ ଗୋସାଇଁ ।। ୧୨ ।।

 

ଡାକଦେବ ମୃଗ କରି ଘୋର ରାବ

ଲକ୍ଷ୍ମଣ ତ୍ରାହି ବୋଲିଣ ବନେ ।

ଡାକ ଶୁଣିକରି ଲକ୍ଷ୍ମଣେ ଧୁତ୍କାରି

ପଠାଇବୁ ତୁ ଘୋର କାନନେ ।। ୧୩ ।।

 

ଢଙ୍ଗ ରାକ୍ଷସଙ୍କ ଜାଣିହୃଦାତକ

କାହିଁକି ନାଥ ଏମନ୍ତ କର ।

ଢଙ୍କିଥିଲ ମୋତେ କେଯିବ ପରତେ

ଅପକୀର୍ତ୍ତୀଯେହେବ କାହାରି ।।୧୪।।

 

ଅଣାକାର ପୁର ଡାକି ବେଦବର

ପୃଥ୍ୱୀ ସଙ୍କଟ ନାଶନ ଧ୍ୟାଇ ।

ଅଣାକିଛି ମତେ କହୁଅଛିଁ ତୋତେ

ଅବତାର ମୋର ତହିଁପାଇଁ ।। ୧୫ ।।

 

 

ତ୍ରିଲୋକ ଠାକୁର କହ ସତ୍ୟଗିର

ମୁଁ ଯିବି ତା ପୁର କାହିଁପାଇଁ ।

ତଥ୍ୟକରି ତାହା କହ ପ୍ରାଣନାହା

ଯେମନ୍ତେ ପତିତେ ଯିବି ମୁହିଁ ।। ୧୬ ।।

 

ଥର ଥର ମହୀ ରାକ୍ଷସକୁ ଚାହିଁ

ସୁରଦେବର୍ଷି ରୋଦନ କଲେ ।

ଥୟକଲେ ତହିଁ ଉପାୟେଭିଆଇ

ତୋ ଜନ୍ମ ସେ କଲା ନେତ୍ରବଳେ।। ୧ ୭ ।।

 

ଦନୁଜଙ୍କ ଦର୍ପ ପାଇ କରି ତାପ

ବ୍ରହ୍ମର୍ଷି କି ବିଚାରକୁ କଲେ ।

ଦେଖାଅ ସେକଥା ଫିଟୁ ହୃଦବ୍ୟଥା

ପଡ଼ୁଛି ମୁଁ ଯେ ଚରଣତଳେ ।। ୧୮ ।।

 

ଧରାରେ ଖୋଜିଲେ ପବିତ୍ର ତାସ୍ଥଳେ

ବ୍ରହ୍ମଲୋତକ ଘଟକୁ ଥୁଅ ।

ଧ୍ୟାଇ ୠଷିବଳା ଚାହିଁଣ ମିଥିଳା

ପୋତିଥିଲେ ଜନ୍ମ ତୋରଚାହିଁ ।। ୧୯ ।।

 

 

ନିଗମ ବିଷୟ କଲ ପରିଚୟ

ତହୁଁ କିପରି ବିଷୟ ହେଲା ।

ନିୟମ ମୋ ପିତା କରିଣ ଉଦିତ

ଧନୁ ଯଜ୍ଞ ସେ କେମନ୍ତେ କଲା ।। ୨୦ ।।

 

ପ୍ରକାଶ ବିବେକ ଶିବଧନୁ ଦେଶ

ଅଷ୍ଟବସୁ ଯହିଁ ସ୍ଥିତ ହୋଇ ।

ପ୍ରକାଶିଲେ ତାହା ମିଥିଳେଶ ଏହା

ପୂର୍ଣ୍ଣବ୍ରହ୍ମ ଯେ ଚିହ୍ନିବା ପାଇଁ ।। ୨୧ ।।

 

ସେଉକହ ନାଥ ଏହା ଆଦିଅନ୍ତ

ପୂର୍ଣ୍ଣବ୍ରହ୍ମ ଯେବେ ତୁମ୍ଭେ ସ୍ଥିତି ।

ଫଳୋଦୟ ବୃକ୍ଷ ବିରଞ୍ଚି ସେ ରଖ

ଦେଖାଅ ଯେ କାହିଁ ସେ ଅଛନ୍ତି ।। ୨୨ ।।

 

ବୋଲନ୍ତି ଶ୍ରୀରାମ ଭାବ ହୃଦଧାମ

କ୍ଷୀରଶୟନ କର୍ତ୍ତା ଯେ ମୁହିଁ ।

ବିକାଶ ଲକ୍ଷ୍ମଣ ଶେଷଶିବ ଜାଣ

ପ୍ରକୃତି ପ୍ରଜାପତିଟି ତୁହିଁ ।। ୨୩ ।।

 

 

ଭଲ ବୁଝାଇଲ ଜାଣିଲି ସକଳ

ପଶୁରାମ କୋପ କହିଁ କଲେ ।

ଭାବିତ ବିଷୟ ଫିଟାଅ ସଂଶୟ

ବୁଝାଇ କହ ପ୍ରଭୁ ମୋମୂଳେ ।।୨୪ ।।

 

ମହୀରେ କ୍ଷତ୍ରିୟ ପ୍ରବଳ ଛାଇଲେ

କ୍ଷତ୍ରିୟଧ୍ୱଂସକୁ ସେ ଅବତାର ।

ମୋର ଅବତାର ହେବାରୁ ସେବୀର

ଚିହ୍ନଦେଇ ଅଂଶହେଲେ ପର ।। ୨୫ ।

 

ଯୋଗରୂପ ହରି ସବୁ ଜାଣିକରି

ପ୍ରକାଶକ ହୋଇହେଲ ଯୋଗୀ ।

ଯୋଜିତ ବିଷୟ ଅନ୍ତର ଆଶୟ

ହେବା ପ୍ରଚାର ଦନୁଜ ଲାଗି ।। ୨୬ ।।

 

ରକ୍ଷକମହୀର ହୋଇ ଫେଡ଼ୁଭାର

ସଂସାରେ ଆଗମ ରୂପ ହୋଇ ।

ରକ୍ଷ କପିଙ୍କର ହେବ ଯେ ସମର

ଆମରେ ଦେଖିବେ ପ୍ରେମବହି ।। ୨୭ ।।

 

 

ଲକ୍ଷକରି ହରି ସବୁ ଭାବିକରି

ବୁଝାଇ କହିଲ ପ୍ରାଣନାଥ ।

ଲଳିତ ବିଷୟ ତୁମ୍ଭ ପରିଚୟ

ହୋଇପାରିବ କି କହ ତଥ୍ୟ ।। ୨୮ ।।

 

ବିଚାର ହୃଦୟ ସତା ପରିଚୟ

ନୋହିବା ଅନ୍ତର ଜାଣ ସଖୀ ।

ବିକାଶିଣ ମାୟା ଦେଖୁଥିବା ତାହା

ନରଲୋକ ଭାବ ଥିବା ରଖି ।। ୨୯ ।।

 

ଶଶୀମୁଖି ଶୁଣି ସନ୍ତୋଷ ଯେ ମଣି

ଶ୍ରୀରାମପାଦେ ପ୍ରମାଣ କଲେ ।

ସାକ୍ଷାତ ହେ ପ୍ରଭୁ ଚାହିଁମାୟା ବିଭୁ

କହି ନିଜ ପୁରକୁ ସେଗଲେ ।। ୩୦ ।।

 

ଷୋଡ଼ଶୀ ଯେ ବାମା ତହୁଁ ମନୋରମା

ସ୍ଥାପିଲେ ଶ୍ରୀରାମ କୂଟକରି ।

ଷଣ୍ମାସ ପର୍ଯ୍ୟନ୍ତ ନୋହିବ ଏ ଅନ୍ତ

ଏହା ବିଚାରିକଲେ ତିୟାରି ।। ୩୧ ।।

 

 

ସଧୀରେ ଲକ୍ଷ୍ମଣ ପ୍ରବେଶିଲେ ପୁଣ

ଦେଖି ଦଣ୍ଡବଣ ତହିଁ କଲେ ।

ସୀତାଙ୍କ ବିଷୟ ନ ବୁଝି ହୃଦୟ

କନ୍ଦମୂଳଫଳ ପାଖେ ଦେଲେ ।। ୩୨ ।।

 

ହରିଷହୋଇଣ ସୀତା ନେଲେ ପୁଣ

ତିନିୟେ ମିଳି ଭୋଜନକଲେ ।

ହର୍ଷିତ ଆନନ୍ଦ ହୋଇ ପ୍ରେମାନନ୍ଦ

ଭାବବିନୋଦ ପ୍ରେମବିଭୋଳେ ।। ୩୩ ।।

 

କ୍ଷମାନିଧିବର ସେ ଯେ ରଘୁବୀର

ସୀତୟା ରାମ ବିନୋଦ ବାଣୀ ।

କ୍ଷିତିରେ ପ୍ରଚାର କଲି ମୁଁ ପାମର

ବିହାରୀ ଦାସ ଯୋଡ଼ିଣ ପାଣି ।। ୩୪ ।।

 

ଲଲିତ ଚନ୍ଦ୍ରାବତୀ ଚଉତିଶା

ଓଁ ରମାଧବାୟେ ନମୋ ନମଃ

ରାଗ – ପରିଭାଷ

 

କୃତଜ୍ୱର ସେ କୃତଦାସ ହେଲେ

ସେ ଗୋ ସଖି କେ ।

କରୁଣା ସାଗର ବ୍ରହ୍ମାଣ୍ଡ କରତା

କାଳି ଦର୍ପଦଳା ଯେ ।। ୧ ।।

 

କ୍ଷୀରସାଗରେ ଶୟନ କରତା

ସେ ଗୋ ସଖି କେ ।

ଖିଳ ଉତ୍ପତ୍ତି ପ୍ରଳୟ କରତା

ସେହି କ୍ଷୀର ଚୋରା ଯେ ।। ୨ ।।

 

ଗମି ନପାରନ୍ତି ଯୋଗିଜନ ଯାକୁ

ସେ ଗୋ ସଖି କେ ।

ଗୋ ନାମକ ମହୀ ପାଳନ କରତା

ସେହି ଗୋପାଳଟି ଯେ ।। ୩ ।।

 

 

ଘଟନାଙ୍ଗହୋଇ ନୃସିଂହ ଯେ ହେଲେ

ସେ ଗୋ ସଖି କେ ।

ଘାଟରେ ଥାଇଣ ବସ୍ତ୍ର ଚୋରାଇଲା

ସେହି ଘନଶ୍ୟାମ ଯେ ।। ୪ ।।

 

ଉଠାଇଥିଲେ ଦନ୍ତରେ ପୃଥିବୀ

ସେ ଗୋ ସଖି କେ ।

ଉଠାଇଲା ଗୋବର୍ଦ୍ଧନ ଗିରି କରେ

ସେହି ଉପଇନ୍ଦ୍ର ଯେ ।। ୫ ।।

 

ଚଳ ଅଚଳ ଯେ ପୃଷ୍ଠରେ ଧଇଲା

ସେ ଗୋ ସଖି କେ ।

ଚାହିଁଣ କଂସକୁ ନିଧନ ଯେ କଲା

ସେହି ଚକ୍ରଧର ଯେ ।। ୬ ।।

 

ଛଳକରି ବଳି ପାତାଳେ ଚାପିଲା

ସେ ଗୋ ସଖି କେ ।

ଛଳେ ଇନ୍ଦ୍ରବ୍ରହ୍ମା ଗର୍ବକୁ ଦଳିଲା

ସେହି ଛଳିଆଟି ଯେ ।। ୭ ।।

 

 

ଜଗଦୀଶ ବୋଲି ଯାହାକୁ ବୋଲନ୍ତି

ସେ ଗୋ ସଖି କେ ।

ଜାମଳାର୍ଜ୍ଜୁନ ନାଶ କରିଅଛି

ସେହି ଜଗବନ୍ଧୁ ଯେ ।। ୮ ।।

 

ଝଗଡ଼ା ଲଗାଇ କୁରୁଙ୍କ ନାଶିଲା

ସେ ଗୋ ସଖି କେ ।

ଝାଡ଼ ବୃନ୍ଦାବନେ ଗୋପଗୋଇ ନାଶେ

ସେହି ଝୁହ୍ଲିଚଳା ଯେ ।। ୯ ।।

 

ନାରାୟଣ ବୋଲି ଯାହାକୁ ବୋଇଲି

ସେ ଗୋ ସଖି କେ ।

ନନ୍ଦ ନନ୍ଦନ ନିଗମ ବ୍ରହ୍ମ

ସେହି ନରୋତ୍ତମ ଯେ ।। ୧୦ ।।

 

ଟାଳି ବୃନ୍ଦାବତୀ ସତୀ ଧ୍ୱଂସକଲା

ସେ ଗୋ ସଖି କେ ।

ଟଳାଟଳି କରି ରାଧା ବଶକଲା

ସେହିଟାହି କରା ଯେ ।। ୧୧ ।।

 

 

ଠାକୁର ଯାହାକୁ ସଂସାରେ ବୋଲନ୍ତି

ସେ ଗୋ ସଖି କେ ।

ଠକାଠକି କରି ଗୋପୀଙ୍କି ମୋହୁଛି

ସେହି ଠକ କୃଷ୍ଣ ଯେ ।। ୧୨ ।।

 

ଡରି ଜରାସନ୍ଧଠାରୁ ପଳଇଲା

ସେ ଗୋ ସଖି କେ ।

ଡାକୁ ଗୋପାଳୁଣୀ ଦୁଧ ଚୋରିକଲା

ସେହି ଡକାଇତ ଯେ ।। ୧୩ ।।

 

ଢେମଣ ହୋଇଣ ବ୍ରଜବାଳୀ ନାଶେ

ସେ ଗୋ ସଖି କେ ।

ଢଳି ଢଳି ନାଚି ବାଂଶରି ବଜାଏ

ସେହି ଢପଦେଖା ଯେ ।। ୧୪ ।

 

ଅଣାଇ ଯେ ଭୀମ ଜରାସନ୍ଧହନ୍ତା

ସେ ଗୋ ସଖି କେ ।

ଅଣାଇ ମାଇଁକି ଭୃତଦୃଶ୍ୟ ହେଲା

ସେହି ଅଣାକାର ଯେ ।। ୧୫ ।

 

 

ତତ୍ୱଜ୍ଞ ବୋଲି ଯାହାକୁ ବୋଲନ୍ତି

ସେ ଗୋ ସଖି କେ ।

ତପନ ତନୟା ତୀରେ ବୁଲୁଥାଏ

ସେହି ତତ୍ୱଜ୍ଞାନୀ ଯେ ।। ୧୬ ।।

 

ଥକାହୋଇ ଗଜସ୍ତୁତି ଯାକୁ କଲା

ସେ ଗୋ ସଖି କେ ।

ଥୋଡ଼ଧରି କୁବଳୟାକୁ ମାଇଲା

ଥବିର ପୁରୁଷ ଯେ ।। ୧୭ ।।

 

ଦାରୁକ ଅର୍ଜୁନ ରଥରେ ଯେ ଥିଲା

ସେ ଗୋ ସଖି କେ ।

ଦୀକ୍ଷା ଗୁରୁଙ୍କୁ ମଲାଁପୁତ୍ର ଦେଲା

ସେହି ଦାମୋଦର ଯେ ।। ୧୮ ।।

 

ଧନୁଯାତ ନଷ୍ଟ କଲା କଂସପୁରେ

ସେ ଗୋ ସଖି କେ ।

ଧରଣୀସୁତା ଧନୁ ଭାଙ୍ଗି ନେଲା

ଧରାଧର ରୂପ ଯେ ।। ୧୯ ।।

 

 

ନରକାନଚ ପ୍ରସିଦ୍ଧ ପୁରୁଷ

ସେ ଗୋ ସଖି କେ ।

ନଳନେଶୟ ପୂର୍ବଘଟେ ସ୍ୱୟ

ସେହି ନରେଶଟି ଯେ ।। ୨୦ ।।

 

ପରମେଶ୍ୱର ଯାହାକୁ ବୋଲନ୍ତି

ସେ ଗୋ ସଖି କେ ।

ପରମ ବ୍ରହ୍ମ ପରମାତ୍ମା ପରମା-

ନନ୍ଦଟା ଯେ ।। ୨୧ ।।

 

ଫଳଦେବା କର୍ମ ଅନୁସାରେ ବୋଲି

ସେ ଗୋ ସଖି କେ ।

ଫଳୟତଦ୍ରୌପଦୀ ଉଲଗ୍ନରେ

ବସ୍ତ୍ର ଦେଇଥିଲା ଯେ ।। ୨୨ ।।

 

ବଳକାର୍ଯ୍ୟରେ ଦଇତାରି ବୋଲିଣ

ସେ ଗୋ ସଖି କେ ।

ବଧକଲେ ଯେ ରାବଣାଦିଗଣ

ସେହି ବଳିଧ୍ୱଂସୀ ଯେ ।। ୨୩ ।।

 

 

ଭଗବାନ ବୋଲି ଯାହାକୁ ବୋଲନ୍ତି

ସେ ଗୋ ସଖି କେ ।

ଭଗାରି ହୋଇଣ ଦୁଷ୍ଟକୁ ମାଇଲେ

ସେହି ଭାବଦାତା ଯେ ।। ୨୪ ।।

 

ମଥୁରେଶ ହୋଇ ପ୍ରସିଦ୍ଧ ପୁରୁଷ

ସେ ଗୋ ସଖି କେ ।

ମନ୍ଥିରତ୍ନାକରଲକ୍ଷ୍ମୀକି ଆଣିଲେ

ସେହି ଭାବଦାତା ଯେ ।। ୨୫ ।।

 

ଯୋଗୀଶ ପୁରୁଷ ହୋଇଣ ଯେ ପ୍ରଭୁ

ସେ ଗୋ ସଖି କେ ।

ଯଦୁପତି ସେହୁ ଦବେକୀ ନନ୍ଦନ

ଯୋଗଦାତା ରୂପ ଯେ ।। ୨୬ ।।

 

ରମାଧବ ବୋଲି ଯାହାକୁ ବୋଲନ୍ତି

ସେ ଗୋ ସଖି କେ ।

ରଣଜିଣି ଯେହୁ ରୁକ୍ମଣୀ ଆଣିଲେ

ସେ ରମାପ୍ରିୟ ଯେ ।। ୨୭ ।।

 

 

ଲୟ ଲଲିତରେ ଲୋକନାଥ ହୋଇ

ସେ ଗୋ ସଖି କେ ।

ଲୀଳାନିଧି ଲକ୍ଷ୍ମୀକାନ୍ତ ଯାକୁ କହି

ସେହି ପୁରୁଷଟି ଯେ ।। ୨୮ ।।

 

ବାସୁଦେବ ବୋଲି ଯାହାକୁ ବୋଲନ୍ତି

ସେ ଗୋ ସଖି କେ ।

ବାସୁ ଦୁର୍ଗତିନାଶନ କରତା

ବସୁ ରକ୍ଷାକାରୀ ଯେ ।। ୨୯ ।।

 

ଶ୍ରୀକର ଶ୍ରୀମୂର୍ତ୍ତି ସର୍ବେଶ୍ୱର

ସେ ଗୋ ସଖି କେ ।

ସତ୍ୟଭାମା ଯେହୁ ଶକଟାରି ତୁ ଜାଣ

ଶ୍ରେୟାନ୍‌ପୁରୁଷଟି ଯେ ।। ୩୦ ।।

 

ଷଡ଼ଙ୍ଗରେ ଯେହୁ ଷଡ଼ଙ୍ଗଜିତ

ସେ ଗୋ ସଖି କେ ।

ଷଟ୍‌ପ୍ରଜ୍ଞଦାତା ଷଡ଼ଙ୍ଗଜିତ

ସେହି ଷଡ଼ଦୁର୍ଗ ଯେ ।। ୩୧ ।।

 

 

ସଚ୍ଚିଦାନନ୍ଦ ପୁରୁଷ ବୋଲିଣ

ସେ ଗୋ ସଖି କେ ।

ସତ୍ୱଗୁଣଦାତା ସତ୍ୟନାରାୟଣ

ସତ୍ୟଭାମା ଈଶ ଯେ ।। ୩୨।।

 

ହିଂସାବତାର କିଛି ବୋଲି ଜାଣ

ସେ ଗୋ ସଖି କେ ।

ହୃଷୀକେଶ ଯେହୁ ନିୟଗ୍ରୀବ ପ୍ରଭୁ

ହୃଦୟରାହୀଟି ଯେ ।। ୩୩ ।।

 

ଷୋଭ ଅନୁରାଗ ଚନ୍ଦ୍ରାବତୀ ସଙ୍ଗେ

ଲଳିତା କହଇ ସେ ।

କ୍ଷୁଦ୍ର ଦୀନହୀନ ବିହାରୀ ଦାସ

ଗୀତରେ ଜଣାଏ ଯେ ।। ୩୪ ।।

 

ନିଶାଖୋର ଚଉତିଶା

ରାଗ – କନଡ଼ା

 

କରିବିଦୂଷଣ ସୂପତିମାନଙ୍କ ସଙ୍ଗେ ସପ୍ତମଣୀ ଗମନ୍ତି । କରି କୁମ୍ଭସ୍ତନା କହି ଭାଳନ୍ତି ।

କାମୁକୀ ହୋଇ ତାର ଯେ ଦିନ ଗଲା ନଶାରେ ବସ୍ତ ମୋ ପରି ଲୋ ସାବିତ୍ରୀ ।

କାନ୍ଦି କହେ ଯେ ପ୍ରଥମ ନାଗରୀ । କିସ କହିବି ମୁଁ ଭାବ ସୁମରି ।

ଗଞ୍ଜାଇ ଘୋଟିଣ ଖାଆନ୍ତି ମୋ ପତି ଦେବ ଦୁର୍ବଳକୁ ଧରି ଲୋ । ସାବିତ୍ରୀ ।। ୧ ।।

 

ଖଣ୍ଡ ସଙ୍ଗେ ବାରଆଣିଣ ରଖନ୍ତି ନିଜେୟାକୁ ତହିଁ ବାଟନ୍ତି । କ୍ଷଣେ କୁମ୍ଭପୂର୍ଣ୍ଣ କରିରଖନ୍ତି ।

ତାର ନେତ୍ରକୁ ରଙ୍ଗ-ପୂର୍ଣ୍ଣକରି ଖଣ୍ଡନଗିର ଭାଷନ୍ତି ମୋକୋଳରେ ।

ଗଡ଼ ଗଡ଼ି ଶବ୍ଦେ ଗଳ୍ପ ଲେଖନ୍ତି । ନୀଳ ସ୍ୱର୍ଗପରି କ୍ଷୋଭ ବନନ୍ତି ।

କ୍ଷଣକେ ଖୁସି ତା ସରେ । ପୁନାଙ୍ଗ ଖିଳନାଥଙ୍କୁ ନଚିନ୍ତି ସେ । କାଳରେ ।। ୨ ।।

 

ଗର୍ଜନ ଗର୍ଜନ ଦେଖଇ ଶୁଆ ପ୍ରେମହାସ ସେ ନଚିନ୍ତି । ଗମି ନ ପାଳିଣ ଭାବଙ୍ଗର ।

ଗନ୍ତିବା ତାଙ୍କ ପ୍ରେମକୁ ବୁଝି ଗରୁତାପରେ ଭାବିଲ ମତି ସେ । କାଳରେ ।

ଗମି ନ ପାରେ ବଞ୍ଜାଇ କି ଗୁଣ । ଗଲି ହୃଦୟକୁ ମୁଁ ଯେ ଦହୀଣ ଗହନ

ତ୍ରାସିନ ଗୃହରେ ପ୍ରିୟର ଦେଲେ ଅଭାବ ଯା ଘେନ ଲୋ । ସାବିତ୍ରୀ ।।୩ ।।

 

 

 

 

 

 

 

 

ଘାଣ୍ଟି ହୋଇଲି ମୁଁ କି କର୍ମକୁ କରେଁ ବୋହିଛିଁ ଉଚ୍ଛନ୍ନ ଛଳିକି । ଘାରି ହେଉଥାଏଁ ଦିବାଗତିକି ।

ଘଡ଼ିକିଘଡ଼ି ଭାବନା କରି ଘୋର ଅନ୍ଧାର ଦିଶେ ମରି କି ଲୋ । ସାବିତ୍ରୀ ।

ଘାତପାଇ ବଞ୍ଚିବାର ଅସାର । ଘୃଣାକରିହେଲା ଶୂନ୍ୟସଂସାର ।

ଘୃଣିତ ଦେହ ମୋ ନାଶକୁହକିଲା ଭବେ ଥିବାର ଧିକ୍କାର ଲୋ ସୁନ୍ଦରୀ ।। ୪ ।।

 

ଉଇଁ ଆସୁଥିବା ପୂର୍ଣ୍ଣମୀ ଜହ୍ନକୁ କ୍ଷୟକରିବାଟା ବିଚାର । ଉପଯୁକ୍ତ ରୂପ ମମ ଥିବାର ।

ଉପଲକ୍ଷରେ ସେସବୁ ନାଶକରି ନିଶାଗ୍ରସ୍ତେ ଲଭି ଚୂରରେ । ସୁନ୍ଦରୀ ।

ଉପପତି ପାଇ କରି କି ସୁଖ।ହିନପତି ମୁଖ ଥିଲେ ବି ଦୁଃଖ ।

ଉଦ୍ଧତ ମାଦକ ଗ୍ରସ୍ତରେ ସ୍ୱପତି ଗୁଣ ଚାହିଁମୁଁ ବିମୁଖ ରେ । ସୁନ୍ଦରୀ ।। ୫ ।।

 

ଚାହିଁ ଦୁତୀୟ ଯେ ସାବିତ୍ରୀ କହଇ ଶୁଣ ରମାବର ମୋ ଦୁଃଖ ।

ଚିନ୍ତା ମୋହର ଯେ ଦେଖ ଅଲେଖ । ଚିଲମ ଧରି ଗଞ୍ଜାଇ ଭରିକରି

ପିଅନ୍ତି କର ତା ଲକ୍ଷ ସେ । ତା ଗୁଣ ।

ତା’ ଗୁଣଚାହିଁ ବସି ରାତ୍ରଦିନ ସେ କଥା । ଚୂର୍ଣ୍ଣ କଳେବର ତାଙ୍କ ଅନାସ୍ତା ।

ଚାହିଁଣକରକୁ ଗଞ୍ଜାଇ ରଖିଣତହିଁ ତମାଳରଚିନ୍ତା ସେ । ତାଗୁଣ ।। ୬ ।।

 

 

 

ଛିଣ୍ଡାଇ ତମାଳ ତହିଁରେ ପକାଇ ଛିଞ୍ଚାଡ଼ନ୍ତି ଅଳ୍ପ ସେ ଜଳ । ଛାଡ଼ି ଅପୋଧେ ଟିପିଣ କେବଳ ।

ଛଡ଼ା ଅଇଁଠାନବୁଝିଣ ଯେ କେହି ତରଚିଲମରେ ଚହଳ ସେ । କାଳରେ ।

ଛାତି ଫୁଲାଇଣ ବସନ୍ତି ତହିଁ । ଛନ୍ଦିଅଙ୍ଗୁଳି ଚିଲମ ଧରଇ ଛେଚି ଅନଳ

ତହିଁପରେ ଥୋଇଣ ଛାଡ଼ିଅପ୍ରୋଧେ ଟାଣଇ । ସେ କାଳରେ ।। ୭ ।।

 

ଜାଳିମେଦ ଶତ୍ରୁକୃଷ୍ଣକୁ ଧଇଲା କହି କହି ମୁଁ ତ ଜାଣିଲି । ଜାଣ ଯଉଁଦିନ ବିଅର୍ଥକଲି।

ଜଗି ତାକୁ ମୁଁ ଯେ କହିଣ ବସିଲେ ଚାହେଁଚକ୍ରନେତ୍ରଢାଳି ସେ । କାଳରେ ।

ଭୟଛାଡ଼ି ପରାମର୍ଶେ କହିଲି । ଜଡ଼ିତରେ ପିୟେ କି ସୁଖଭାଳି ।

ଜଣାତ ନୋହିଲା ତାଙ୍କର ବିଷୟ ଭାବରସ ନଚାହିଁଲି ସେ । ସୁନ୍ଦରୀ ।। ୮ ।।

 

ଝଳି ନିର୍ମଳଭାବ କାଆଗେ ଦେଖାଅ ବହି ପୁଲକିତ ଗାତ୍ରକୁ । ଝୁଲ୍ଲାମରାପରି ଶୋୟେରାତ୍ରକୁ।

ଝିମେଣ୍ଟେ ଯଦି ନ ମିଳେ ତାକୁ ଜାଣ ବାତୁଳ ବୁଝ ତାହାଙ୍କୁ କି ଦୁଃଖରେ ।

ଝାସଦେବାପାଇଁ ଦେଲେ ଏଘରେ । ଝ୍‌ଗଡ଼ାକରିକହେଁ ମୁଁ ପିୟରେ

ଝଲ୍ଲକାଙ୍ଗୀଗଣ ମୋକାହାଣିଶୁଣ ଦୁର୍ଦ୍ଦଶାରେ ମୋର ଦିନସରେ ଏ । ଦୁଃଖରେ ।। ୯।।

 

ନିୟମ ଯେତେ ତ କହିଲୁ ସାବିତ୍ରୀ ତୋଠାରୁ ମୋ ଦୁଃଖ ବିଶେଷ । ନିଶ୍ଚେ ଜାଣ ଗଞ୍ଜାଇଚରସ।

ନିଗମରେ ପିଇ ଶୁକ୍ରକୁଶୁଖାଇ ଅସ୍ଥି ଚର୍ମ ପତିଙ୍କଶେଷ ଯେ ତହିଁରେ ।

ନିରୂପଣକର ତହିଁର ଗୁଣ । ନିଃସ୍ୱ ସେ ଯେ ହୋଇକରି ଭ୍ରମଣ ।

ନିର୍ଗତ ଖାସିସାହସ ଯେ ପ୍ରବଳ ମୃତପିଣ୍ଡପରି ତାକୁମଣ ଲୋ । ସୁନ୍ଦରୀ ।। ୧୦ ।।

 

 

ଟାହିଟାପିରା ମୁଁ କିଛି ନଜାଣିଲି ବହି ଦୁଃବାର୍ତ୍ତାକୁ ରୋଦନ । ଟାକିଅଛିଁତା ମୁଖକୁ ଚାହିଁଣ ।

ଟହକ ମୁଖୀୟେ ମର୍ମାହତ କରି ବିଅର୍ଥକଲିଁ ଜୀବନ ଲୋ । ସୁନ୍ଦରୀ ।

ଟଳି ଯାଉଛି ଏ ନବ ଯୌବନ । ଟଙ୍ଗାଇଲା ମୋ ପିତା ମୋର ପ୍ରାଣ ।

ଟଙ୍କିଳ ପରାୟେ ଦେହକୁ ଯେ କଲି କାନ୍ଦିକହେ ତରସର ଗୁଣ ଲୋ କମଳାୟା ।। ୧୧ ।।

 

ଠାଣିଦେଖାଇଣ ପ୍ରତିମା କହଇ ଶୁଣ ମୋ ପତିର ଆଶୟ । ଠାପୁଆ ଗୁଣ ସେ ଯେ ଦୁରାଶୟ ।

ଠକାଠକିରେ ମୋ ମନ ଟାଣିକରି ଆପୁ ଖାଇଣ ସଦା ନିର୍ଭୟ ୟା । ବିଚାର ।

ଠୁଳହୋଇଥିବା ଗୃହର ଧନ । ଠୋକରି ନାଗିଲା ତାହା ଜାଣ ।

ଠିକ୍‌କାଳେ ଯଦି ତାକୁ ନମିଳିବ ମୃତୁପିଣ୍ଡ ହେଲା ବୋଲି ମଣ ଲୋ । ସୁନ୍ଦରୀ ।। ୧୨ ।।

 

ଡକାପକାଇଲେ ଜୀବନ ବିକଳେ ଖୋଜିଆଣିଦିୟେ ତାହାଙ୍କ । ଡାକୁଆପୁଅ ନୀରସ ସେ ବୁକୁ ।

ଡ଼ୁବୁଅଛି ଚିନ୍ତାସାଗରେ ବାନ୍ଧବୀ ବିବେଶକହେଁ କାହାକୁ ଲୋ । ସଙ୍ଗାତ ।

ଡିଆଁମାରି କରୁଥାନ୍ତି ସେ ଗପ । ଡୌଳପଦାର୍ଥ ଖୋଜିଆଣି ରଖ ।

ଡାକ ପକାନ୍ତି ସେ ଆପୁଖିଆ ବେଳେ ଦୁଧ ମିଷ୍ଟନାଦି ପାଖେ ରଖ ଲୋ । ସଙ୍ଗାତ ।। ୧୩ ।।

 

 

ଢାଳେ ଦେଖ ସଖୀ ଫୁଟିଲା ମୋ ଆଖି କହିତ ନୁହଇ ସେ କଥା । ଢମପଣ ଶୁଣିଶୁଣି ମୁଁ ଅଥା ।

ଢପକରି ଯେବେ ତାକୁ ନଚାହିଁବ ଚୌରକର୍ମେ ଜଡ଼ିହେବ ବୃଥା ସେ । ବିଚାର ।

ଢଳଢଳ ନେତ୍ର ସଦା ବହିବ । ଢଗଢମାଳ ପଦକୁ କହିବ ।

ଢଳିବ ଯେବେ କାମରସେ ତା ମନ ପଶୁପତି ପରି ତା ବୁଝିବ ଲୋ । ସୁନ୍ଦରୀ ।। ୧୪ ।।

 

ଅଣଆୟତରେ ପଡ଼ିଲି ଲୋ ମହୀ କିକଲା ପିୟର ମୋହର । ଆଣି ଯୌବନ ମୋର ମାରାରେ।

ଅଣୁ ପ୍ରମାଣେ ମୋହର ସୁଖନାହିଁ ଅକାରଣେ ମୁଁ ଜୀଇଁ ଥିବାର ଲୋ । ସୁନ୍ଦରୀ ।

ଅକାରଣେ ଗଲା ଏ ମୋ ଜୀବନ । ଅକୀର୍ତ୍ତିକିଡରଇଁ ମୁଁ ଯେ ଜାଣ ।

ଅନାଇଲେ ମୁହିଁ ସୁଦଶା ଲଭନ୍ତି କୁଳମୂଳ ହୋଇଯିବଚ୍ଛିନ୍ନ ଲୋ । ସୁନ୍ଦରୀ ।। ୧୫ ।।

 

ତାପରେ ଦ୍ରୌପଦୀ କହଇ ମୋ ପତି ମଦତଖିଆଟ ବିକାଶ । ତାର୍ଟୟାଦୁଇଟି ତାର ଯେ ଧନ ।

ତାର୍ଟୟା ଏକରେ ଆପୁକୁ ସିଝାନ୍ତି ଛିଣ୍ଡା ଲୋମେଛଣା ହୋଇ ପୁଣ ଲୋ ସୁନ୍ଦରୀ ।

ତାର୍ଟୟା ଆରକରେ ତାକୁ ଭରି । ତରଳାନ୍ତି ସେ ଆପୁଗୁଣ ଧରି ।

ତାପରେ ଖପରା ଅଗ୍ନିରେ ରଖିଣ କ୍ଷୁଦ୍ରପତ୍ର ତହିଁ ଜାଳିକରି ଲୋ । ସୁନ୍ଦରୀ ।। ୧୬ ।।

 

ଥୋର ଆପୁଅର୍କ କଉଁପ୍ରକାରରେ କାଳିସଙ୍ଗରେ ସେ ଭିଡ଼ଇ । ଥନଥନ ନେତ୍ରକୁ ସେ ଯେ ବହି ।

ଥୋଇଣ ବସ୍ତନେ ଗୁଟଛିଟା ବାନ୍ଧି ଗୁଟପୂର୍ଣ୍ଣକରି ପିଉଥାଇ ଯେ ।

ତାଦେଖ । ଥୋଇ ମୁଖ ବାପ ଦେଲେ କୋମଳ । ଥଙ୍ଗଥଙ୍ଗଭାବେ ମେଢ଼ଳହଳ।

ଥୁଡ଼ି କୃଷ୍ଣବର୍ଣ୍ଣ ଦେହତା ଦୁର୍ବଳ ବର୍ଣ୍ଣହୀନ ଜାଣତା କେବଳ ଲୋ ।। ସୁନ୍ଦରୀ ।। ୧୭ ।।

 

ଦେଖ ଲୋ ସଙ୍ଗାତ ସେ ଯେଉଁ ସମୟେ ପିଅନ୍ତି ମୁଦିତ ଛିଟାକୁ । ଦେଖାହୁଏତିନିପୁର କଥାକୁ ।

ଦାମ୍ଭି ହସାହସୀ କଟୁଳ ଶଠତା ଭାଷେ ଲଗାନ୍ତି ଗଳ୍ପକୁ ସେ । କାଳରେ ।

ଦମ୍ଭ ନହୁଏ କହିବାକୁ ଜାଣ । ଦରନିଶାଗୁଣେ ପ୍ରେମଉଦ୍ବିଗ୍ନ ।

ଦରିଦ୍ରଙ୍କ ପରି ଦୁଧାଦି ଆମିଷ ଖାଇବା କଥାରେଧ୍ୟାନ ଲୋ । ସୁନ୍ଦରୀ ।। ୧୮ ।।

 

 

ଧାରଣିକ କଥା କିଛି ନଜାଣନ୍ତି ଧରାଧରି ସବୁ ସେ ତୁଚ୍ଛ । ଧର୍ମଜ୍ଞକୁ ସେକରି ଦିୟେ ପଛ ।

ଧିକାର ଏପରି ପୁରୁଷ ସଙ୍ଗରେ ପଡ଼ି ଜନ୍ମହେଲା ମିଛ ଯା। ବୁଝିବ ।

ଧ୍ୟାନରତ ପ୍ରେମରସ ଅଭାବ । ଧିର ପଶେ ନାଶ ଗଲା ବିଭବ ।

ଧିଆଇକେତେ ମୁଁ ଗୁଣ ଗାଇବି ଦୁଃଖାର୍ତ୍ତ ରୋଦନ ଲାଭ ସେ । ସୁନ୍ଦରୀ ।। ୧୯ ।।

 

ନବ୍ୟମତୀ ଜମ୍ଭୋତୀତହିଁ କହେ ମୋତେ ଯେ ସୁରା ଆହରୀ । ନିଗମରେ ବୋବଳକୁ ସେଧରି ।

ନେଇଗିଲାସରେପୂର୍ଣ୍ଣକରି ପି ନିଶାରେ ହୁଏ ତହିଁ ଦାରି ଲୋ । ସୁନ୍ଦରୀ ।

ଉକ୍ତଦିବସରେଜାଣ ବିଭୋଳ । ନିଜଙ୍କୁଶରାବେ ଯେ କୋଳାହଳ ।

ନତିତୋଳିଣ ଚାଲିଲେ ସେପଡ଼ନ୍ତି ଅସ୍ତବ୍ୟସ୍ତ ଭାବେ ଭୂମିତଳ ଲୋ । ସୁନ୍ଦରୀ ।। ୨୦ ।।

 

ପ୍ରିୟକଥା ଜାଣ ସ୍ୱପ୍ନରେ ନମିଲେ ପ୍ରମାଦ ସନ୍ଧ୍ୟାକାଳେ ବୁଝ । ଅପ୍ରିୟରେ ସନତରେ ଯେ ବୁଝ ।

ପାର୍ଶ୍ୱସ୍ଥ ଯେତେକ ଅଛନ୍ତି ସଙ୍ଗାତ ଅମୂଳକ ଗାଳି ତହିଁ ଖୋଜ ରେ । ସୁନ୍ଦରୀ ।

ପାରୁପର୍ଯ୍ୟନ୍ତେ ଯେ ସୁରାକୁଢଳ । ପରମଧନ ତା ସେ ଆଦିମୂଳ ।

ପିଇପିଇ ରାତ୍ରଦିନ ଘରଦ୍ୱାର ନଖାଇ ପୁଣି ବାଚାଳ ରେ ସୁନ୍ଦରୀ ।। ୨୧ ।।

 

ଫେଡ଼ିଣ ରହିଛୁଁ ଗୁଣ ଲୋ ସଖୀଏ ଭାବରସ କାହୁଁ ପାଇବ । ଫଟା କପାଳେ ମତୁଆଳି ଲଭି ।

ପାରୁଣାଗିର ଏକାନ୍ତରେ ମୋ ନାହିଁ ପିତାମାତା ଦେଲେ କିସ ଭାବି ଲୋ ।ସଙ୍ଗାତ।

ଫାଟିଯାଉଛି ଯେ ମୋହର ଛାତି । ଫିକର ଯେ ସଦାକାଳେ ମୋ ମତି ।

ଫଡ଼ଫଡ଼ ନିଜ ପୋଡ଼ାପେଟପାଇଁ ଘାଣ୍ଟିମରୁଛିଁ ସେ ଦିବାରାତି ଲୋ ।। ୨୨ ।।

 

 

ବୋଲଇ କାତକୀଶୁଣଲୋ ସଜନୀ କିକହିଁ ମୋହ ବୃତ୍ତାନ୍ତ । ବଡ଼କଷ୍ଟ କଥାକହି ନୃପେତ ।

ଲଢ଼ିଥିଲା ଆମ୍ଭ ସୁଖସାଗରମୂଳୋତ୍ପାଟନ କଲେ ମୋ କାନ୍ତ ଲୋ । ସୁନ୍ଦରୀ ।

ବନାରଣ୍ୟା ସଙ୍ଗ ପ୍ରେମକୁ ଧରି । ବିଦାରିତ ଧର୍ମକୁ ନବଚାରି ।

ବହି ଦୂରବସ୍ଥା କୁସୁନାନାମକ ତଣ୍ଡୁଳ ସୁରାପାନକରୀ ଲୋ । ସୁନ୍ଦରୀ ।। ୨୩ ।।

 

ଭାଲ୍ଲ କୋହ୍ଲଙ୍କର ଜାଣତା ଆଧାର ଆମ୍ଭକୁଳ କଳଙ୍କ ଜାଣ । ଭିଡ଼ିରହିଥାନ୍ତି ତାଙ୍କ ସଙ୍ଗେଣ ।

ସେ ଯେଉଁ କୁମନା ତଣୁ କରୁ ଜାତ କୋହ୍ଲ ଭୀଲ୍ଲ ର୍ତ୍ତାତାନାମଣ ଲୋ । ସୁନ୍ଦରୀ ।

ଭଜି ପିଉଥାନ୍ତି ସେ ରାତିଦିନ । ଭୋଗ ସଂଭୋଗ କିଛି ନ ଚାହିଁଣ ।

ଭାଗ୍ୟବଳେ ପିଇ ଆସିଲେ ପ୍ରାଣଭୟରେ ପଳାଉଥାଏଁ ମୁଁ ଜାଣ ଲୋ । ସଙ୍ଗାତ ।।୨୪।।

 

ମମ କୁସୁନାର ଗୁଣ ମୁଁ କହୁଛିଁ ଧାନକୁଟିକରି ତଣ୍ଡୁଳ । ମାଟିପାତ୍ରେ ଅର୍ଦ୍ଧସିଝା କେବଳ ।

ମୂଳବାଦିଭସ୍ମ ଆଣିବାକୁ କହି ତହିଁ ମିଳାଇଲେ ଶୁଭଫଳ ଲୋ । ତା ଲକ୍ଷି ।

ଘଟେ ପୁରାଇ ସପ୍ତରାତ୍ର ରଖି । ମିଳିତ ସେ ସଢାପଚା ନିରେଖି ।

ମର୍ମରେ ସନ୍ତୋଷ ନାଁରେରସକୁ ଖାଇଦେଉଥାନ୍ତିକେ କହିବି ଲୋ। ସୁନ୍ଦରୀ ।। ୨୫ ।।

 

ଜନ୍ମିଥିଲେ ଭାଟ ଲଭନ୍ତି ଉଚ୍ଚାଟ ବିକାର ଜଣାହୁଏ ନାହିଁ । ଜାଣ ପିଇକରି ନିଶାରେ ବାଇ ।

ଜଗତରେ ନିତା - ମୁକୁଟବାନ୍ଧିଣ ଉଲଗ୍ନରେ ମେନଚୁଆର ଲୋ । ସୁନ୍ଦରୀ ।

ଜଡ଼ନିଶାରେ ହୋଇ ସେବିକଳ । କୁନିଳ ଯେ ମୂତ୍ର ତହିଁ ପୂର୍ବକ ।

ଜଣ କୁ ଜଣ ଜାଳହୋଇ ପିଅନ୍ତି ତହିଁ ରାଗହୁଅଇ ପ୍ରବଳ ଲୋ । ସୁନ୍ଦରୀ ।। ୨୬ ।।

 

 

ନାସିକ ଚାହିଁଣ ଲୋଚକ ମଣିଲେ ବଂଶକୂଳମୂଳ ଉପାଡ଼ି। ରଖିଅଛିଁ ଜୀବନ ତାଙ୍କୁ ଛାଡ଼ି ।

ଭଙ୍ଗଭାବ ଆଉ କାହିଁ ମୁଁ ପାଇବିଦୁଃଗାର୍ତ୍ତେ କରୁଛିଁ ଝଡ଼ ସେ । ସୁନ୍ଦରୀ ।

ରକ୍ଷାକର ମୋର ଯେ କେହିନାହିଁ । ଚକ୍ଷକଙ୍କ ଦଶାଦେଖ ଏହି ।

ରଙ୍କୁଣି ପରାଏ ଦଶାକୁ ଲଭିଣ ରହିଛିଁ ଦୁର୍ଦ୍ଦଶାବହି ସେ । ସୁନ୍ଦରୀ ।। ୨୭ ।।

 

ଲାବଣ୍ୟବତୀ କହଇ ତହିଁପରେ ମୋ ପତିଗୁଡ଼ାଖୁପିଅନ୍ତି । ଲାଭ ବିଷୟ ହୃଦୟେ ଚାହାନ୍ତି ।

ଲୟଲାଗଇଣମସୃଣଶଯ୍ୟାକୁ ମଜାଉଣ ତହିଁରେ ବସନ୍ତି ସେ । ସୁନ୍ଦରୀ ।

ଲଭିଚି ଯେ ବିଷୟକୁ ସେଧରି । ଲଷିତ ବିଷୟକୁ ସେ ସଞ୍ଚରି ।

ଲଗାଇ ହୁକା ଅଳପବେଳା ସଭାରେ ହୋଇଥାନ୍ତି ସେ ଯେ ବିବେକାରୀ ସେ । ସୁନ୍ଦରୀ ।। ୨୮ ।।

 

ବରରୁଚିଗଣପାଇଣଆସନ ଆନନ୍ଦବିହାରେ ଭାଷନ୍ତି । ବର୍ଗି ଚମୁଚସେପାଖେ ରଖନ୍ତି ।

ବଳିମାନଙ୍କଠାରୁ ଯେ ବେଭାର ଶୁଣି ତୋଷବ ସେ ହୁଅନ୍ତି ସେ । ସୁନ୍ଦରୀ ।

ବହୁଧନ ସେ ଯୋଗାଡ଼କରନ୍ତି । ବାହନ ଅଶ୍ୱାଦିମାନ କିଣନ୍ତି ।

ବସନଭୂଷଣ ଅଶନଦେଇଣଭାବରସେପଡ଼ି ରହନ୍ତି ସେ । ସୁନ୍ଦରୀ ।। ୨୯ ।।

 

ସୁବାସ ତାମୁଳ ସୁବାସିତ ଜଳ ସୁଗନ୍ଧଦ୍ରବ୍ୟ ସଜାଡ଼ନ୍ତି । ସଦାନନ୍ଦଦାୟକ ହୁଅନ୍ତି ।

ସଦାକାଳେ ମୋର ଶୋଭା କେଳିପୁର ଚାହିଁ ପ୍ରେମାଙ୍ଗିତ ସୁମରି ସେ । ସୁନ୍ଦରୀ ।

ସଦା ସେବିଧାଏଁ ଭାବକୁ ଧରି । ସରିଯାଉ ତାଙ୍କ ଭାବ ସୁମରି ।

ସମସ୍ୟା ମୋହରି କହିଲ ସୁନ୍ଦରୀ ମମ ହାବଭାବ ରସପୁର ସେ । ସୁନ୍ଦରୀ ।। ୩୦ ।।

 

 

ଷଣ୍ଡାଳୀ ସଖୀଏ ନୀରଆଣିବାକୁ ସାଥୀରେ ଗମନକରନ୍ତି । ସମସ୍ୟା ପତିଙ୍କର ଭାଷନ୍ତି ।

ସ୍ୱଧର୍ମ ଆଶ୍ରୟ ଦେଖାଇ ବିଷୟ ଅଶ୍ରୁପାତ ହୋଇଣ ଗମନ୍ତି ସେ । ସୁନ୍ଦରୀ ।

ସନ୍ତାପିତ ହୃଦୟ ମୁଁ ନିହାରି । ସମସ୍ତଙ୍କ ବାଣୀ ପ୍ରେମକୁ ଧରି ।

ସମସ୍ୟା ବୁଝିଲି ତାଙ୍କ ସଙ୍ଗେ ଥିଲି ଭାବରସ ପୁଣ ଶୁଣିକରି ହେ । ସୁଜନେ ।। ୩୧ ।।

 

ସଧୀରେ ଗମିଲ ତାଙ୍କ ପ୍ରେମଭାଳି କଳ୍ପବଟମୂଳରେ ବସି । ସନ୍ତାପିତ ଭଜିବା ପ୍ରେମାଳସୀ ।

ସମସ୍ତ ସଖୀଙ୍କ ସମାଚାର ଶୁଣି ଲଭିଲି ବିସ୍ମୟରାଶି ହେ । ସୁଜନେ ।

ସମସ୍ତଙ୍କୁ ଜଣାଇଁ ଦେଲି ଏହା । ସମାକୁଳ ହେଲି ବୁଝିଣ ତାହା ।

ସମୁଚିତ ପଦ ମୋ ହୃଦୟବୋଧ ଭାବେ ନାଶକୁ ପ୍ରେମ ଉତ୍ସାହ ହେ । ସୁଜନେ ।। ୩୨ ।।

 

ହେଲି ପ୍ରେମବଶ ଚାହିଁ ଭାବରସ ବିଚଳିତ ହେ ବିଜ୍ଞଜନ ।

ହେଲି ପ୍ରେମବଶ ଚାହିଁ ଭାବରସ ବିଚାରିବ ହେ ବିଜ୍ଞଜନ । ନିର୍ଷିତାନନ୍ଦ ଶୋଭାପ୍ରେମ ଧନ ।

ହୃଦୟ ସୁନ୍ଦର ନିଶାଗ୍ରସ୍ତେ ଚୂଳ ମର୍ମହିତେ ନହୁଅଉଚ୍ଛନ୍ନ ହେ । ସୁଜନେ ।

ହୋଇଥିବାରୁ ତୁମ୍ଭ ସଙ୍ଗଭାଇ । ହାତଯୋଡ଼ୁ ମୁଁ ଯେ ଏହେ କହଇଁ ।

ହରାଇଣ ଜ୍ଞାନ ନହୁଅ ନିଧନ ଭବେ ଭାବ ରଖି ଦେଖ ମହୀ ହେ । ସୁଜନେ ।। ୩୩ ।।

 

କ୍ଷମା ମୁଁ ମାଗୁଛୁଁ ତୁମ୍ଭ ସଙ୍ଗେ ଅଛିଁ ଚାହୁଁ ଅଛିଁ ତୁମ୍ଭ ବିବେକ । କ୍ଷୋଭ ଅଷ୍ଟସଖୀଙ୍କ ଭାବଲକ୍ଷ ।

ଖ୍ୟାତିକଲି ଏହା ବୁଝିଲି ମୁଁ ଯାହାନୋହିବ ମୋ ପରେ ବିମୁଖ ହେ । ସୁଜନେ ।

କ୍ଷେତ୍ରପାଳଙ୍କୁ ଜଣାଇ ମୁଁ ହେଲି । କ୍ଷାନ୍ତହୋଇ ବସି ମୁଁ ଯେ ରହିଲି ।

କ୍ଷୁଦ୍ର ହୀନ ଦୀନ ନିର୍ବୋଧରେ ମଣ ବିହାରୀ ଦାସ ମୁଁ କହିଲି ହେ । ସୁଜନେ ।। ୩୪ ।।